ETV Bharat / city

ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ: ଧାରଣାରେ ବସିଲା ମହିଳା କଂଗ୍ରେସ

author img

By

Published : Dec 20, 2021, 7:55 PM IST

ଡୁମଡୁମା ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ । ଧାରଣା ବସିଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଲେ ମହିଳା କଂଗ୍ରେସ । ଅଧିକ ପଢନ୍ତୁ

ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ : ଧାରଣାରେ ବସିଲା ମହିଳା କଂଗ୍ରେସ

ଭୁବନେଶ୍ବର : ଡୁମଡୁମା ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ । ଧାରଣା ବସିଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଲେ ମହିଳା କଂଗ୍ରେସ । ବସ୍ତିବାସିନ୍ଦାଙ୍କୁ ଭେଟିବା ସହ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତି, ସ୍ଥାନୀୟ ବ୍ଲକ ସଭାପତି ସେକ ଆଫତାବ ଅଲ୍ଲୀଙ୍କ ସମେତ ବହୁ ନେତୃବୃନ୍ଦ ଧାରଣାରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବେଆଇନ ଉଚ୍ଛେଦକୁ ବିରୋଧ କରି ୧୩ ଦିନ ହେବ ବସ୍ତି ମଧ୍ୟରେ ବାସିନ୍ଦାମାନେ ବସିଛନ୍ତି ।

କଂଗ୍ରେସ ନେତା ସେମାନଙ୍କୁ ଭେଟି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଥଇଥାନ ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ବେଆଇନ ବୋଲି କହିଛି କଂଗ୍ରେସ। ତେବେ ଭୁବନେଶ୍ବରରେ ହୋଇବି ଏହି ବସ୍ତି ବାସିନ୍ଦାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ କାହିଁକି ଶୁଣୁ ନାହାଁନ୍ତି । ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି । ଯେ ପର୍ଯ୍ୟନ୍ତ ତାଙ୍କୁ ଥଇଥାନ କରାନାହିଁ । ସେ ପର୍ଯ୍ୟନ୍ତ କଂଗ୍ରେସ ସେମାନଙ୍କୁ ସମର୍ଥନ କରିବ ବୋଲି କହିଛନ୍ତି ମହିଳା ସଭାପତି । ତେବେ ବସ୍ତିର ପ୍ରାୟ 18ଟି ଘର ଭାଙ୍ଗିବାକୁ ନୋଟିସ ଦେଇଥିଲା ବିଡିଏ। ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି ବସ୍ତି ବାସିନ୍ଦା। 2017 ରୁ ଏହି ବସ୍ତିକୁ ଉଚ୍ଛେଦ କରିବାକୁ ଚେଷ୍ଟା କରୁଛି ବିଏମସି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.