ETV Bharat / city

16 ଜିଲ୍ଲାକୁ ଶୀତ ଲହରୀ ସତର୍କତା, ୟେଲୋ ୱାର୍ଣ୍ଣିଂ ଜାରି

author img

By

Published : Feb 2, 2021, 9:41 PM IST

ଆସନ୍ତା ୨୪ ଘଣ୍ଟା ବୁଧବାର ଯାଏଁ ଓଡିଶାର ୧୬ଟି ଜିଲ୍ଲାକୁ ସାମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ ....

16 ଜିଲ୍ଲାକୁ ଶୀତ ଲହରୀ ସତର୍କତା, ୟେଲୋ ୱାର୍ଣ୍ଣିଂ ଜାରି
16 ଜିଲ୍ଲାକୁ ଶୀତ ଲହରୀ ସତର୍କତା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ବୁଧବାର ଯାଏଁ ଓଡିଶାର ୧୬ଟି ଜିଲ୍ଲାକୁ ସାମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।

ରାତ୍ରିରେ ସର୍ବନିମ୍ନ ତାପମାତ୍ରା ଆଗାମୀ ୨ ରୁ ୩ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ସୂଚନା ରହିଛି । ଏହି ତାପମାତ୍ରା ଆଗାମୀ ୨ ରୁ ୩ ଦିନ ଯାଏଁ ଓଡ଼ିଶାର ଜିଲ୍ଲାଗୁଡିକ ଅନେକ ଅଞ୍ଚଳରେ ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ସେଲସିୟସ ଯାଏଁ କମ ରହିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ଜିଲ୍ଲାଗୁଡିକରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.