ETV Bharat / city

‘ଦେଶରେ ଯୁବ କୁଶଳୀ କାରିଗରଙ୍କ ଦକ୍ଷତାକୁ ଆବଶ୍ୟକ ନିଯୁକ୍ତି’ - ଜିନ୍ଦଲ ଷ୍ଟିଲ

ଭୁବନେଶ୍ବରରେ ଆଜି(ବୁଧବାର) ଦକ୍ଷତା ବିକାଶ ସମ୍ପର୍କିତ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍ମାସ) ଏହାର ଆୟୋଜକ ଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 7, 2019, 10:49 PM IST

Updated : Aug 8, 2019, 1:32 PM IST

ଭୁବନେଶ୍ବର: ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାରେ ଏବେ କୁଶଳୀ କାରିଗରଙ୍କ ଅଭାବ ଦେଖାଦେଇଛି । ଶିଳ୍ପ ସଂସ୍ଥା ଲାଗି ଏହା ଏକ ବିପଦ । ଏଥିପାଇଁ ଛୋଟ ବଡ ଶିଳ୍ପ ସଂସ୍ଥା କୁଶଳୀ ଓ ଦକ୍ଷ କାରିଗର ଚୟନ କରିବା ଜରୁରୀ । ଏହାସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବା ଆବଶ୍ୟକ ବୋଲି ‘ଗ୍ରାମୀଣ ଯୁବପିଢିଙ୍କ ମଧ୍ୟରେ ଦକ୍ଷତା’ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ଭୁବନେଶ୍ବରରେ ଆଜି(ବୁଧବାର) ଦକ୍ଷତା ବିକାଶ ସମ୍ପର୍କିତ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍ମାସ) ଏହାର ଆୟୋଜକ ଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ(IAS) ଏହାକୁ ଉଦଘାଟନ କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

କର୍ମଶାଳା ପ୍ରାରମ୍ଭରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେଶାଲ ଫଣ୍ଡ ପ୍ରୋଜେକ୍ଟର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ(IAS), ଓର୍ମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ମୃତି ରଞ୍ଜନ ପ୍ରଧାନ(IAS) ଏବଂ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ସଭାପତି ମୁକ୍ତିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ । କର୍ମଶାଳାରେ ୫ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲ।।

ଏଥିରେ ଓଡିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ଥିବା ବିଭିନ୍ନ ପିଆଇଏର ରାଷ୍ଟ୍ର ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଗ୍ରାମାଞ୍ଚଳର 15-35 ବର୍ଷ ବୟସ୍କ ଯୁବବର୍ଗଙ୍କୁ ସେମାନଙ୍କ ଆଗ୍ରହ ଓ ଦକ୍ଷତା ଆଧାରରେ କିଭଳି ନିଯୁକ୍ତି ମିଳିପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲ। । ଗ୍ରାମାଞ୍ଚଳର ଯୁବକଙ୍କୁ ଶିଳ୍ପ ସଂସ୍ଥା ପ୍ରତି ଆଗ୍ରହୀ କରିବା ପାଇଁ ଉଦ୍ୟମ କରିବାକୁ ମତ ପ୍ରକାଶ ପାଇଥିଲା ।

କର୍ମଶାଳାରେ ଜିନ୍ଦଲ ଷ୍ଟିଲ, ମାରୁତି ସୁଜୁକି, ଜେଟ୍ ଏଭିଏସନ, ଗ୍ରାମ ତରଙ୍ଗ, ବଂଶୀଧର- ଇଲା ପଣ୍ଡା ଫାଉଣ୍ଡେସନ, ଆବେ ବେଷ୍ଟ, ସାହି ଏକ୍ସପୋର୍ଟ ଭଳି ବଡ ବଡ କମ୍ପାନୀର ୬୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 8, 2019, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.