ETV Bharat / city

ରାଜ୍ୟ ଜଳ ନୀତି-2022 ଲାଗି ବ୍ୟାପକ ବିଚାର ବିମର୍ଶ - ରାଜ୍ୟ ଜଳ ନୀତି-2022 ଲାଗି ବ୍ୟାପକ ବିଚାରବିମର୍ଶ

ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରସ୍ତାବିତ ରାଜ୍ୟ ଜଳ ନୀତି-2022 ଉପରେ ବ୍ୟାପକ ତର୍ଜମା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ଅଂଶୀଦାରୀ ବିଭାଗ ଓ ଅନୁଷ୍ଠାନମାନଙ୍କ ଠାରୁ ପରାମର୍ଶ ନିଆଯାଇଛି । ଏହା ସହିତ ଏ ସମ୍ପର୍କରେ ବିଚାର ବିମର୍ଶ କରାଯାଇଛି । ଅଧିକ ପଢ଼ନ୍ତୁ

ରାଜ୍ୟ ଜଳ ନୀତି-2022 ଲାଗି ବ୍ୟାପକ ବିଚାରବିମର୍ଶ

author img

By

Published : Mar 23, 2022, 12:03 PM IST

ଭୁବନେଶ୍ବର: ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରସ୍ତାବିତ ରାଜ୍ୟ ଜଳ ନୀତି-2022 ଉପରେ ବ୍ୟାପକ ତର୍ଜମା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ଅଂଶୀଦାରୀ ବିଭାଗ ଓ ଅନୁଷ୍ଠାନମାନଙ୍କ ଠାରୁ ପରାମର୍ଶ ନିଆଯାଇଛି । ଏହା ସହିତ ଏ ସମ୍ପର୍କରେ ବିଚାର ବିମର୍ଶ କରାଯାଇଛି । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଶିଳ୍ପ, ମହିଳା ଓ ଶିଶୁ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ବୈଷୟିକ ବିଦ୍ୟା, ସୂଚନା ଓ ପ୍ରଯୁକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ୟୁନିସେଫ ଏବଂ ଏହାର ଅଂଶୀଦାରୀ ସଂସ୍ଥା ଓ୍ୱାସାନ, ଆଇଆରସି, ଅର୍ଘ୍ୟମର ମୁଖ୍ୟ ଏବଂ ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସଚିବ ଜଳର ପ୍ରମୁଖ ଆବଶ୍ୟକତା, ଏହାର ସଂରକ୍ଷଣ ଓ ବ୍ୟବହାରିକ ଦକ୍ଷତା ବୃଦ୍ଧି ଉପରେ ଆଲୋକପାତ କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ଜଳ ନୀତି 2022 ପ୍ରଣୟନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପୂର୍ବରୁ ପ୍ରଚଳିତ ରାଜ୍ୟ ଜଳନୀତି 2007 ପ୍ରବର୍ତ୍ତନ ହେବାର ଦୀର୍ଘ 15 ବର୍ଷ ଅତିକ୍ରାନ୍ତ ହୋଇଛି । ଇତି ମଧ୍ୟରେ ଜଳ ପରିଚାଳନା ଓ ଏହାକୁ ଆଧାର କରି ବହୁ ପରିବର୍ତ୍ତନ ଆସିଛି । ସମ୍ପ୍ରତି ପ୍ରଯୁକ୍ତି ବିଦ୍ୟାର ଅଧିକ ବ୍ୟବହାର ଯୋଗୁଁ ତଥ୍ୟ ପରିଚାଳନା, ପୋଷଣୀୟତା ଏବଂ ଜଳବାୟୁ ପରିବର୍ତ୍ତନ, ପୁରୁଷ ସହିତ ମହିଳାମାନଙ୍କୁ ଜଳ ପରିଚାଳନା କ୍ଷେତ୍ରରେ ସମାନତା ପ୍ରଦାନ ଭଳି ପ୍ରସଙ୍ଗର ଏବେ ଗୁରୁତ୍ୱ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ଜଳ ନୀତି-2022 ରେ ଏଥିପ୍ରତି ଦୃଷ୍ଟି ଦିଆଯିବା ନେଇ ଆଲୋଚନା ଓ ବିଚାରବିମର୍ଶ କରାଯାଇଛି ।

ସେହିପରି ତଥ୍ୟ ଓ ସୂଚନା ଭିତ୍ତିକ ଯୋଜନା, ପ୍ରଯୁକ୍ତି ବିଦ୍ୟା ଆଧାରିତ ଆଭିମୁଖ୍ୟ, ଉନ୍ନତ ତଥା ଯୁଗ୍ମ ଜଳ ପରିଚାଳନା ମାନଙ୍କ (ସିଡବ୍ଲୁଏମ୍ଆଇ), ସମସ୍ତଙ୍କ ସହଭାଗିତା ତଥା ସୂଚନା, ଶିକ୍ଷା ଓ ଯୋଗାଯୋଗର ସମ୍ମେଳନ, ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ଯୋଗାଯୋଗ ବ୍ୟବସ୍ଥା ଫଳରେ ଜଳ ବ୍ୟବହାରକାରୀ ଯେପରି ଉପକୃତ ହେବେ ସେ ସମ୍ପର୍କରେ ବିଶଦ୍ ଆଲୋଚନା କରାଯାଇଛି ।

ରାଜ୍ୟ ଜଳନୀତି-2022 ଲାଗୁ ପୂର୍ବରୁ ଆଗାମୀ ଦିନରେ ସମସ୍ତ ଅଂଶୀଦାରୀ ସରକାରୀ ବିଭାଗ ତଥା ମିଳିତ ଜାତିସଂଘର ସଂସ୍ଥା, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ବିଶେଷଜ୍ଞ, ଶିଳ୍ପ,କୃଷକ ତଥା ଅନ୍ୟାନ୍ୟ ପ୍ରମୁଖ ଭାଗିଦାରୀ ସଂସ୍ଥାମାନଙ୍କର ସହଯୋଗ ନିଆଯିବ । ବୈଠକ ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଶ୍ୱ ଜଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.