ETV Bharat / city

Yearender 2021: ନିଜ ଦମରେ ଲଢିଲା ଓଡିଶା, ଭାରତକୁ ଦେଲା ଅକ୍ସିଜେନ୍ ଭେଟି - ଅମ୍ଲଜାନ ଯୋଗାଇଲା ଓଡିଶା ଖବର

ଆଉ କିଛି ଦିନ ପରେ ବର୍ଷ ୨୦୨୧ ଶେଷ ହେବ । ତେବେ ଚଳିତ ବର୍ଷ ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। କେଉଁଠି ପରିବାରର ନିଶ୍ଚିହ୍ନ ହୋଇଯାଇଛି ତ କେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ବଞ୍ଚିପାରିଲା ନାହିଁ ଜୀବନ । କଟକଣା ଆଢୁଆଳରେ ହଜିଗଲା ଜୀବିକା । ମୃତଦେହକୁ ମିଳିଲାନି ପରିଜନଙ୍କ ଚାରି କାନ୍ଧ। ଅଧିକ ପଢନ୍ତୁ

Yearend Story: କନ୍ଦାଇଲା କୋରୋନା, ଡ଼ରାଇଲା ଓମିକ୍ରନ

author img

By

Published : Dec 27, 2021, 9:17 PM IST

ଭୁବନେଶ୍ବର: ବର୍ଷ ସାରା କନ୍ଦାଇଲା କୋରୋନା । କେଉଁଠି ପରିବାର ନିଶ୍ଚିହ୍ନ ହୋଇଗଲେ ତ କେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ବଞ୍ଚିପାରିଲା ନାହିଁ ଜୀବନ । କଟକଣା ଆଢୁଆଳରେ ହଜିଗଲା ଜୀବିକା। ଶବକୁ ମିଳିଲାନି ପରିଜନଙ୍କ ଚାରି କାନ୍ଧ। ଟୀକାକରଣ, କଟକଣା ଓ କରୋନା ମୁକାବିଲା କୁ ନେଇ ନୟାନ୍ତ ହେଲେ ସରକାର। ଯଦିଓ ପରିସ୍ଥିତିକୁ ସୁଧାରିବାରେ ସରକାର ସଫଳ ହେଲେ, କଟକଣା ଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ସବୁଥିରେ ରେକର୍ଡ କଲେ। ଏମିତିକି ଓଡିଶା ଅନ୍ୟ ରାଜ୍ୟକୁ ଯୋଗାଇଲା ଅସ୍କିଜେନ । ହେଲେ ଶେଷ ଆଡକୁ ପୁଣି ଡ଼ରାଇଲାଣି ଓମିକ୍ରନ । ଯଦିଓ ଓମିକ୍ରନରେ କାହାରି ଜୀବନ ଯାଇନାହିଁ ଭୟ କିନ୍ତୁ ପିଛା ଛାଡିନାହିଁ ।

Yearend Story: କନ୍ଦାଇଲା କୋରୋନା, ଡ଼ରାଇଲା ଓମିକ୍ରନ

ବର୍ଷ ଆରମ୍ଭରୁ ଟୀକାକରଣ କାର୍ଯ୍ୟକ୍ରମ :

କୋରୋନା ବିରୋଧ ଯୁଦ୍ଧରେ 2021 ବର୍ଷର ଆରମ୍ଭରୁ ଆରମ୍ଭ ହୋଇଥିଲା ଟୀକାକରଣ । ରାଜ୍ୟରେ ଦୁଇଟି ଟୀକା କମ୍ପାନୀ ଆରମ୍ଭ କରିଥିଲେ ଟୀକାକରଣ। ଗୋଟିଏ କୋଭିସିଲଡ ଏବଂ ଅନ୍ୟ ଟି କଭାକ୍ସିନ।ରାଜ୍ୟରେ ସମସ୍ତ ଜିଲ୍ଲା ରେ କୋଭିସିଲଡ ଟୀକା ଦିଆଯାଉଥିବା ବେଳେ କେବଳ ଭୁବନେଶ୍ୱର ରେ କଭାକ୍ସିନ ଟୀକା ଦିଆଯାଇଥିଲା। ଜାନୁଆରୀ 26 ତାରିଖରୁ ଆରମ୍ଭ ହୋଇଥିଲା ରାଜ୍ୟରେ ଟୀକାକରଣ। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇଥିଲା ଟୀକା। ପରବର୍ତ୍ତୀ ସମୟରେ ସମ୍ମୁଖ ଯୋଦ୍ଧା ଙ୍କୁ ଟୀକାକରଣ ରେ ସାମିଲ କରାଯାଇଥିଲା।

