ETV Bharat / city

'ଏଡସ ରୋଗୀଙ୍କ ପାଇଁ ସହାନୁଭୂତି ଆବଶ୍ୟକ, ଘୃଣା ନୁହେଁ' - ଏଡସ ରୋଗୀଙ୍କ ପାଇଁ ସହାନୁଭୂତି ଆବଶ୍ୟକ

ଏଚଆଇଭିକୁ ମାରାତ୍ମକ କହି ଏଚଆଇଭି ଆକ୍ରାନ୍ତଙ୍କଠାରୁ ଦୁରେଇ ରଖିବା ଏକ ସାମାଜିକ ବ୍ୟାଧି । ସମାଜର ମୁଖ୍ୟ ସ୍ରୋତରେ ସବୁ ବର୍ଗଙ୍କ ସାମିଲ ଉପରେ ସରକାର ଗୁରୁତ୍ବ ଦେଉଥିବାବେଳେ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ କେତେ ଦୂର ନ୍ୟାୟ ମିଳିଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

World aids day
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 30, 2019, 8:56 PM IST

ଭୁବନେଶ୍ବର: 'ବିଶ୍ବ ଏଡସ୍ ଦିବସ' ପାଳନ ଅବ୍ୟବହିତ ପୂର୍ବରୁ ଭୁବନେଶ୍ବରରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ୨୭ଟି ଜିଲ୍ଲାର ପ୍ରାୟ ୫୦୦ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାଧାରଣ ମଣିଷ ଭଳି ବ୍ୟବହାର ଦେଖାଇବାରେ କେଉଁଠି ନା କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି । ତେବେ ଏହି ତ୍ରୁଟି ବ୍ୟବସ୍ତାଗତ ଏବଂ ବ୍ୟକ୍ତିଗତ, ଉଭୟ ସ୍ତରରେ ଦେଖାଯାଉଛି । ଏଡସ ଅଧିକାର ସାବ୍ୟସ୍ତ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସଂଗଠନ ଜିପା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ୨୭ଟି ଜିଲ୍ଲାର ପ୍ରାୟ ୫୦୦ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ରିପୋର୍ଟ ମୁତାବକ ରାଜ୍ୟରେ ପ୍ରାୟ ୫୦ ହଜାର ଏଚଆଇଭି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫,୭୩୮ ଜଣ ଏବଂ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୭୮ ଜଣ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ରାଜ୍ୟ ସରକାର ସମସ୍ତ ଏଚଆଇଭି ବ୍ୟକ୍ତିମାନଙ୍କୁ ମାଗଣାରେ ଏଆରଟି କେନ୍ଦ୍ର ମାଧ୍ୟମରେ ମାଗଣା ଔଷଧ ଯୋଗାଇ ଦେଉଛନ୍ତି । ମଧୁବାବୁ ପେନସନ ଯୋଜନାରେ ମାସିକ ୫୦୦ ଟଙ୍କା, ଶିଶୁ କନ୍ୟା ମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏଚଆଇଭି ସଂକ୍ରମିତ କିଛି ବ୍ୟକ୍ତି କହିଛନ୍ତିଯେ, ସରକାରଙ୍କ ସହାୟତା କାମ ଦେଉନଥିବାବେଳେ ମାସିକ ୫୦୦ ଟଙ୍କାରେ ଗୁଜୁରାଣ ମେଣ୍ଟାଇବା ଅତି କଷ୍ଟକର । ସାମାଜିକ ଏବଂ ବ୍ୟବସ୍ତାଗତ ତ୍ରୁଟି ପାଇଁ ଏଚଆଇଭି ସଂକ୍ରମିତ ମାନେ ଅବହେଳାର ଶିକାର ହେଉଛନ୍ତି । ତେଣୁ ସରକାର ମାସିକ ୨୦୦୦ ଟଙ୍କା ଦେବା ପାଇଁ ଦାବି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ଏଡସ ସେଲ ଓ ସାକ୍ସର ଉପ-ନିର୍ଦ୍ଦେଶକ ଅଜୟ ପାତ୍ରଙ୍କ ସୂଚନାନୁସାରେ, ୨୦୩୦ ସୁଦ୍ଧା ଏଚଆଇଭି ସମାଜରୁ କିଭଳି ଦୂର ହେବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୋଷ୍ଠୀଗତ ଭାବେ ସମସ୍ତେ ଚାହିଁଲେ ଏ ସାମାଜିକ ବ୍ୟାଧିକୁ ଦୂର କରିପାରିବା । ଏନେଇ ସାମାଜିକ ସ୍ତରରେ ସଚେତନତା ଆବଶ୍ୟକ ରହିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Intro:ଏଡ୍ସ ଓ ଏଚଆଇଭି ଆକ୍ରାନ୍ତଙ୍କ ପାଇଁ ସହାନୁଭୂତି ଆବଶ୍ୟକ ଗୃନା ନୁହେଁ।

