ETV Bharat / city

କାର୍ଯ୍ୟରେ ଯିବାକୁ ଶ୍ରମିକଙ୍କୁ ନାହିଁ କୌଣସି କଟକଣା, କେହି ନ ଅଟକାଇବାକୁ ପରାମର୍ଶ

author img

By

Published : May 5, 2020, 6:16 PM IST

Updated : May 5, 2020, 6:46 PM IST

ରାଜ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ଯିବାରେ ନାହିଁ କୌଣସି କଟକଣା । କାର୍ଯ୍ୟ ପାଇଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ପାରିବେ ଶ୍ରମିକ । ତେଣୁ ଶ୍ରମିକଙ୍କୁ କୌଣସି ସ୍ଥାନରେ ନ ଅଟକାଇବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

Workers have no restrictions
କାର୍ଯ୍ୟରେ ଯିବାକୁ ଶ୍ରମିକଙ୍କୁ ନାହିଁ କୌଣସି କଟକଣା, କେହି ନ ଅଟକାଇବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ଯିବାରେ ନାହିଁ କୌଣସି କଟକଣା । କାର୍ଯ୍ୟ ପାଇଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ପାରିବେ ଶ୍ରମିକ । ତେଣୁ ଶ୍ରମିକଙ୍କୁ କୌଣସି ସ୍ଥାନରେ ନ ଅଟକାଇବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । କୋରୋନାକୁ ନେଇ ହେଉଥିବା ପ୍ରେସ ବିବୃତିରେ ସେ ଏହା କହିଛନ୍ତି ।

ସେହିପରି ଗାଁ ଗୁଡିକରେ ହୋଇଥିବା ବ୍ୟାରିକେଟ ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ଶ୍ରମିକ ମାନଙ୍କ ପାଇଁ ଏହାକୁ ହଟାଇବାକୁ ସେ କହିଛନ୍ତି । ରାଜ୍ୟରେ ଏହି ସମୟରେ କୃଷି କାର୍ଯ୍ୟ ପାଇଁ ଆଗକୁ ଆସିଥାନ୍ତି ଅନେକ ଶ୍ରମିକ । ସେପଟେ କଣ୍ଟେନମେଣ୍ଟ ଜୋନ ଓ ରେଡ ଜୋନର କିଛି ଅଂଶକୁ ଛାଡିଦେଲା ପରେ ଅନ୍ୟ ସମସ୍ତ ଅଞ୍ଚଳରେ କାର୍ଯ୍ୟ କରିହେବ । ତେଣୁ ସମସ୍ତ କୃଷି କାମ, ଶିଳ୍ପ କାମ ଓ ନିର୍ମାଣ କାମ କରୁଥିବା ଶ୍ରମିକ ମାନେ ଗୋଟେ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଳାକୁ ନିଦ୍ବନ୍ଦ୍ବରେ ଯାଇପାରିବେ ବୋଲି ସେ ଦର୍ଶାଇଛନ୍ତି ।

କୌଣସି ସ୍ଥାନରେ ସେମାନଙ୍କୁ ଅଟକ ରଖାଯିବନି । ଅନ୍ୟ ଏକ ଜିଲ୍ଲାକୁ ଯିବା ପାଇଁ ସମ୍ପୃକ୍ତ ଠିକାଦାର ଗାଡି ଯୋଗାଡ ନ କରିପାରିଲେ ଜିଲ୍ଲା ପ୍ରଶାସନ ଗାଡିର ବ୍ୟବସ୍ଥା କରିବ । ଠିକାଦାର ଏହାର ଭଡା ଦେବେ । ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଜୀବନ ଜୀବିକାକୁ ଦୃଢ କରିବାକୁ ପଡିବ । ଶ୍ରମିକ ମାନେ କାମ ନକଲେ ଅର୍ଥନୀତିର ପ୍ରଗତି ହେବ ନାହିଁ । ଶ୍ରମିକ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗଲେ କୌଣସି ଅସୁବିଧା ନାହିଁ । ଶ୍ରମିକ ମାନଙ୍କୁ ନେବାରେ ସମସ୍ତ ସହଯୋଗ କରିବେ ଠିକାଦାର । ନିଜର ଗୁଜୁରାଣ ମେଣ୍ଟାଇବାରେ ସେମାନଙ୍କୁ କୌଣସି ସ୍ଥାନରେ ଅଟକାଇ ପାରିବେ ନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ସେହିପରି ରେଡ୍‌ ଜୋନରେ କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶିଳ୍ପ କାର୍ଯ୍ୟ କରାଯିବ । ଗ୍ରୀନ ଜୋନ ଭିତରେ ବସ ଯାତାୟାତ କରିବାକୁ ଅନୁମତି ଦିଆଯାଇଛି । ସେହିପରି ବାହାର ରାଜ୍ୟରେ କିଛି କୁଶଳୀ ଶ୍ରମିକ ନିୟୋଜିତ ରହିଥିବାବେଳେ ଯଦି ସେମାନେ ନିଜ ରାଜ୍ୟକୁ ଆସିବାକୁ ଚାହୁଁଛନ୍ତି ତେବେ ଉଭୟ ରାଜ୍ୟର ସହମତିରେ ଆସିପାରିବେ । ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହଯୋଗରେ ଜିଲ୍ଲା ଭିତରକୁ ଯାଇପାରିବେ ।

ଅନ୍ୟପଟେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଟୋଲ୍‌ ଫ୍ରି ନମ୍ବର ୧୮୦୦୧୦୨୫୧୬୬ ଜାରି କରିଛନ୍ତି । ଚାଷୀ ମାନଙ୍କର ଯାହା ସମସ୍ୟା ରହୁଛି ତାହା ସମାଧାନ କରିବାକୁ ସମସ୍ତ ସହଯୋଗ କରାଯିବ । ମଣ୍ଡିରେ ଧାନ ଇ ପାସ ସିଷ୍ଟମରେ ଟୋକନ ପାଇବେ । ସେହି ଅନୁସାରେ ବିକ୍ରି କରିପାରିବେ ବୋଲି ସେ ସୂଚାଇ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 5, 2020, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.