ETV Bharat / city

World Page 2021: କାହାଠୁ କ୍ଷମତା ଯାଇଛି ତ କେଉଁଠି ଫେରିଛି ଖୁସିର ଫଗୁଣ

author img

By

Published : Dec 27, 2021, 10:01 PM IST

ବିଦାୟ ନେବାକୁ ଯାଉଛି ୨୦୨୧ । କାହାପାଇଁ ଅଭିଶାପ ତ କାହା ପାଇଁ ଉପହାର ସାଜି ଲୁହ ପୁଣି କେତେବେଳେ କୋହ ଭରି ଦେଇଛି । ଏହି ବର୍ଷକ ମଧ୍ୟରେ ଦୁନିଆ ଦେଖିଛି ତାଲିବାନ ଭଳି ଆତଙ୍କବାଦୀ ସଂଗଠନର ଆଫଗାନ ଦଖଲ ପୁଣି ଆମେରିକା ଭଳି ଶକ୍ତିଶାଳୀ ଦେଶର ଶକ୍ତିଶଳୀ ସିଂହାସନ ପାଇଁ ଫିଲ୍ମି ଆନ୍ଦାଜରେ ଟଣାଓଟରା । ଆର୍ମେନିଆ-ଆଜରବୈଜାନ ଯୁଦ୍ଧରେ ପୋକ ମାଛି ପରି ଟଳିପଡିଲେ ପାଖାପାଖି ୫୦୦୦ ଲୋକ । ଅଧିକ ପଢନ୍ତୁ

world page in 2021: କାହାଠୁ କ୍ଷମତା ଯାଇଛି ତ କେଉଁଠି ଖୁସୀର ଫଲ୍ଗୁ ପ୍ରବାହିତ ହୋଇଛି

ପ୍ରତ୍ୟକ ବର୍ଷ ପରି ୨୦୨୧ ମଧ୍ୟ ଘଟଣା-ଦୁର୍ଘଟଣା, ଆନନ୍ଦ-ବିଷାଦ, ଆଶା-ଆଶଙ୍କା, ସମ୍ଭାବନା-ନିରାଶ, ଉଲ୍ଲାସ ଆଉ ଅବକାଶ ମଧ୍ୟରେ ବିଦାୟ ନେବାକୁ ଯାଉଛି । ସେହିପରି ଅନ୍ତର୍ଜାତୀୟ ପୃଷ୍ଠା ମଧ୍ୟ ଏପରି କିଛି ରୋଚକ ଥିଲା ଯାହା, ଆଗାମୀ ୧୦୦ ବର୍ଷ ପାଇଁ ଏକ ନୂତନ ଇତିହାସ ଲେଖିବାରେ ମଧ୍ୟ ସକ୍ଷମ ହେବ ।

