ଭୁବନେଶ୍ବର: ମହାନଗର ନିଗମ ଉତ୍ତର ଜୋନ ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ତରବରିଆ ଭାବେ ବଦଳି । ଯାଜପୁର ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇପଡିଛନ୍ତି ଏହି ବରିଷ୍ଠ ଓଏଏସ ଅଧିକାରୀ ଜଣଙ୍କ । ବିଏମସି ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି ।
ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ପ୍ରମୋଦଙ୍କ ଶ୍ବଶୁରଙ୍କୁ ପୋଲିସ ଗିରଫ କରିଛି । ଶିଶୁ ଶ୍ରମିକ ଆଇନ ଅନୁସାରେ ଜଣେ ନାବାଳିକାକୁ କୌଣସି ମତେ ଶ୍ରମିକ ଭାବେ ନିୟୋଜିତ କରିପାରିବେ ନାହିଁ ।
କେଉଁ ପରିସ୍ଥିତିରେ ଜଣେ ବରିଷ୍ଠ ଓ ଏଏସଅଫିସର ଆଦିବାସୀ ନାବାଳିକାକୁ ଘରେ ଖଟାଇବା ଓ ପରେ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା । ପରେ ବିଜେପି ପକ୍ଷରୁ ଓଏଏସ ଅଫିସରଙ୍କ ଗିରଫ ଦାବି କରି ବିଏମସି ନର୍ଥ ଜୋନ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