ସେହିପରି ପରବର୍ତ୍ତୀ ସମୟରେ 60 ବର୍ଷ ରୁ ଉର୍ଧ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଥିଲା। ପରେ 45 ବର୍ଷ ରୁ ଉର୍ଧ ଏବଂ ଶେଷରେ 18 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଥିଲା । ବର୍ତ୍ତମାନ ସୁଧା ରାଜ୍ୟରେ 5 କୋଟି ନିକଟତର ହେଲାଣି ଟୀକାକରଣ । ଏପର୍ଯ୍ୟନ୍ତ ପୁରୁଷ ନେଲେଣି 2 କୋଟି 39 ଲକ୍ଷ ଓ ମହିଳା ଟୀକା ନେଇଛନ୍ତି 2 କୋଟି 44 ଲକ୍ଷ ଟୀକା ନେଇଛନ୍ତି । ଏହା ସହ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟୀକା ଦେବା ଲାଗି ନିଷ୍ପତ୍ତି ନେଇଥିଲେ ସରକାର ।

କରୋନା ନେଇଥିଲା ଅମୂଲ୍ୟ ଜୀବନ :

ରାଜ୍ୟରେ ପ୍ରଥମ ଲହର ପରେ ଦ୍ୱିତୀୟ ଲହର ସମୟରେ ଅନେକ ଅମୂଲ୍ୟ ଜୀବନ ନେଇଯାଇଛି । ରାଜ୍ୟରେ ଚଳିତ ବର୍ଷ 6 ହଜାର ଅମୂଲ୍ୟ ଜୀବନ କୁ ନେଇଥିଲା କରୋନା। ଅନେକ କଳାକାର, ଅନେକ ଡାକ୍ତର ଅନେକ ସାମ୍ବାଦିକ ଓ ଅନେକ ରାଜନେତା ଙ୍କ ସହ ସାଧାରଣ ଜନତାଙ୍କୁ ନିଜର ପରିଜନ ମାନେ ହରାଇଛନ୍ତି।

ରାଜଧାନୀ ରେ ହସ୍ପିଟାଲ ରେ ଆଡମିଶନ ହେବା ପାଇଁ ହସ୍ପିଟାଲ ଠାରୁ ହସ୍ପିଟାଲ ବୁଲି ବୁଲି ଶେଷରେ ଆଖି ବୁଜିଥିଲେ ନବବଧୁ। ଅଳ୍ପ କିଛିଦିନ ପୂର୍ବରୁ ବିବାହ କରିଥିବା ନବବଧୁ ଜଣଙ୍କ କରୋନା ରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଶଯ୍ୟା ଖୋଜିଥିଲେ। ଏକାଧିକ ହସ୍ପିଟାଲ ବୁଲିଥିଲେ ମଧ୍ୟ କେଉଁଠି ବି ଶଯ୍ୟା ମିଳିନଥିଲା। ତେବେ ସେହି ଆମ୍ବୁଲାନ୍ସ ରେ ଶେଷରେ ପ୍ରାଣ ହରାଇଥିଲା ନବବଧୂ।

କରୋନା କାଳରେ ଏୟାର ଲିଫ୍ଟ । ଏହାଥିଲା କରୋନା ସହ ସଂଗ୍ରାମ କରୁଥିବା ବ୍ରହ୍ମପୁରର ଅମରିତ ପ୍ରଧାନ । 24 ବର୍ଷୀୟ ଯୁବକ କରୋନା ରେ ସଂକ୍ରମିତ ହେବା ପରେ ଫୁସଫୁସ ରୋଗରେ ହୋଇଥିଲେ ଆକ୍ରାନ୍ତ । ଯାହା ଫଳରେ ଇକମୋ ଚିକିତ୍ସା ପାଇଁ ନିଆଯାଇଥିଲା ହାଇଦ୍ରାବାଦ । ଏହା ପରେ ଇକମୋ ଚିକିତ୍ସା ପାଇଁ ଭିଜିଲାନ୍ସ ଏଡିଜିଙ୍କ ସମେତ ଅନେକ ବ୍ୟକ୍ତି ଙ୍କର ଏୟାର ଲିଫ୍ଟ ହୋଇଥିଲେ। ଶେଷରେ ଏମାନଙ୍କର ମୃତ୍ୟୁ ବି ହୋଇଥିଲା।

