ETV Bharat / city

ମୁଁ ମହାମାରୀ ଯୋଦ୍ଧା, ମହିଳା ଦିବସରେ ସ୍ବତନ୍ତ୍ର ଉପସ୍ଥାପନା 'ବୀରାଙ୍ଗନା' - womens day special

ହଁ ମୁଁ ଜଣେ ନାରୀ... ମୋ ଅସ୍ତିତ୍ବ ହିଁ ମୋ ଘର। କିଏ କହେ ଦୁହିତା ଆଉ କିଏ କହେ ମୁଁ ମାତୃଶକ୍ତି। କେବେ ନାରୀ ହୋଇ ମୁଁ ସବୁ ସହିଯାଏ ତ ... ଆଉ କେବେ ପୂଜା ଘରେ ଦେବୀ ହୋଇ ପୂଜା ପାଏ। ଅନେକ ରୂପ ମୋର କେତେ ଚେହେରା। ଚୁପ୍ ହୋଇ ସ୍ବୀକାର କରିନିଏ ଅସହ୍ୟ ବେଦନା... ଆଉ ପରିସ୍ଥିତିର କଷାରଘାତରେ ସାଜେ ମୁଁ ବୀରାଙ୍ଗନା। ମହାମାରୀ ସମୟରେ ବିନା ଅସ୍ତ୍ରରେ ଏଭଳି ବୀରାଙ୍ଗନା ସାଜିଥିଲେ କିଛି କୋରୋନା ଯୋଦ୍ଧା। ଅଧିକ ପଢନ୍ତୁ...

ମହାମାରୀ ଯୋଦ୍ଧା, ମହିଳା ଦିବସରେ ସ୍ବତନ୍ତ୍ର ଉପସ୍ଥାପନା 'ବୀରାଙ୍ଗନା'

author img

By

Published : Mar 8, 2021, 7:03 AM IST

ହାଇଦ୍ରାବାଦ: ଅଭିଧାନରୁ ଅସମ୍ଭବ ଶବ୍ଦ ଉଠିଯିବ, ସମାଜରୁ ସଂଘର୍ଷର ପରିଭାଷା ବଦଳି ଯିବ....ଆଉ ଯାହା କେବେ ହେଇନଥିଵ ସେମିତି କିଛି ଘଟିବ..ଯଦି ନାରୀଟିଏ ଚାହିଁଵ। ଏ ଚିର ସବୁଜିମା ଠୁ ଆରମ୍ଭ କରି ପରିବର୍ତ୍ତନର କଂକ୍ରିଟ୍ ବିକଳ୍ପ ଏବଂ ବିପ୍ଳବ ସବୁକିଛି ତା' ପାଖେ ଆରମ୍ଭ ଓ ଶେଷ।

ମୁଁ ମହାମାରୀ ଯୋଦ୍ଧା, ମହିଳା ଦିବସରେ ସ୍ବତନ୍ତ୍ର ଉପସ୍ଥାପନା 'ବୀରାଙ୍ଗନା'

ସମ୍ମାନ ହେଉ କି ପ୍ରସଂଶା ! ପ୍ରତିଷ୍ଠା ହେଉ କି ପ୍ରସିଦ୍ଧି ! ସମୃଦ୍ଧି ହେଉ କି ସେବା ! ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉତ୍ସବ ସର୍ଵଦା ତା ପାଖରେ, ତା ପଣତରେ !! ତା ଓଠ ହସରେ ସୁଖର ସର୍ଜନା ହୁଏ ଆଉ ତା ଆଖିର ଲୁହ ଭସେଇ ଦେଇପାରେ ତମାମ ପ୍ରୟୋଜନକୁ। ସେ ଯୁଗ ଯୁଗ ବ୍ୟାପି ଯୋଦ୍ଧା। କେବେ ସେ ସେବାର ମହାନ ପ୍ରତିଛବି ତ କେବେ ସେ ସଂଗ୍ରାମର ଅନନ୍ୟ ଉଦାହରଣ।