୧. ଆଫଗାନରେ ତାଲିବାନ ରାଜ

ଦୀର୍ଘ ୨୦ ବର୍ଷର ପ୍ରତିକ୍ଷା ପରେ ଆଫଗାନୀସ୍ତାନରେ ଶାସନକୁ ଫେରିଛି ତାଲିବାନ । ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଘୋଷଣା କଲେ ୩୧ ଅଗଷ୍ଟ ୨୦୨୧ ସୁଦ୍ଧା ଆଫଗାନିସ୍ତାନରୁ ସମସ୍ତ ଆମେରିକା ସୈନିକ ସ୍ବଦେଶ ଫେରିଯିବେ । ଆଉ ଏହି ମଉକାକୁ ଚାତକ ପରି ଅନାଇ ବସିଥିଲା ତାଲିବାନ । କାରଣ ୨୦ ବର୍ଷ ତଳେ ଅର୍ଥାତ 11 ସେପ୍ଟେମ୍ବର 2001ରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର(World Trade Center) ଉପରେ ଆକ୍ରମଣ କରିଥିଲା ଆତଙ୍କବାଦୀ ଓସାମା ବିନ ଲାଡେନ । କ୍ଷଣିକ ମଧ୍ୟରେ ଧ୍ବଂସ ସ୍ତୁପରେ ପରିଣତ ହୋଇଯାଇଥିଲା ବିଶ୍ବ ବାଣିଜ୍ୟ କେନ୍ଦ୍ର । ଆଉ ଯାହାର ଚରାଭୂଇଁ ଥିଲା ଆଫଗାନିସ୍ତାନ । ତେଣୁ, ଆମେରିକା ନିଷ୍ପତ୍ତି ନେଲା ଯେ, ଆଫଗାନିସ୍ତାନରୁ ତାଲିବାନକୁ ହଟାଇ ଏକ ସ୍ଥିର ସରକାର ପ୍ରଦାନ କରିବ । ପରେ ଆମେରିକା ଆଫଗାନିସ୍ତାନରେ ଅନ୍ଧାଧୂନ ଗୁଳି ସହ ବୋମା ବର୍ଷଣ କରିଥିଲା । ଯେଉଁଥିରେ କିଛି ତାଲିବାନ ଆତଙ୍କବାଦୀ ନିପାତ ହୋଇଥିଲା । ପରେ ଆଫଗାନିସ୍ତାନର ସୁରକ୍ଷା ପାଇଁ ସେଠାରେ ଆମେରିକା ନିଜର ସୈନ୍ୟ ନିୟୋଜିତ କରିଥିଲା ଏବଂ ଏକ ସ୍ଥିର ସରକାର ପ୍ରଦାନ କରିବାରେ ସଫଳ ହୋଇଥିଲା । ଆମେରିକା ସୈନ୍ୟ ଶକ୍ତି ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ସବୁକିଛି ଆଫଗାନିସ୍ତାନକୁ ଦେବାକୁ ଆରମ୍ଭ କଲା । ଆଉ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଲା ତାଲିବାନ ଆତଙ୍କବାଦୀ ସଂଗଠନ । ହେଲେ ଦୀର୍ଘ ୨୦ ବର୍ଷ ପରେ ଆମେରିକାର ଗୋଟିଏ ନିଷ୍ପତ୍ତି ପୁନଶ୍ଚ ଆଫଗାନିସ୍ତାନକୁ ଏକ ସଂକଟାଭିମୁଖୀ ଭବିଷ୍ୟତ ଆଡକୁ ଠେଲିଦେଲା । ତେବେ ଆସନ୍ତୁ ଜାଣିବା ଆଫଗାନୀସ୍ତାନରେ ତାଲିବାନ ରାଜ କରିବାର କଣ ଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ ।

* ୧୪ ଏପ୍ରିଲ ୨୦୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କଲେ ଯେ, ମେ ୧ ତାରିଖରୁ ଆମେରିକା ନିଜ ସୈନ୍ୟଙ୍କୁ ସ୍ବଦେଶକୁ ପ୍ରତ୍ୟାବର୍ତନ ଆରମ୍ଭ କରିବ ଏବଂ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ସୈନ୍ୟ ଆମେରିକା ଫେରିଯିବେ ।

* ୪ ମେ ୨୦୨୧ରେ ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତନ ଆରମ୍ଭ ହେବା ସହିତ ଆତଙ୍କବାଦୀ ସଂଗଠନ ତାଲିବାନ, ଆଫଗାନିସ୍ତାନ ସୈନ୍ୟଙ୍କ ବିରୋଧରେ ଦକ୍ଷିଣ ହେଲମନ୍ଦ ପ୍ରାନ୍ତରେ ସାମରିକ ଅଭିଯାନ ଆରମ୍ଭ କରିଦେଲା ।

