କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ରାୟ ଶୁଣାଇଲେ କଟକର ସ୍ୱତନ୍ତ୍ର ପକ୍ସୋ ଆଡହକ ଫାଷ୍ଟ ଟ୍ରାକ କୋର୍ଟ। ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ୨୦୧୮ ଅକ୍ଟୋବର ୧୯ ତାରିଖରେ ଘଟିଥିଲା ଦୁଷ୍କର୍ମ ଘଟଣା ।
ଟାଙ୍ଗୀ ଥାନା ଧାନବେଣୀ ଅଞ୍ଚଳରେ ହୋଇଥିଲା ଏହି ଘଟଣା । ସନ୍ଧ୍ୟା ସମୟରେ ଦୋଷୀ ୧୨ ବର୍ଷୀୟ ନାବାଳିକାକୁ ଘରୁ ଉଠାଇ ନେଇଥିଲା। ନିକଟସ୍ଥ କାଜୁ ଜଙ୍ଗଲରେ ରାତି ସାରା ରଖି ଦୁଷ୍କର୍ମ କରିଥିଲା । ୧୪ ଜଣ ସାକ୍ଷୀ ଓ ୧୨ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।
ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଏବି ଓ ପକ୍ସୋ ଆକ୍ଟ ଧାରା ୬ ଅନୁଯାୟୀ ସଜ୍ଜା ଶୁଣାଇଲେ କୋର୍ଟ । ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ । ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଦିଆଯିବ କ୍ଷତିପୂରଣ । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ଵଜିତ ରାୟ ।
ଇଟିଭି ଭାରତ, କଟକ