ହଁ ମୁଁ ଜଣେ ନାରୀ... ମୋ ଅସ୍ତିତ୍ବ ହିଁ ମୋ ଘର। କିଏ କହେ ଦୁହିତା ଆଉ କିଏ କହେ ମୁଁ ମାତୃଶକ୍ତି। କେବେ ନାରୀ ହୋଇ ମୁଁ ସବୁ ସହିଯାଏ ତ ... ଆଉ କେବେ ପୂଜା ଘରେ ଦେବୀ ହୋଇ ପୂଜା ପାଏ। ଅନେକ ରୂପ ମୋର କେତେ ଚେହେରା। ଚୁପ୍ ହୋଇ ସ୍ବୀକାର କରିନିଏ ଅସହ୍ୟ ବେଦନା... ଆଉ ପରିସ୍ଥିତିର କଷାରଘାତରେ ସାଜେ ମୁଁ ବୀରାଙ୍ଗନା। ମହାମାରୀ ସମୟରେ ବିନା ଅସ୍ତ୍ରରେ ଏଭଳି ବୀରାଙ୍ଗନା ସାଜିଥିଲେ କିଛି କୋରୋନା ଯୋଦ୍ଧା।

ସେ ସଅଁପୁର ଗ୍ରାମର ଗୌରୀ ବେହେରାଙ୍କ ଠାରୁ ଆରମ୍ଭ କରି ଗଜପତି ମୋହନା ତହସଲିଦାର କଲ୍ୟାଣୀ ସଂଘମିତ୍ରା। ଯେଉଁମାନେ ନିଜର ମଣିଷକୁ ପଛ କରି ଜନସେବା କରିବା ସହ ବହୁତ କିଛି ଜଳାଞ୍ଜଳୀ ଦେଇଛନ୍ତି। ଆଉ କୋରୋନା କୁରୁକ୍ଷେତ୍ରରେ ଯୋଦ୍ଧା ସାଜିଥିଲେ।

କୋରାପୁଟର ନିପଟ ମଫସଲି ଗାଁରେ ଘର ଘର ବୁଲି ବ୍ୟାଙ୍କିଂ ସୁବିଧା ପହଞ୍ଚାଉଥିଲେ ଗରିବ ଆଦିବାସୀ ଝିଅ ସଲାମୀ ଶଶାଙ୍କ। ଆଉ ସମ୍ବଲପୁରର ଟ୍ରାଫିକ କନଷ୍ଟେବଳ ମନୋରମା ଶତପଥୀ। ଦୁର୍ଘଟଣାର ଶିକାର ହୋଇ କୋମାକୁ ଯିବାପରେ ବି ସୁସ୍ଥ ହୋଇ ଫେରିଥିଲେ କର୍ମସ୍ଥଳୀକୁ।

ସେମିତି ଆଉ ଜଣେ ଯୋଦ୍ଧା ଏସଆଇ ଶୁଭଶ୍ରୀ ନାୟକ। ପୋଲିସ ବର୍ଦ୍ଦୀରେ ଥାଇ ମଧ୍ୟ ଭୁଲି ନଥିଲେ ମାନବିକତା। ଏମିତି ଅନେକ ବୀରାଙ୍ଗନା ଅଛନ୍ତି ଯେଉଁମାନେ ମହାମାରୀ କୋରୋନା ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣରୁ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ। ସେମାନଙ୍କ ପାଇଁ ଏବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସର୍ଗୀକୃତ। ଯାହାଙ୍କ ବଳିଦାନ ଓ ଅବଦାନକୁ ଏ ସମାଜ କେବେ ଭୁଲିବ ନାହିଁ।

ଆଜିର ନାରି ମର୍ତ୍ତ୍ୟରୁ ଯାଇ ମଙ୍ଗଳରେ ପହଁଞ୍ଚିବାର କ୍ଷମତା ରଖୁଛି । ଦୂତି ହୋଇ ସେ ଜୀବନର ଯାତ୍ରାର ଅନେକ ମାଇଲ ଦୌଡିପାରେ, ସିତାରମଣ ହୋଇ ସେ ଦେଶର ପ୍ରତିରକ୍ଷା ଭାର ମୁଣ୍ଡାଇପାରେ, ସେ କଳ୍ପନା ହୋଇ ଆଶାର ମହାକାଶକୁ ଉଡିପାରେ ।

‘ନ’ ‘ଅଇରି’... ନାରୀ । ଯାହାର କେହି ଶତ୍ରୁ ନାହାଁନ୍ତି ସେ ହେଉଛି ନାରୀ । ଯିଏ ସଂସାରକୁ ପ୍ରେମ ଶିଖାଏ ସେ ହେଉଛି ନାରୀ । ସୃଷ୍ଟି ସଂରଚନାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନାରୀର । ଅନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ନାରୀଙ୍କୁ ଶତ ଶତ ପ୍ରଣାମ । ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ । ନାରୀ ହସିଲେ ସୃଷ୍ଟି ହସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.