* ୧୧ ଜୁନ ୨୦୨୧ରେ ରାଜଧାନୀ କାବୁଲର ନିକଟତମ ନେର୍ଖ ଜିଲ୍ଲାକୁ କବ୍ଜା କଲା ତାଲିବାନ । ସେହି ମସୟରେ ଦେଶର ଅନେକ ପ୍ରାନ୍ତରେ ଆଫଗାନ ସୈନ୍ୟ ଏବଂ ତାଲିବାନୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଲାଗିରହିଥିଲା । ଆଫଗାନିସ୍ତାନରେ ଜତିସଂଘର ବିଶେଷ ଦୂତଙ୍କ କହିବା ଅନୁଯାଯୀ, ସମୁଦାୟ ୩୭୦ ଜିଲ୍ଲା ମଧ୍ୟରୁ ୫୦ ଜିଲ୍ଲାରେ ତାଲିବାନ କବ୍ଜା କରିସାରିଛି ।

* ୨ ଜୁଲାଇ ୨୦୨୧ରେ ଆମେରିକା ସୈନ୍ୟ ଚୁପଚାପ୍‌ ବଗରାମ ଏୟାପୋର୍ଟରୁ ରାତାରାତି ଚାଲିଯାଇଥିଲେ । ତାହା ଦର୍ଶାଉଥିଲା ଯେ, ଆମେରିକା ଆଫଗାନିସ୍ତାନ ଯୁଦ୍ଧରୁ ନିଜକୁ ନିବୃତ୍ତ ରଖିବାର ସଂକେତ । ଏହାପରେ ତାଲିବାନ ଆହୁରି ଆକ୍ରମଣାତ୍ମକ ହୋଇଉଠିଥିଲା ।

* 13 ଅଗଷ୍ଟ ୨୦୨୧ରେ ତାଲିବାନ, ଆଫଗାନିସ୍ତାନର ଦ୍ବୀତିୟ ବଡ ସହର କାନ୍ଦାହାରକୁ କବଜା କରିନେଇଥିଲା ।

* ୧୪ ଅଗଷ୍ଟ ୨୦୨୧ରେ ମଜାର-ଏ-ଶରିଫ ସହରରେ ତାଲିବାନୀ ପତାକା ଉଡିବା ଆରମ୍ଭ କଲା । ଆମେରିକା ସେତେବେଳେ ତା’ର ବାକି କର୍ମଚାରୀଙ୍କୁ ଆଫଗାନିସ୍ତାନରୁ ନେବା ପାଇଁ ସୈନ୍ୟ ପଠାଇଥିଲା । ଅନ୍ୟପଟେ ତାଲିବାନ କାବୁଲ ଅଭିମୁଖେ ମାଡିଚାଲିଥିଲା । ତାଲିବାନର କାବୁଲରେ ପ୍ରବେଶ ଖବର ଶୁଣି ରାଷ୍ଟ୍ରପତି ଆଶ୍ରଫ ଘାନୀ ଦେଶ ଛାଡି କାଜାକିସ୍ଥାନ ଚାଲିଯାଇଥିବା ଖବର ସାନ୍ନାକୁ ଆସିଲା ।

* ୧୫ ଅଗଷ୍ଟ ୨୦୨୧ରେ ତାଲିବାନଙ୍କ ପ୍ରବେଶ କାବୁଲରେ ହୋଇସାରିଥାଏ । ତାଲିବାନ କମାଣ୍ଡର ରାଷ୍ଟ୍ରପତି ଭବନ ଭିତରେ ପ୍ରବେଶ କରିସାରିଥିଲା । ଆଉ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନୀ ରାଜ ।

