ETV Bharat / city

ଦେଇପାରିଲେନି‌ ଘରଭଡା କି କଲେଜ ଫି, ବିନ୍ଦୁ ସାଗରକୁ ଡେଇଁ ଆତ୍ମହତ୍ୟା କଲେ ବିଟେକ୍‌ ଛାତ୍ର - ଲିଙ୍ଗରାଜ ପୋଲିସ

ବିନ୍ଦୁ ସାଗରକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ରାତି ତମାମ ଖୋଜାଖୋଜି ପରେ ମିଳିଲା ଯୁବକଙ୍କ ମୃତଦେହ । ଘରଭଡା କି କଲେଜ ଫି ଦେଇନପାରି ଆତ୍ମହତ୍ୟା କରିଥିବା ସୂଚନା । ଅଧିକ ପଢନ୍ତୁ....

ବିନ୍ଦୁ ସାଗରକୁ ଡେଇଁ କାହିଁକି ଆତ୍ମହତ୍ୟା କଲେ ଯୁବକ ?

author img

By

Published : Oct 24, 2021, 10:47 AM IST

Updated : Oct 24, 2021, 1:11 PM IST

ଭୁବନେଶ୍ବର: ରାଜଧାନୀରେ ଦେଇପାରିଲେନି ଘରଭଡା କି କଲେଜ ଫି । ଶେଷରେ ମାନସିକ ଚାପରେ ରହି ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟା କଲେ ବିଟେକ ଛାତ୍ର । ରାତିସାରା ସର୍ଚ୍ଚ ଅପରେସନ ଆଜି ସକାଳୁ ମିଳିଲା ଯୁବକଙ୍କ ମୃତଦେହ । ଗତକାଲି ରାତିରେ ଆତ୍ମହତ୍ୟା କରିବା ନେଇ ଇନଷ୍ଟାଗ୍ରାମରେ ଯୁବକ ଜଣଙ୍କ ମେସଜ କରିଥିଲେ । ମେସେଜ କରିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ବିନ୍ଦୁ ସାଗର ପୋଖରୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ରାତି ତମାମ ଖୋଜା ଖୋଜି ପରେ ଆଜି ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସାଇଶ୍ରୀ ।

ଦେଇପାରିଲେନି‌ ଘରଭଡା କି କଲେଜ ଫି, ବିନ୍ଦୁ ସାଗରକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ମିଳିଥିବା ସୂଚନା ଅନୁୟାୟୀ ସାଇଶ୍ରୀଙ୍କ ଘର ପୁରୀ ସାତଶଙ୍ଖ ଅଞ୍ଚଳରେ ହୋଇଥିବା ବେଳେ ବାପା ଓ ମାଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସେ ଓ ତାଙ୍କ ମା’ ଭୁବନେଶ୍ବରର ସାମନ୍ତରାପୁରରେ ଘରଭଡା ନେଇ ରହୁଥିଲେ । ତେବେ ଟଙ୍କା ଅଭାବରୁ ଘର ଭଡ଼ା ଦେବା ପାଇଁ ସମସ୍ୟା ସାମ୍ନା କରୁଥିଲେ । ଏପରିକି ଥରେ ଘରଭଡା ପାଇଁ ଘର ମାଲିକ ଜିନିଷ ବିକ୍ରି କରିବାରୁ ଧମକ ଦେଇଥିଲେ । ସେପଟେ କଲେଜ ଫି ପାଇଁ ଟେନସନରେ ଥିଲେ ଯୁବକ । ଶେଷରେ ଚିନ୍ତାରେ ରହିବା ସହ ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଯୁବକଙ୍କ ସମ୍ପର୍କିୟ ମାନସ ଦାସ, ଯେ କି ସାଇଶ୍ରୀଙ୍କର ମଉସା । ତେବେ ଯୁବକଙ୍କ ବାପା ଜଣେ ରେଲଓ୍ବେ କର୍ମଚାରୀ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 24, 2021, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.