Body:ଗୋଷ୍ଠି ଜାଣିଲେ ଏଚଆଇଭିକୁ ଜିଣିହେବ।ଏଚଆଇଭିକୁ ମାରାତ୍ମକ କହି ଏଚଆଇଭି ସଂକ୍ରମିତ ଙ୍କୁ ଦୁରେଇ ରଖିବା ଏକ ସାମାଜିକ ବ୍ୟାଧି।ସମାଜର ମୁଖ୍ୟ ସ୍ରୋତରେ ସବୁ ବର୍ଗଙ୍କୁ ସାମିଲ କରି ଅନ୍ତର୍ଭୁକ୍ତିକରଣକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଜି ପ୍ରଶ୍ନ ଉଠିଛି ,ଏଚଆଇଭି ଯୁକ୍ତ ବ୍ୟକ୍ତିଙ୍କୁ ଏ ନ୍ୟାୟ କେତେଦୂର ମିଳିଛି।

ବିଶ୍ୱ ଏଡ୍ସ ଦିବସ ପାଳନ ଅବସରରେ ଶନିବାର ଭୁବନେଶ୍ବରରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।ଏଚଆଇଭି ଯୁକ୍ତ ବ୍ୟକ୍ତି ଙ୍କୁ ସାଧାରଣ ମଣିଷ ଭଳି ବ୍ୟବହାର ଦେଖେଇବାରେ କୋଉଠି ନା କୋଉଠି ତ୍ରୁଟି ପରିଲକ୍ଷିତ ହେଉଛି।ତେବେ ଏହି ତ୍ରୁଟି ବ୍ୟବସ୍ତାଗତ ଏବଂ ବ୍ୟକ୍ତିଗତ ,ଉଭୟ ସ୍ତରରେ ଦେଖାଯାଉଛି।ଏଚଇଭି/ଏଡ୍ସ ଅଧିକାର ସାବ୍ୟସ୍ତ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସଂଗଠନ ଜିପା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଯୋଗଦେଇଥିବା ରାଜ୍ୟର ୨୭ଟି ଜିଲ୍ଲାର ପ୍ରାୟ ୫୦୦ ଏଚଇଭି ଯୁକ୍ତ ବ୍ୟକ୍ତି ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ସରକାର ଙ୍କ ସହାୟତା କାମ ଦେଉନି,ମାସିକ ୫୦୦ ଟଙ୍କା ରେ ଚାଲିବା ଭାରି କଷ୍ଟ।ବିଭିନ୍ନ ସମୟରେ ସରକାରୀ ଅବହେଳା ଖୁବ କଷ୍ଟ ସାଧ୍ୟ।ସାମାଜିକ ଏବଂ ବ୍ୟବସ୍ତାଗତ ତ୍ରୁଟି ପାଇଁ ଏଚଆଇଭି ସଂକ୍ରମିତ ମାନେ ଅବହେଳାର ଶିକାର ହେଉଛନ୍ତି, ତେଣୁ ସରକାର ମାସିକ ୨୦୦୦ ଟଙ୍କା ଦେବା ପାଇଁ ଦାବି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏଚଆଇଭି ସଂକ୍ରମିତ ବ୍ୟକ୍ତି
ସଂଗ୍ରାମ ରଣା।