୨. ଆମେରିକା ରାଷ୍ଟ୍ରପତି ଶପଥଗ୍ରହଣ ଉତ୍ସବ

ବିଶ୍ବର ଶକ୍ତିଶାଳୀ ଦେଶ ୟୁନାଇଟେଡ ଷ୍ଟେଟ ଆମେରିକାର ୪୬ ତମ ରାଷ୍ଟ୍ରପତି ନିର୍ବାଚନ କୌଣସି ଫିଲ୍ମଠାରୁ କମ ନଥିଲା । ଗୋଟିଏ ପଟେ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଅନ୍ୟପଟେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ । ନିର୍ବାଚନ ପ୍ରସ୍ତୁତି ଠାରୁ ଆରମ୍ଭ କରି ଶପଥ ଗ୍ରହଣ ଉତ୍ସବ ପର୍ଯ୍ୟନ୍ତ ଅତ୍ୟନ୍ତ ରୋମାଞ୍ଚକ ଥିଲା ସମସ୍ତ ପ୍ରକ୍ରିୟା । ଶେଷରେ ୨୭୦ ଇଲେକ୍ଟୋରାଲ ଭୋଟରେ ବଜୟୀ ହୋଇଥିଲେ ଜୋ ବାଇଡେନ । ନିର୍ବାଚନ ସରିବାର ଦୀର୍ଘ ମାରାଥନ ପରେ ୨୦୨୧ ଜାନୁଆରୀ ୨୦ ତାରିଖରେ ଶପଥ ନେଇଥିଲେ ଜୋ ବାଇଡେନ । ଆଉ ଅକ୍ତିଆର କରିଥିଲେ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତିଶାଳୀ ସିଂହାସନ ।

* ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପେଞ୍ଚ ଅଟକିଥିଲା ପେନସିଲଭାନିଆରେ । କାରଣ ସେଠାରେ ଟ୍ରମ୍ପ ଆଗୁଆ ଚାଲିଥିଲେ । ଯେତେବେଳେ ମେଲ-ଇନ୍‌ ଭୋଟ ଗଣତି ଆରମ୍ଭ ହେଲା ବାଇଡେନ ଆଗକୁ ଚାଲିଗଲେ । ତାହା ପୂର୍ବରୁ ଏକ ଖବର ଆସିଥିଲା ଯେ, ଫିଲାଡେଲ୍‌ଫିଆରେ ନକଲି ବ୍ୟାଲେଟ ଯାଇଥିବା କାରଣରୁ କିଛି ଲୋକଙ୍କୁ ଗିରଫ କରାଯାଇଛି ।

* ଜୋ ବାଇଡେନଙ୍କ ସପକ୍ଷରେ ମତ ଆସିବାକ୍ଷଣି ବାଇଡେନ ଟ୍ବିଟ କରି କହିଥିଲେ, ‘‘ଆମେରିକା, ମୁଁ ବହୁତ ସମ୍ମାନୀତ ଅନୁଭବ କରୁଛି ଯେ, ଦେଶର ନେତୃତ୍ବ ପାଇଁ ମତେ ବାଛିଛନ୍ତି । ଆଗକୁ କାମ କଠିନ ହେବ, ହେଲେ ପ୍ରତିଜ୍ଞା କରୁଛି ମୁଁ ସମସ୍ତ ଦେଶବାସୀଙ୍କ ରାଷ୍ଟ୍ରପତି ହୋଇ ରହିବି- ଆପଣ ମତେ ଭୋଟ ଦିଅନ୍ତୁ ଅବା ନଦିଅନ୍ତୁ । ଆପଣଙ୍କ ଭରସାକୁ ମୁଁ ସମ୍ପୂର୍ଣ୍ଣ କରିବି ।

* ବାଇଡେନ ସରକାରରେ ଭାରତୀୟଙ୍କ ଛାପ: ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଭାରତର କମଲା ହାରିସ୍‌ । ପ୍ରଥମ କୃଷ୍ଣକାୟ ଭାବେ ସେ ଏହି ପଦ ପାଇଛନ୍ତି । କମଲାଙ୍କ ମା’ ଭାରତୀୟ ହୋଇଥିବା ବେଳେ ପିତା ଥିଲେ ଜାମାଇକାର ।

