ଭୁବନେଶ୍ବର: କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ମାନେ ଦିଲ୍ଲୀରେ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ବିଚାର ନକରି ତାଙ୍କ ଜିଦରେ ଅଟଳ ରହିଛନ୍ତି । ସେହିପରି ସଂସଦର ଶୀତକାଳୀନ ଅଧିବେଶନ ଏହି ସମୟରେ ବସିବା କଥା । କିନ୍ତୁ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରୋନାର ଆଳ ଦେଖାଇ ଏହାକୁ ବାତିଲ କରାଯାଇଛି । ଯାହାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇଛି ।
କଂଗ୍ରେସ ଭବନ ପରିସରରୁ ଶତାଧିକ ଯୁବ କର୍ମୀ ମଶାଲ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ପରିକ୍ରମା କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କଂଗ୍ରେସ ସବୁବେଳେ କୃଷକଙ୍କ ସହ ଥିବା ଓ ଏହାର ସମାଧାନ ନହେବା ଯାଏଁ ଆନ୍ଦୋଳନରେ କୃଷକଙ୍କ ସାଥ ଦେବ ବୋଲି କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