ETV Bharat / city

ଜମି ବିକ୍ରିକୁ ନେଇ ଅପହରଣ, ମୁଣ୍ଡ ଜାମିନ ରଖି ବନ୍ଧକ ରଖିଲେ ୨ଦିନ - ରାଜଧାନୀରେ ଯୁବକଙ୍କୁ ଅପହରଣ

ଜମି ବିକ୍ରିକୁ ନେଇ ରାଜଧାନୀରେ ଯୁବକଙ୍କୁ ଅପହରଣ । ୧ ଲକ୍ଷ ୭୦ ହଜାର ଟଙ୍କା ଡିମାଣ୍ଡ କରି ଯୁବକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ଅଭିଯୁକ୍ତ । 3 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଜମି ବିକ୍ରିକୁ ନେଇ ଅପହରଣ, ମୁଣ୍ଡ ଜାମିନ ରଖି ବନ୍ଧକ ରଖିଲେ ୨ଦିନ

author img

By

Published : May 19, 2022, 10:12 AM IST

ଭୁବନେଶ୍ବର: ଜମି ବିକ୍ରିକୁ ନେଇ ଅପହରଣ ପରେ ଅତ୍ୟାଚାର, ମୁଣ୍ଡ ଜାମିନ ରଖି ବନ୍ଧକ ରଖିଲେ ୨ଦିନ । ୧ ଲକ୍ଷ ୭୦ ହଜାର ଟଙ୍କା ଡିମାଣ୍ଡ କରି ଯୁବକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ଅଭିଯୁକ୍ତ । ବଡଗଡର ଜଗବନ୍ଧୁ ନାଏକକୁ ଅପହରଣ କରି ଏଭଳି ଅତ୍ୟାଚାର କରାଯାଇଥିବା ଘଟଣାର ଖୁଲାସା କରିଛି କମିଶନରେଟ ପୋଲିସ । ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ପ୍ରଦୀପ କୁମାର‌ଦାସ, ବିଶ୍ବନାଥ ଦାସ,ରାକେଶ କୁମାର ସାହୁ । ସେମାନଙ୍କ ଠାରୁ ୨ଟି ଲୁହା ଛଡ, ୧୦ଟି ଜୀବନ୍ତ ଗୁଳି, ଗୋଟିଏ ବନ୍ଧୁକ ଓ ଗୋଟିଏ ଟାଭେରା କାରକୁ ଜବତ କରିଛି ପୋଲିସ।

ଜମି ବିକ୍ରିକୁ ନେଇ ଅପହରଣ, ମୁଣ୍ଡ ଜାମିନ ରଖି ବନ୍ଧକ ରଖିଲେ ୨ଦିନ
ଜମି ବିକ୍ରିକୁ ନେଇ ଅପହରଣ, ମୁଣ୍ଡ ଜାମିନ ରଖି ବନ୍ଧକ ରଖିଲେ ୨ଦିନ

ସୁଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଏକ ଜମି କିଣାବିକାକୁ ନେଇ ଅଭିଯୁକ୍ତଙ୍କ ସହ ଡିଲ କରିଥିଲେ ଜଗବନ୍ଧୁ ନାଏକ। ହେଲେ କିଛି ବିବାଦକୁ ନେଇ ଜମିଟି ରେଜଷ୍ଟ୍ରି ନ ହୋଇପାରିବାରୁ ତିନି ଅଭିଯୁକ୍ତ ଜଗବନ୍ଧୁକୁ ୫୦୦୦ ଟଙ୍କା ଦେବା ବାହାନାରେ ପଳାଶୁଣି ଛକକୁ ଡ଼ାକିଥିଲେ । ସେଠାରେ ପହଞ୍ଚିବା କ୍ଷଣି ନିମ୍ନୋକ୍ତ ମୁଖ୍ୟ ଅଭିଯୁକ୍ତ ଅନ୍ୟ ସହଯୋଗୀ ମାନଙ୍କ ସହାୟତାରେ ତାଙ୍କୁ ସେଠାରୁ ଏକ କାର ଜରିଆରେ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କ ଘରକୁ ଅପହରଣ କରି ନେଇଯାଇଥିଲେ । ସେଠାରେ ଥାଇ ଅଭିଯୁକ୍ତ ମାନେ ଯୁବକଙ୍କ ମାଆଙ୍କୁ ଫୋନ କରି ୧ଲକ୍ଷ ୭୦ ହଜାର ଟଙ୍କା ମାଗିଫୋନ ସ୍ଵିଚ ଅଫ କରିଦେଇଥିଲେ । ଏହା ପରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଲୁହା ଛଡ, ବେଲ୍ଟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ତାଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ଜୀବନରୁ ମାରିଦେବା ଲାଗି ଧମକ ମଧ୍ୟ ଦେଇଥିଲେ । ଏହାପରେ ଏକ ଟାଭେରା ଗାଡିରେ ଧରି ଏଠି ସେଠୀ ଘୁରି ବୁଲିଥିଲେ । ଡିମାଣ୍ଡ ଟଙ୍କା ନପାଇବାରୁ ସେମାନେ ତାଙ୍କୁ ପୁନର୍ବାର ସେହି ଘରକୁ ନେବା ସହ ଆଉଥରେ ମାର ପିଟ କରିଥିଲେ । ପୁଣ ଟଙ୍କା ପାଇବା ଲୋଭରେ ଜଗବନ୍ଧୁଙ୍କ ମାଆଙ୍କୁ ଫୋନ କରି ଏକ ଲକ୍ଷ ଟଙ୍କା ଧରି ମଞ୍ଚେଶ୍ଵର ଠାରେ ଥିବା ଆହାର କେନ୍ଦ୍ର ନିକଟରେ ପହଞ୍ଚିବା ଲାଗି ଧମକ ଦେଇଥିଲେ । ଏନେଇ ଜଗବନ୍ଧୁଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡଗଡ ଥାନା ପୋଲିସ ମଞ୍ଚେଶ୍ଵର ଆହାର କେନ୍ଦ୍ର ନିକଟରେ ଚଢାଉ କରି ପୀଡ଼ିତଙ୍କୁ ଉଦ୍ଧାର କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ ପରେ କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.