ରାଜ୍ୟରେ ଆରମ୍ଭ ହୋଇଥିଲା ଇକମୋ ଚିକିତ୍ସା :

ରାଜ୍ୟରେ କରୋନା ସଂକ୍ରମଣ ରେ ଆକ୍ରାନ୍ତ ହେବା ପରେ ଆବଶ୍ୟକ ପଡିଥିଲା ଇକମୋ ଚିକିତ୍ସା । କରୋନାରେ ସଂକ୍ରମିତ ହେବା ପରେ ଫୁସୁଫୁସର ଚିକିତ୍ସା ପାଇଁ ଆବଶ୍ୟକ ପଡିଥାଏ । ତେବେ ଏହି ଚିକିତ୍ସା ଅଧିକ ଦାମୀ ଚିକିତ୍ସା ହୋଇଥିବାରୁ ରାଜ୍ୟ ସରକାର ଏହାକୁ ନେଇ ପ୍ରଥମିକ ଭାବରେ କଟକର ଏସସିବି ମେଡିକାଲ କଲେଜରେ ଏହି ଚିକିତ୍ସା ଅଗଷ୍ଟ 29 ତାରିଖରେ ଆରମ୍ଭ କରିଥିଲା। ଏହାପୂର୍ବରୁ ଭୁବନେଶ୍ୱର ଏମ୍ସ ରେ ଜୁଲାଇ 17 ତାରିଖ ରେ ଇକମୋ ଆସିଥିଲା। ତେବେ କଟକ ରେ ପରବର୍ତ୍ତୀ ସମୟରେ ଇକମୋ ରେ 7 ଜଣ ଚିକିତ୍ସା ହୋଇଥିଲେ ଏବଂ ଶେଷରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା।

3 ମାସ ଯାଏ ଚାଲିଲା ଯାଞ୍ଚ ଅଭିଯାନ:

କରୋନା ରୋଗୀଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର ଏକ ଅଭିନବ ଅଭିଯାନ ଆରମ୍ଭ କରିଥିଲେ। ମେ ମାସ 24 ତାରିଖରୁ ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଏହା ଚାଲିଥିଲା। ଏଥିରେ ସାମିଲ ରହିଲେ ଆଶା ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିନ୍ହଟ କରି ଟେଷ୍ଟ କରିବାକୁ କୁହାଯାଉଥିଲା। ଏହି ଅଭିଯାନ ବେଳେ ଅନେକ ରୋଗରେ ଆକ୍ରାନ୍ତ ଥିବା ରୋଗୀ ଚିହ୍ନଟ ହୋଇଥିଲେ।

କୋଭିଡ ମୃତ୍ୟୁକୁ ନେଇ ବିବାଦ:

ଦେଶରେ କୋଭିଡ ରେ ଦୈନିକ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଓଡିଶା ରେ ମଧ୍ୟ ଦୈନିକ ମୃତ୍ୟୁ ହାର ବଢିଯାଇଥିଲା। ରାଜ୍ୟରେ ଥିବା କୋଭିଡ ହସ୍ପିଟାଲ ରୁ ଦୈନିକ ସହ ସହ ସଂଖ୍ୟାରେ ମୃତକ ମାନଙ୍କୁ ବାହାର କରାଯାଉଥିଲା। ହେଲେ ସରକାରୀ ଘୋଷଣା ରେ ଦେଖାଯାଇଥିଲା ଅହେତୁକ ବିବାଦ। ରାଜ୍ୟରେ ସଂକ୍ରମଣ ଖସୁଥିବା ବେଳେ କରୋନା ରେ ମୃତ୍ୟୁ ସଂଖ୍ୟା ଶୀର୍ଷ ରେ ରହିଥିଲା।

ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲା ଓଡିଶା:

