ଭୁବନେଶ୍ବର: ଆଜି ସାରା ବିଶ୍ବରେ ପାଳିତ ହେଉଛି ବିଶ୍ବ ଶାନ୍ତି ଦିବସ । ଏହି ଅବସରରେ ରାଜଧାନୀରେ ଶାନ୍ତିର ବାର୍ତ୍ତା ବାଣ୍ଟିଲେ ବାଚସ୍ପତି ସୂର୍ଯ୍ୟପାତ୍ର ଓ 300 ଛାତ୍ରଛାତ୍ରୀ ।
ସୂର୍ଯ୍ୟ ପାତ୍ର ଭୁବନେଶ୍ବରରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ । ସଭାରେ ଯୋଗ ଦେଇ କିଭଳି ଦେଶରେ ଶାନ୍ତିର ବାର୍ତ୍ତା ବାଣ୍ଟିବ, ସେ ନେଇ ନିଜର ମତ ରଖିଥିଲେ ।
ସେହିପରି ହାରାହାରି 300 ଛାତ୍ରଛାତ୍ରୀ ମାଷ୍ଟର କ୍ୟାଣ୍ଟିନଠାରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