୩. ସ୍ବେଜ କେନାଲରେ ଫଶିଲା ଏଭର ଗିଭେନ ଜାହାଜ

* ଲାଲ ସାଗର ଏବଂ ଭୂମଧ୍ୟ ସାଗର ମଧ୍ୟରେ ଥିବା ଛୋଟ କିନ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହେଉଛି ସ୍ବେଜ କେନାଲ । ଏହି ବାଣିଜ୍ୟକ ଜଳମାର୍ଗରେ ଏଭର ଗିଭେନ ନାମକ ଏକ ବିଶାଳକାୟ କଣ୍ଟେନର ଜାହାଜ ଦୀର୍ଘ ଏକ ସପ୍ତାହ ପର୍ଯ୍ୟନ୍ତ ଫସି ରହିଥିଲା । ସେହି ଜାହାଜର ଲମ୍ବ ଥିଲା ୪୦୦ ମିଟର ଏବଂ ଚଉଡା ଥିଲା ୫୯ ମିଟର । ଯାହାର ଦୁଇପାର୍ଶ୍ବରେ ଶତାଧିକ ଜାହାଜ ଟ୍ରାଫିକ ସମସ୍ୟା ଯୋଗୁଁ ଫସି ରହିଥିଲା । ଯାହାଦ୍ବାରା ବିଶ୍ବ ଅର୍ଥନୀତିକୁ ଏକ ଶକ୍ତ ଝଟକା ଲାଗିଥିଲା ।

* MB EVER GIVEN ଜାହାଜ ଦୁନିଆର ସବୁଠାରୁ ବଡ ଜାହାଜ ମଧ୍ୟରୁ ଗୋଟିଏ । ମାର୍ଚ୍ଚ ୨୩ରେ ତାହା ଚିନ୍‌ରୁ ନେଦରଲାଣ୍ଡର ପୋର୍ଟ ସେଟେରଡମ ଯାଉଥିଲା । ସେତେବେଳେ ମାର୍ଗରେ ସ୍ବେଜ କେନାଲ ଠାରେ ଭୀଷଣ ପବନ ବୋହିବା ଆରମ୍ଭ ହୋଇଥିଲା । ଆଉ ଜାହାଜଟି ତେର୍ଛା ଭାବେ ଫସିଯାଇଥିଲା । ଯେଉଁଥିରେ କେନାଲଟି ସମ୍ପୂର୍ଣ୍ଣ ବ୍ଲକ ହୋଇଯାଇଥିଲା । ଅଧିକାରଙ୍କ କହିବା ମୁତାବକ ସେହିବାଟ ଦେଇ ପ୍ରତିଦିନ ପାଖାପାଖି ୫୦ ଜାହାଜ ଯିବାଆସିବା କରିଥାଏ ।

* ନ୍ୟୁଜ ଏଜେନ୍ସି ମୁତାବକ ସ୍ବେଜ କେନାଲରେ ଫଶିଥିବା ଦୁନିଆର ସବୁଠାରୁ ବଡ ଜାହାଜକୁ ବାହାର କରିବା ପାଇଁ ଟଗବୋଟ୍‌ସର ସାହାଯ୍ୟ ନିଆଯାଇଥିଲା । ଟଗବୋଟ୍‌ସ ହେଉଛି ସେହି ଯନ୍ତ୍ର ଯେଉଁଥିରେ ଜାହାଜକୁ ଟାଣିକରି ନିଆଯାଏ । ସେହି ଜାହାଜକୁ ବାହାର କରିବା ପାଇଁ ୧୩ଟି ଟଗବୋଟ୍ସ ଲଗାଯାଇଥିଲା । ଜାହାଜକୁ ମୁକ୍ତ କରିବା ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା, କାରଣ ସେଥିରେ ୨.୨୦ ଲକ୍ଷ ଟନରୁ ଅଧିକ ଜିନିଷ ଲଦାଯାଇଥିଲା । ଏହା ସହିତ ଡ୍ରୋଜରର ମଧ୍ୟ ବ୍ୟବହାର କରାଯାଇଥିଲା । ଏହି ଡ୍ରୋଜର ଦ୍ବାରା ଜାହାଜ ପାଖରେ ପ୍ରାୟ ୨୫-୩୦ ହଜାର କ୍ୟୁବିକ ମିଟର ମାଟି ଖୋଳାଯାଇଥିଲା । ଏହି ଜାହାଜରେ ପେଟ୍ରୋଲିୟମ ଉତ୍ପାଦନ ଠାରୁ ଆରମ୍ଭ କରି ଖାଇବା ପିଇବା ସାମଗ୍ରୀ ଲଦା ଯାଇଥିଲା । ସ୍ବେଜ କେନାଲ ଆଉ ଏକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ୭ ହଜାର କିଲୋମିଟରର ଦୂରତାକୁ ମାତ୍ର ୩୦୦ କିଲୋମିଟରରେ କଭର କରିହୁଏ । ଯେଉଁଥିରେ ସମୟ ଆଉ ଟଙ୍କା ମଧ୍ୟ ଅନେକ ମାତ୍ରାରେ ସଞ୍ଚୟ କରିହୁଏ ।

