ETV Bharat / city

ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ହୋଡିଂ ଭାଙ୍ଗିବ ଯୁବ କଂଗ୍ରେସ - ପେଟ୍ରୋଲପମ୍ପରୁ ହୋଡିଂ ଭାଙ୍ଗିବ ଯୁବ କଂଗ୍ରେସ

ତୈଳଦର ବଢୁଥିବାରୁ ଯୁବ କଂଗ୍ରେସ ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ହୋଡିଂ ଭାଙ୍ଗିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ପେଟ୍ରୋଲପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ହୋଡିଂ ଭାଙ୍ଗିବ ଯୁବ କଂଗ୍ରେସ

author img

By

Published : Feb 23, 2021, 3:08 PM IST

ଭୁବନେଶ୍ବର: ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ହୋଡିଙ୍ଗ ଭାଙ୍ଗିବ ଯୁବ କଂଗ୍ରେସ । ତେବେ ଅହେତୁକ ତୈଳ ଦର ବୃଦ୍ଧି ନେଇ ଦୀର୍ଘ ଦିନ ଧରି କଂଗ୍ରେସ ପକ୍ଷରୁ ବିରୋଧ ହେବା ପରେ କୌଣସି ଫଳ ନ ମିଳିବାରୁ ଯୁବ କଂଗ୍ରେସ ଏଭଳି କରିବ ବୋଲି ସୂଚନା ଦେଇଛି ।

ପେଟ୍ରୋଲପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ହୋଡିଂ ଭାଙ୍ଗିବ ଯୁବ କଂଗ୍ରେସ

ଅହେତୁକ ତୈଳ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରିବା ପରେ ମଧ୍ୟ ସରକାର ଦାବି ଶୁଣିନାହାନ୍ତି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀମାନେ ଗଣମାଧ୍ୟମକୁ ହାସ୍ୟାସ୍ପଦ ବିବୃତି ଦେଉଛନ୍ତି । ତେଣୁ ପେଟ୍ରୋଲ ପମ୍ପଗୁଡିକରେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ବଡ଼ ବଡ଼ ହୋର୍ଡିଂଗ୍ସକୁ ଭାଙ୍ଗିବ ଯୁବ କଂଗ୍ରେସ । ଆସନ୍ତାକାଲି ତଥା ବୁଧବାର ଠାରୁ ସାରା ରାଜ୍ୟରେ ପେଟ୍ରୋଲ ପମ୍ପଗୁଡିକରେ ଥିବା ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବିଜ୍ଞାପନ ହୋର୍ଡିଂଗକୁ ଯୁବ କଂଗ୍ରେସ ପକ୍ଷରୁ ଭଙ୍ଗା ଯିବା ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା ସୂଚନା ଦେଇଛନ୍ତି ।

ତୈଳ ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଗକୁ ପ୍ରତି ଜିଲ୍ଲାରେ ପେଟ୍ରୋଲ ପମ୍ପଗୁଡିକରେ ଲାଗିଥିବା ହୋଡିଙ୍ଗକୁ ଉଚ୍ଛେଦ କରାଯିବ ବୋଲି କଂଗ୍ରେସ ସଭାପତି କହିଛନ୍ତି । ଭୁବନେଶ୍ବରରେ ବିଏମସି କମିଶନର ସାଧାରଣ ଲୋକଙ୍କ ପ୍ରତି ଜୁଲ୍ମ କରିଛନ୍ତି । ହୋଲଡିଂ ଟିକସ ମାତ୍ରାଧିକ ଭାବରେ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି । ତେଣୁ ଯଦି ଖୁବଶୀଘ୍ର ହୋଲଡିଂ ଟିକସ ପ୍ରତ୍ୟାହାର ନ କରନ୍ତି ତେବେ ସପ୍ତାହ ପରେ ଯୁବ କଂଗ୍ରେସ ବିଏମସିକୁ ପଙ୍ଗୁ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.