ETV Bharat / city

ରାଜଧାନୀରେ ବିଶ୍ବ ସଙ୍ଗୀତ ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ବିଶ୍ୱ ସଙ୍ଗୀତ ଦିବସ ଅବସରରେ ରାଜଧାନୀରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

author img

By

Published : Jun 22, 2022, 10:22 AM IST

world music day celebrate in bhubaneswar
ରାଜଧାନୀରେ ବିଶ୍ବ ସଙ୍ଗୀତ ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର: ରବିନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି ବିଶ୍ୱ ସଙ୍ଗୀତ ଦିବସ ।ଏହି ଅବସରରେ ଭୁବନେଶ୍ବର ମ୍ୟୁଜିକାଲ ସର୍କଲ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତ ଗାନ କରାଯାଇଛି । ଓଡିଶୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡକ୍ଟର ସନ୍ଦୀପ କୁମାର ରାଉତ ଓ ସଙ୍ଗୀତ ରାଉତଙ୍କ ଦ୍ବାରା ଯୁଗଳବନ୍ଦୀ ଓ ସୋଲ ସଙ୍ଗୀତ ଗାନ କରଯାଇଥିଲା । ଅବିରତ ସଙ୍ଗୀତର ଧାରାରେ ଦର୍ଶକ ମୁଗ୍ଧମୟ ହୋଇଥିଲେ।

ସେହିପରି ସଙ୍ଗୀତ ଦିବସ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶୀ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶୀ ସୁଗମ ତଥା ବାଦ୍ୟ ସଙ୍ଗୀତର ମୁରଚନାରେ ରଙ୍ଗମଞ୍ଚ ପ୍ରକମ୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ବାଦ୍ୟକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ସଙ୍ଗୀତ ମଣିଷ ଜୀବନର ମୁର୍ଚ୍ଛନା, ଏଣୁ ଏହି ଦିବସକୁ ଦିନେ ନୁହେଁ ସବୁ ଦିନେ ପାଳନ କରିବା ଉଚିତ ବୋଲି ସଙ୍ଗୀତ ନାଟକ ଏକାଡେମୀ ସଭାପତି ନୃତ୍ୟଗୁରୁ ଅରୁଣା ମହାନ୍ତି କହିଛନ୍ତି । ଆଜିର ଯୁବପିଢି ଏହାର ପ୍ରଚାର ଓ ପ୍ରସାର ଦିଗରେ ପ୍ରେରିତ ହେବାସହ ସେମାନଙ୍କ ପ୍ରସ୍ତୁତି ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏ ଦିଗରେ ମଧ୍ୟ ସରକାର ଓ ବିଭାଗ କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.