ଭୁବନେଶ୍ବର: ମାର୍ଚ୍ଚ 8 ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ପକ୍ଷରୁ ମହିଳାଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଖୋର୍ଦ୍ଧାର ମିନିଏଚର ଆର୍ଟିଷ୍ଟ କିଛି ଭିନ୍ନ ଅନ୍ଦାଜରେ ମହିଳାଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି । ସେ ପେନସିଲ ମୁନରେ 5ଇଞ୍ଚର ଏକ ନାରୀ ମୂର୍ତ୍ତି ନିର୍ମାଣ କରିଛନ୍ତି। ଯାହାକୁ କରିବା ପାଇଁ ସେ 3ଦିନ ପରିଶ୍ରମ କରିଥିବା କହିଛନ୍ତି।
ତେବେ ସେ ସମାଜରେ ନାରୀମାନଙ୍କ ପ୍ରତି ବଢିଚାଲିଥିବା ଅତ୍ୟାଚାର ଓ ହିଂସା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଏପରି ନକରି ସେମାନଙ୍କୁ ସମ୍ମାନ ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