* ବ୍ୟାପାର ଦୃଷ୍ଟିରୁ ସ୍ବେଜ କେନାଲ ବହୁତ ମହତ୍ବପୂର୍ଣ୍ଣ । ଏହି କେନାଲ ବାଣିଜ୍ୟ ପାଇଁ ୧୮୬୯ ସମିହାରେ ଖୋଳାଯାଇଥିଲା । ଏହା ଏସିଆକୁ ୟୁରୋପ ସହିତ ଏବଂ ୟୁରୋପକୁ ଏସିଆ ସହିତ ସଂଯୋଗ କରୁଥିଲା । ଦୁନିଆରେ ତେଲର ଯେତିକି କାରବାର ହୋଇଥାଏ ତାହାର ୭% ଏହି କେନାଲ ମାଧ୍ୟମରେ ହିଁ ଯାଇଥାଏ । ସେହିପରି ବିଶ୍ବ କାରବାରର ୧୦% ସ୍ବେଜ କେନାଲ ଦ୍ବାରା ହୋଇଥାଏ ।

୪. ଜର୍ମାନରେ ଚାନ୍ସେଲୋର ପରିବର୍ତ୍ତନ

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜର୍ମାନୀର ନବମ ଚାନ୍ସେଲର ଭାବେ ଓଲାଫ ସ୍କୋଲଜ୍ (Olaf Scholj)ଙ୍କୁ ନିର୍ବାଚିତ କରିଛି ଜର୍ମାନୀ ସାଂସଦ । ଏଥିସହିତ ଆଞ୍ଜେଲା ମର୍କେଲଙ୍କ ୧୬ ବର୍ଷର କାର୍ଯ୍ୟକାଳର ଅବସାନ ସହ ୟୁରୋପିଅ ସଂଘର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏକ ନୂଆ ଯୁଗର ଆରମ୍ଭ ହୋଇଯାଇଛି ।

୫. ଆର୍ମେନିଆ-ଆଜରବୈଜାନ ଓ୍ବାର ୨୦୨୧

ଆର୍ମେନିଆ-ଅଜରବୈଜାନ ମଧ୍ୟରେ ଥିବା ସୀମା ବିବାଦ ମିଲିଟାରୀ ସଂଘର୍ଷରେ ପରିଣତ ହୋଇଥିଲା । ଦ୍ବନ୍ଦ୍ବ ଆରମ୍ଭ ହୋଇଥିଲା ୧୨ ମେ ୨୦୨୧ରେ, ଯେତେବେଳେ ଅଜରବୈଜାନ ସୈନିକ ଆର୍ମେନିଆ ସୀମାର ଅନେକ କିଲୋମିଟର ଅତିକ୍ରମ କରିଯାଇଥିଲେ । ଆର୍ମେନିଆର ସ୍ୟୁନିକ ଏବଂ ଜେଘାରକୁନିକର ପ୍ରାୟ ୪୧ ସ୍କୋୟାର କିଲୋମିଟର ଅଞ୍ଚଳ ଦଖଲ କରିନେଇଥିଲା ଆଜରବୈଜାନୀ ସୈନିକ । ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ୨୯ ଦିନ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟିଥିଲା । କୁହାଯାଉଛି ଏହି ଯୁଦ୍ଧରେ ପାଖାପାଖି ୫ ହଜାର ଲୋକଙ୍କର ମୃତ୍ୟୁ ଘଟିଛି ।

