ଭୁବନେଶ୍ବର: ରାଜଧାନୀରେ ଚାଲିଛି ଆଦିବାସୀ ଓ ଜନଜାତି କଳାବସ୍ତୁ ମେଳା 2019। ଗତ 23 ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାରା ଦେଶରୁ ଅନେକ ଆଦିବାସୀ ଲୋକେ ନିଜର ପାରମ୍ପାରିକ ଜିନିଷ ବିକ୍ରି କରିବା ପାଇଁ ଭୁବନେଶ୍ବରର ଆଦିବାସୀ ମ୍ୟୁଜିୟମରେ ଏକତ୍ରିତ ହୋଇଛନ୍ତି।
ତେବେ ଏହି ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଚିତ୍ରକାର ଦିନବନ୍ଧୁ ସରେନ। କାରଣ ଦୀନବନ୍ଧୁଙ୍କ ତୂଳି ମୁନରେ ଶହ ଶହ ଝିଅ ନିଜ ହାତରେ ଆଦିବାସୀଙ୍କ ଚିତ୍ର କରିବା ପାଇଁ ଭିଡ ଜମାଉଛନ୍ତି । ଦିନବନ୍ଧୁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ ସୁଦ୍ଧା ଆଦିବାସୀ କଳା ତାଙ୍କୁ ଆକୃଷ୍ଟ କରିଛି ବୋଲି ସେ କହିଛନ୍ତି । ବିଶେଷ କରି ଆଦିବାସୀ ସଉରା ଜନଜାତିଙ୍କ ଚିତ୍ର ସଉରା ସେ ଲୋକଙ୍କ ହାତରେ କରୁଛନ୍ତି।
ଏହାସହ ଅନେକ ଡିଜାଇନର ଚିତ୍ର ସେ ତୂଳି ମୁନରେ ଲୋକଙ୍କ ହାତରେ କାଟୁଛନ୍ତି । ଯାହା ଏବେ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