ଚଳିତ ବର୍ଷ କରୋନା ସମୟରେ ଅକ୍ସିଜେନ ର ଘୋର ଅଭାବ ଦେଖାଯାଇଥିଲା। ଦେଶର ବଡ ବଡ ସହରରେ ଅକ୍ସିଜେନ ର ଅଭାବ ଫଳରେ ଅନେକ ଲୋକ ମାନେ ମୃତ୍ୟୁବରଣ କଲେ । ଏହାର ଦୃଶ୍ୟ ମଧ୍ୟ ନଜରକୁ ଆସିଥିଲା । ତେବେ ଏହି ସମୟରେ ଓଡିଶା ସାହାଯ୍ୟର ହାତ ବଢିଥିଲା। ଦିଲ୍ଲୀ ମୁମ୍ବାଇ ବାଙ୍ଗାଲୋର ଭଳି ଅନେକ ବଡ ବଡ ସହରକୁ ଅକ୍ସିଜେନ ଯୋଗାଇ ଜାତୀୟସ୍ତରରେ ପ୍ରଶଂସା ସାଉଁଠି ଥିଲା । ଏହି ସମୟରେ ରାଜ୍ୟରେ ଅନେକ ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ ଥିବା ସ୍ଥାନରେ ପୁନଃରବାର କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଥିଲା । ପ୍ରତି ହସ୍ପିଟାଲ ରେ ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ନିର୍ଦେସ ଦିଆଯାଇଥିଲା।

କରୋନା ବେଳେ ଫଙ୍ଗସ ଭୟ:

ଦେଶରେ କରୋନା ପରେ ବ୍ଲାକ ଫଙ୍ଗସ ରେ ଆକ୍ରାନ୍ତ ହେବାର ନଜରକୁ ଆସିଥିଲା। ଯାହା ଓଡ଼ିଶାରେ ପ୍ରଥମ ରୋଗୀ ସମ ହସ୍ପିଟାଲ ରେ ଚିହ୍ନଟ ହୋଇଥିଲେ। କରୋନା ଭଳି ଧୀରେ ଧୀରେ ଫଙ୍ଗସ ଙ୍କ ସଂଖ୍ୟା ବଢିଥିଲା । ସେପ୍ଟେମ୍ବର ମାସ ବେଳକୁ ରାଜ୍ୟରେ ବ୍ଲାକ ଫଙ୍ଗସ 200 ପାର ହୋଇଥିଲା। ବ୍ଲାକ ଫଙ୍ଗସରେ ସରକାରୀ ଭାବରେ 28 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।

ସମସ୍ତ ଜିଲ୍ଲାରେ ହୋଇଥିଲା ଆର ଟି ପିସିଆର ଟେଷ୍ଟ ଲ୍ୟାବ:

କରୋନା ର ପରୀକ୍ଷା ପାଇଁ ଆବଶ୍ୟକତା ହେଉଥିବା ଆରଟିପିସିଆର ଟେଷ୍ଟ ର ଲ୍ୟାବ ଅନେକ ସମୟରେ ଘରୋଇ ଲ୍ୟାବ ରେ ଉପରେ ନିର୍ଭର କରିବାକୁ ପଡୁଥିଲା ତେବେ ରାଜ୍ୟ ସରକାର ସମସ୍ତ ଜିଲ୍ଲା ରେ ଆରଟିପିସିଆର ଟେଷ୍ଟ ପାଇଁ ଲ୍ୟାବ କରାଯାଇଥିଲା। ଯାହା ଫଳରେ କରୋନା ର ରିପୋର୍ଟ ଆସିବାରେ ବିଳମ୍ବ ନ ହେବା ସହ ଖୁବ ଶୀଘ୍ର ରୋଗୀଙ୍କୁ ଠାବ କରି ଅନ୍ୟ ମାନଙ୍କୁ ଟ୍ରେସିଂ କରିବାରେ ସଫଳତା ଅର୍ଜନ କରିଥିଲା ପ୍ରଶାସନ।

ତେବେ ବର୍ଷ ଶେଷ ଆଡକୁ ଓମିକ୍ରନ ଓଡିଶାରେ ପାଦ ଥାପିଛି । ବର୍ତ୍ତମାନ ସୁଦ୍ଧା 8ଟି ଓମିକ୍ରନ କେସ ଆସିଥିବା ବେଳେ ଜଣେ ଡିସଚାର୍ଜ ହୋଇଥିବା ରହିଛି ସୂଚନା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.