୬. ସ୍ପେସେକ୍ସ ମିଶନ ଇନ୍‌ସ୍ପିରେସନ-୪

*ଟେକ ବିଲିନିୟର ଏଲନ ମସ୍କର କମ୍ପାନୀ ସ୍ପେସେକ୍ସର ପ୍ରଥମ ସ୍ପେସ ମିଶନ ଇନ୍‌ସ୍ପିରେସନ-୪ ସଫଳ ହୋଇଥିଲା । ଏହି ମିଶନରେ ଆନ୍ତରିକ୍ଷକୁ ୪ ଜଣ ସାଧାରଣ ନାଗରିକଙ୍କୁ ପଠାଯାଇଥିଲା । ଏହି ଚାରି ନାଗରିକଙ୍କ ସହିତ Spacexର ଡ୍ରାଗନ ସ୍ପେସକ୍ରାଫ୍ଟ ତିନିଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମଣ କରିଥିଲା । ପରେ ଫ୍ଲୋରିଡା ତଟ ପାଖ ସମୁଦ୍ରରେ ଏହାର ସଫଳ ଲାଣ୍ଡିଂ କରିଥିଲା । ସାଧାରଣ ଲୋକଙ୍କ ସହିତ ଅର୍‌ବିଟ ଯାଇଥିବା ଏହା ଦୁନିଆର ପ୍ରଥମ ସ୍ପେସଫ୍ଲାଇଟ ଥିଲା ।

* ୧୫ ସେପ୍ଟେମ୍ବର ଦିନ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରେ ନାସାର ପେଡ ୩୯ ଏରୁ ଏହି ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନର ନେତୃତ୍ବ ନେଉଥିଲେ ୩୭ ବର୍ଷିୟ ଜାରେଡ ସାକମ୍ୟାନ(Jared Saacmam) ।

୭. ଇସ୍ରାଏଲରେ 12 ବର୍ଷ ପରେ କ୍ଷମତା ପରିବର୍ତ୍ତନ

ଧୂରିଣ କୁଟନୀତିଜ୍ଞ ତଥା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁକୁ ଦିର୍ଘ ୧୨ ବର୍ଷ ପରେ ନିଜ କ୍ଷମତା ଛାଡିବାକୁ ପଡିଥିଲା । ନେତାନ୍ୟାହୁଙ୍କ ସ୍ଥାନରେ ତାଙ୍କର ପ୍ରତିପକ୍ଷ ନପ୍ତାଲି ବେନେଟ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନରେ ନେତାନ୍ୟାହୁଙ୍କ ଲିକୁଡ ପାର୍ଟିକୁ ବହୁମତ ମିଳିନଥିଲା ।

ନିର୍ବାଚନର ଦ୍ବିତୀୟ ବଡ ଦଳ ହୋଇଥିବା ସତ୍ତ୍ବେ ଇସ୍ରାଏଲ ରାଷ୍ଟ୍ରପତି ରୂବେଲ ରିବଲିନ, ନେତାନ୍ୟାହୁଙ୍କୁ ସରକାର ଗଠନ କରିବା ପାଇଁ ୨ ଜୁନ ପର୍ଯ୍ୟନ୍ତ ବହୁମତ ସାବ୍ୟସ୍ତ କରିବାକୁ ଆଦେଶ ଦେଇଥିଲେ । ତମାମ ଚେଷ୍ଟା ସତ୍ତ୍ବେ ବେଞ୍ଜାମିନ ନିଜ ସହଯୋଗୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ ।