ସରକାର ଆମ ଭଳି ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ ସହାୟତା କରିବାରେ ହେଲା କରୁଛନ୍ତି।ମାସିକ ଔଷଧ ଦେଇଦେଇ ସରକାର ଚୁପ ବସୁଛନ୍ତି ଯାହାଫଳରେ କଷ୍ଟ ସହିବାକୁ ପଡୁଛି।ଡାକ୍ତରଖାନାରେ ଦୁଖଃ ଯନ୍ତ୍ରଣା ଏବଂ ମାନସିକ ଯନ୍ତ୍ରଣା ସହିବାକୁ ପଡୁଛି।ମାସିକ ଭତା ୫୦୦ ଟଙ୍କାରୁ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଦାବି କରୁଛୁ ବୋଲି ଭଦ୍ରକ ଜିଲ୍ଲାର ଏଚଆଇଭି ସଂକ୍ରମିତ ବ୍ୟକ୍ତି ମାଳତୀ ପ୍ରଧାନ କହିଛନ୍ତି।

ସେପଟେ ଓଡିଶା ରାଜ୍ୟ ଏଡ୍ସ ସେଲ ଓସାକ୍ସ୍ ପକ୍ଷରୁ ଉପ ନିର୍ଦେଶକ ଅଜୟ ପାତ୍ର ଙ୍କ ସୂଚନା ଅନୁସାରେ ଆଜି ସାରା ଓଡ଼ିଶାର ୨୭ ଟି ଜିଲ୍ଲାର ଶତାଧିକ ଏଚଆଇଭି ସଂକ୍ରମିତ ଏ ରାଜ୍ୟସ୍ତରୀୟ କର୍ମଶାଳାରେ ଉପସ୍ଥିତି ରହିଛନ୍ତି।ଗୋଷ୍ଟିଗତ ଭାବେ ସମସ୍ତେ ଚାହିଁଲେ ଏ ସାମାଜିକ ବ୍ୟାଧିକୁ ଦୂର କରିପାରିବା।୨୦୩୦ ସୁଦ୍ଧା ଏଚଆଇଭି ସମାଜରୁ କିଭଳି ଦୂର ହେବ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ସାମାଜିକ ସ୍ତରରେ ସଚେତନତା ଆବଶ୍ୟକ ରହିଛି।

ରାଜ୍ୟରେ ପ୍ରାୟ ୫୦ ହଜାର ଏଚଆଇଭି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ଗଂଜାମ ଜିଲ୍ଲାରେ ସର୍ବାଧିକ ୧୫,୭୩୮ ଜଣ ଏବଂ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୭୮ ଜଣ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି।ରାଜ୍ୟ ସରକାର ସମସ୍ତ ଏଚଆଇଭି ବ୍ୟକ୍ତିମାନଙ୍କୁ ମାଗଣାରେ ଏଆରଟି କେନ୍ଦ୍ର ମାଧ୍ୟମରେ ମାଗଣା ଔଷଧ ଯୋଗାଇଦେଉଛନ୍ତି।ମଧୁବାବୁ ପେନସନ ଯୋଜନାରେ ମାସିକ ୫୦୦ ଟଙ୍କା, ଶିଶୁ କନ୍ୟା ମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି।

କେବଳ ବ୍ୟବସ୍ତା ନୁହେଁ ସାଧାରଣ ଲୋକ ବା ଗୋଷ୍ଠି ଯଦି ଏହାକୁ ବୁଝି ଏଚଇଭି ଯୁକ୍ତ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ନେତୃତ୍ୱ ନେବ ତେବେ ସମାଜରେ ଏଚଇଭି ଯୁକ୍ତ ବ୍ୟକ୍ତି ମାନବିକ ଅଧିକାର ଓ ଆତ୍ମସମାନ ସହିତ ସମାଜରେ ବଞ୍ଚି ପାରିବେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.