କଟକ: ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା(Odisha Board Exam) । ଜାନୁଆରୀ ପହିଲାକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଡିସେମ୍ବର 27 ରେ ପରୀକ୍ଷା ହେବାକୁ ଥିବାବେଳେ ଜାନୁଆରୀ ୫ କୁ ଘୁଞ୍ଚାଇ ଦିଆଯାଇଛି । ଏଥିପାଇଁ ଫର୍ମ ଫିଲ-ଅପ ମଧ୍ୟ ସରିଛି । ପରୀକ୍ଷା ପାଇଁ ଡାଟା ବେଶ ପ୍ରସ୍ତୁତ ଚାଲିଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଜାନୁଆରୀ ୫ ରୁ ୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ସ୍ପଷ୍ଟ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