ଭୁବନେଶ୍ବର: ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଗତକାଲି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ ଆଜି ବି ଉତ୍ତେଜନା ସୃଷ୍ଟି ହୋଇଛି । ବିରୋଧୀ ଦଳ ଉପନେତାଙ୍କ ଏଭଳି ମନ୍ତବ୍ୟ ନାରୀ ସମାଜ ପ୍ରତି ଅପମାନ, ଜଘନ୍ୟ ଅପରାଧ କଥା । ତୁରନ୍ତ ବାଚସ୍ପତି ରୁଲିଂ ଦିଅନ୍ତୁ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
‘ମହିଳାଙ୍କୁ ବେଶ୍ୟା କହିବା ବନ୍ଦ କର’ ନାରାବାଜିରେ କମ୍ପାଇଲା କଂଗ୍ରେସ । ବିରୋଧୀ ଦଳ ଉପନେତାଙ୍କ ମୁସଲିମ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟର ବିରୋଧରେ ଗୃହ ୧୧.୩୦ ଯାଏ ମୁଲତବୀ କରାଯାଇଛି । ସେପଟେ ବିଜେପି ବିଧାୟକଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ, କିନ୍ତୁ ଏହାକୁ ନେଇ ପ୍ରଶ୍ନକାଳକୁ ବନ୍ଦ କରିବା ସମୀଚିନ ନୁହଁ ରାଜ୍ୟଵାସୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ଚାଲିବା କଥା ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
ଅନ୍ୟପଟେ ବିଜେପି ନିଜ ବିବାଦୀୟ ବୟାନକୁ ନେଇ ସ୍ପଷ୍ଟୀକରଣ ଦେଇଛି । ବିଜେପି ବିଧାୟକ କହିଛନ୍ତି ଯେ, ସେ ଯାହା କହିଛନ୍ତି ତାହା ତଥ୍ୟ ସମ୍ବଳିତ । କୌଣସି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ କେବଳ କିଛି ରିପୋର୍ଟକୁ ଉଦ୍ଧୃତ କରିଛି । ସେପଟେ କଂଗ୍ରେସ କିନ୍ତୁ ଦେଶ ବିଭାଜନ ଭଳି ମନ୍ତବ୍ୟ ଦେଉଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