ETV Bharat / city

17ତମ ନାଲକୋ କପ: ସାଇ ସୁନ୍ଦରଗଡ ପୁଣି ଚମ୍ପିଆନ - 17ତମ ରାଜ୍ୟ ହକି ଚମ୍ପିୟାନସିପ୍‌ ନାଲକୋ କପ

ସାଇ ସୁନ୍ଦରଗଡ ପୁଣି ଚମ୍ପିଆନ । 17ତମ ରାଜ୍ୟ ହକି ଚମ୍ପିଆନସିପ୍‌ ନାଲକୋ କପ ଫାଇନାଲ ମୁକାବିଲାରେ ରେଳବାଇ ଦଳକୁ 1-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସାଇ ସୁନ୍ଦରଗଡ ଟିମ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 20, 2019, 8:16 AM IST

Updated : Sep 20, 2019, 5:04 PM IST

କଟକ: ସାଇ ସୁନ୍ଦରଗଡ ପୁଣି ଚମ୍ପିଆନ । 17ତମ ରାଜ୍ୟ ହକି ଚମ୍ପିଆନସିପ୍‌ ନାଲକୋ କପ ଫାଇନାଲ ମୁକାବିଲାରେ ରେଳବାଇ ଦଳକୁ 1-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସାଇ ସୁନ୍ଦରଗଡ ଟିମ୍‌ । ଏହି ବିଜୟ ସହ କ୍ରମାଗତ ଦୁଇ ଥର ଟାଇଟଲ ମୁକୁଟ ପିନ୍ଧିଛି ସାଇ ସୁନ୍ଦରଗଡ ଦଳ ।

ଅମିତ ରୋସନ ଲାକ୍ରା ସାଇ ସୁନ୍ଦରଗଡ ଦଳ ବିଜୟ ଭେଟି ଦେଇଥିଲେ । ବିପକ୍ଷ ଦଳକୁ 43 ମିନିଟରେ ଏକ ଚମତ୍କାର ଗୋଲ ଦେଇ ସେ ମ୍ୟାଚକୁ ସାଇ ସୁନ୍ଦରଗଡ ଦଳ କବଜାକୁ ଆଣିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରାଥମାର୍ଦ୍ଧରୁ ହିଁ ଉଭୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ, କିନ୍ତୁ 43 ମିନିଟରେ ସାଇ ସୁନ୍ଦରଗଡ ଦଳ ପକ୍ଷରୁ ଅମିତ ବିପକ୍ଷ ଦଳକୁ ଏକ ଚିତାକର୍ଷକ ଗୋଲ ଦେଇଥିଲେ । ଯାହା ଫଳରେ 1-0 ରେ ଆଗୁଆ ହୋଇଥିଲା ଦଳ । ତେବେ ଏହି ସ୍କୋର ଶେଷ ପର୍ଯ୍ୟନ୍ତ ରହିବାରୁ ରେଳବାଇ ଦଳ ପରାଜୟର ସାମ୍ନା କରିଥିଲା ।

ଚମ୍ପିଆନସିପ୍‌ରେ 22 ଟି ଦଳରୁ 400ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ । ତେବେ ଏହି ପ୍ରତିଯୋଗିତା ଚଳିତ ମାସ 14 ତାରିଖରୁ ଆରମ୍ଭ ହୋଇ 19 ତାରିଖରେ ସମାପ୍ତ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସାଇ ସୁନ୍ଦରଗଡ଼ ପୁଣି ହେଲା ଚମ୍ପିୟାନ । 17ତମ ରାଜ୍ୟ ହକି ଚାମ୍ପିୟନସିପ ନାଲକୋ କପ ଫାଇନାଲ ମୁକାବିଲା ରେ ରେଳବାଇ ଦଳକୁ କୁ 1-0 ଗୋଲ ରେ ହରାଇ ଚମ୍ପିୟାନ ହୋଇଛି ସାଇ ସୁନ୍ଦରଗଡ଼ ଟିମ । ଏହି ବିଜୟ ସହ କ୍ରମାଗତ ଦୁଇ ଥର ଟାଇଟେଲ ମୁକୁଟ ପିନ୍ଧିଚି ସାଇ ସୁନ୍ଦରଗଡ଼ ଦଳ । ତେବେ ଆଜି ଉଦଜାପନି ଦିବସରେ ପୁଣି ବିଜୟ ର ସ୍ୱାଦ ଚାଖିଛି ଦଳ ।

ସାଇ ସୁନ୍ଦରଗଡ଼ ଦଳ କୁ ଏହି ବିଜୟ ର ଶ୍ରେୟ ଦେଇଥଲେ ଅମିତ ରୋସନ ଲାକ୍ରା । ବିପକ୍ଷ ଦଳକୁ 43 ମିନିଟ ରେ ଏକ ଚମତ୍କାର ଗୋଲ ଦେଇ ମ୍ୟାଚ କୁ କବଜା କରିଥିଲା ଦଳ ।

ତେବେ ପ୍ରାଥମାରଦ୍ଧ ରୁ ହିଁ ଉଭୟ ଙ୍କ ମଧ୍ୟରେ ଚମତ୍କାର ଖେଳ ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଥମାରଦ୍ଧ ର 43 ମିନିଟ ରେ ସାଇ ସୁନ୍ଦରଗଡ଼ ଦଳ ପକ୍ଷରୁ ଅମିତ ରୋସନ ଲାକ୍ରା ବିପକ୍ଷ ଦଳ କୁ ଏକ ଚିତାକର୍ଷକ ଗୋଲ ଦେଇଥିଲେ । ଯାହା ଫଳରେ ସ୍କୋର 1-0 ରେ ଆଗୁଆ ହୋଇଥିଲା ଦଳ । ତେବେ ଏହି ସ୍କୋର ଶେଷ ପର୍ଯ୍ୟନ୍ତ ରହିବାରୁ ରେଳବାଇ ଦଳ ପରାଜୟ ର ସମ୍ନା କରିଥିଲା ।

ସୂଚନାଯୋଗ୍ୟ , ଏହି ପ୍ରତିଯୋଗିତାରେ 22 ଟି ଦଳରୁ 400 ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ । ତେବେ ଏହି ମେଗା ଇଭେଣ୍ଟ ରେ କୃତି ଖେଳାଳି ଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦିଆଯିବ ବୋଲି ସୂଚନା ଦେଇଛନ୍ତି ହକି ଓଡିଶା ସାଧାରଣ ସମ୍ପାଦକ ପ୍ରତାପ ଶତପଥି । ତେବେ ଏହି ପ୍ରତିଯୋଗୀତା ଚଳିତ ମାସ 14 ତାରିଖ ରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି । Body:No needConclusion:
Last Updated : Sep 20, 2019, 5:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.