୮. କିମ ଜଙ୍ଗ ଉନ ସେକ୍ରେଟାରୀ

ଉତ୍ତରକୋରିଆର ସର୍ବୋଚ୍ଚ କମାଣ୍ଡର ତଥା ଶାସକ କିମ୍‌ ଜୋଙ୍ଗ ଉନଙ୍କ ଆଉ ଏକ ଅଜବ ଆଇନ ଦେଖିବାକୁ ମିଳିଥିଲା ୨୦୨୧ରେ । ତାନାଶାହ ଦେଶର ପୂର୍ବତନ ପୂର୍ବତନ ନେତା ତଥା କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ-ଇଲ(Kim Jong-il)ଙ୍କ ୧୦ତମ ପୂଣ୍ୟତିଥି ଅବସରରେ ଫରମାନ ଜାରି କରି କହିଥିଲେ ଯେ, ୧୧ ଦିନ ପର୍ଯ୍ୟନ୍ତ ଦେଶରେ କେହି ଖୁସୀ ପାଳନ କରିପାରିବେ ନାହିଁ । ରାଷ୍ଟ୍ରୀୟ ଶୋକ ଅବସରରେ ଲୋକଙ୍କୁ ହସିବା ଏବଂ ମଦ ପିଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

୯. ଭାରତରେ ୧୦୦ ମିଲିୟନ ଟୀକାକରଣ

୨୦୨୧ ଏପ୍ରିଲ ୧୦ ତାରିଖ ସୁଦ୍ଧା ଭାରତ ବିଶ୍ବର ପ୍ରଥମ ଦେଶ ଭାବେ 100 କୋଟି କୋରୋନା ଟୀକାକରଣକୁ ସଫଳ କରିଥିଲା । ଆଉ ଏହା ସମ୍ଭବ ହୋଇଥିଲା ମାତ୍ର ୮୫ ଦିନରେ । ସେହି ସମୟ ଅବଧି ମଧ୍ୟରେ ଆମେରିକା ୯୨.୦୯ ମିଲିୟନ ଡୋଜ ଦେଇଥିବା ବେଳେ ଚୀନ ୬୧.୪୨ ମିଲିୟନ ଡୋଜ ଟିକା ଦେବାରେ ସକ୍ଷମ ହୋଇଛି ।

୧୦. ଜାପାନ ନୂଆ ପ୍ରଧାନମନ୍ତ୍ରୀ

ଅକ୍ଟୋବର ୪ ତାରିଖରେ ଲିବେରାଲ ଡେମୋକ୍ରାଟିକ ଦଳର ଫୁମିଓ କିଶିଦା ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ । ୟୋଶିହିଦେ ସୁଗାଙ୍କ ସ୍ଥାନରେ ନୂତନ ପିଏମ ଭାବେ ଦାୟୀତ୍ବ ନେଇଛନ୍ତି କିଶିଦା ।

ତେବେ ବର୍ଷ 2021 ତମାମ କୋରୋନା ବିଶ୍ବବାପୀ ରାଜ କରିଥିଲା । ଗୋଟିଏ ପରେ ଗୋଟିଏ ରୂପ ବଦଳାଇବା ସହିତ ବିଶ୍ବବାସୀଙ୍କ ଜୀବନ ଏବଂ ଜୀବିକା ପାଇଁ ବିପଦ ସାବ୍ୟସ୍ତ ହୋଇଥିଲା । ତଥାପି ମହାମାରୀ କାଳରେ ବିଶ୍ବବାପୀ ଏହାକୁ ସାହସ ଏବଂ ପରସ୍ପର ସହଭାଗିତାରେ ସାମ୍ନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.