ETV Bharat / city

କଟକରେ କାୟା ମେଲୁଛି କୋରୋନା, ମହାନଗର ନିଗମରୁ ବର୍ତ୍ତମାନ ସୁଦ୍ଧା 11 ହଜାର ଆକ୍ରାନ୍ତ ଚିହ୍ନଟ - cuttack covid cases

କଟକ ମହାନଗର ନିଗମରେ ଭୟଙ୍କର ଭାବେ ବିସ୍ତାର କରୁଛି କୋରୋନା ଭାଇରସ । ଦୈନିକ ସଂକ୍ରମଣ ବଢିବା ସହ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ବର୍ତ୍ତମାନ ସୁଦ୍ଧା ମହାନଗର ନିଗମରେ 11 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ହୋଇସାରିଥିବାବେଳେ 41ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

କଟକ ମହାନଗର ନିଗମରେ ମୋଟ 11 ହଜାରରୁ ଅଧିକ କୋରୋନା ମାମଲା ରିପୋର୍ଟ

author img

By

Published : Sep 26, 2020, 7:20 AM IST

କଟକ: ମହାନଗର ନିଗମରେ କାୟା ବିସ୍ତାର କରୁଛି କୋରୋନା । ଭୟଙ୍କର ଭାବେ ମାଡିଚାଲିଛି ଭାଇରସ । ଶୁକ୍ରବାର 245 କୋରୋନା ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ସେଥିରୁ ୫୭ ଜଣ ହୋମକ୍ୱାରଣ୍ଟାଇନରୁ ଓ ୬୪ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ୧୩୩ ସ୍ଥାନୀୟ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୧ ହଜାର ୧୨୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୮୩୪୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୪୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୭୪୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଟକ ମହାନଗର ନିଗମ ଅଞ୍ଚଳରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.