କଟକ: 2016 ବାରଙ୍ଗ ନାବାଳିକା ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । ଏହାସହିତ ଅଭିଯୁକ୍ତ ୧୦ ହଜାର ଟଙ୍କା ଫାଇନ ଗଣିଛି । ତେବେ କୋର୍ଟ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ଏହାସହିତ ବାରଙ୍ଗ ପୀଡିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋକ୍ସୋ କୋର୍ଟ ଘଟଣାରେ ପ୍ରାୟ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୩ଟି ଡକ୍ୟୁମେଣ୍ଟକୁ ତର୍ଜମା କରିଥିଲେ । ଏହାପରେ ଘଟଣାର ଶୁଣାଣି କରିଥିଲେ । ୩୭୬ ଦଫା ଓ ୫୦୬ ଧାରା ଆଧାରରେ ଏହି ଦଣ୍ଡ ଶୁଣାଯାଇଛି । ଅଭିଯୁକ୍ତ ଗୋପାଳ ଦାସଙ୍କ ଫକିରପଡା ଗ୍ରାମରେ ରହିଥିଲା ।
ତେବେ ସୂଚନା ଥାଉ କି ୨୦୧୬ ମସିହା ମେ ୧୮ ତାରିଖରେ ଘଟିଥିଲା ଏହି ଘଟଣା । ପୀଡିତା ବିବାହ ଭୋଜି ଖାଇ ଫେରିବା ସମୟରେ ତାଙ୍କ ସହିତ ଏହି ଘଟଣା ଘଟିଥିଲା । ଏହାପରେ ପୀଡିତାର ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତେବେ ଏହି ମାମଲାରେ ଆଜି(ଶୁକ୍ରବାର) କୋର୍ଟ ଦୋଷୀକୁ ଦଣ୍ଡାଦେଶ ଶୁଣାଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