ଭୁବନେଶ୍ବର: ମହିଳା ବାଇକ ରାଲି ଜରିଆରେ ଟ୍ରାଫିକ ସଚେତନତା । ରାଜଧାନୀରେ ସଚେତନତା ପାଇଁ ବାଇକରେ ବୁଲିଲେ ଯୁବତୀ ଓ ମହିଳା । ନିଜେ ହେଲେମେଟ ପିନ୍ଧି ହାତରେ ଗାଡି ଧରି ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା ।
ଟ୍ରାଫିକ ନିୟମ ମାନିବା ସହ ଜୀବନ ସୁରକ୍ଷିତ ରଖିବାକୁ ଅନୁରୋଧ କକିଛନ୍ତି ଏହି ବାଇକ ଆରୋହୀ ମହିଳା। ଘରେ ଘରେ ମହିଳା ରହିଥିବା ବେଳେ ଏଭଳି ସଚେତନତା ଦ୍ବାରା ପ୍ରତ୍ୟେକ ମହିଳାଙ୍କ ପାଖରେ ପହଞ୍ଚି ନିଜର ପରିବାରକୁ ସୁରକ୍ଷା ଦେବା ଏହି ରାଲିର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଯୋଗଦେଇଥିବା ମହିଳା ।
ଓଡିଶା ମହିଳା ଦୁଃସାହସିକ ଅନୁଷ୍ଠାନ ପକ୍ଷରୁ ହୋଇଛି ଏଭଳି ସଚେତନତା । ଏହି ରାଲିରେ ଭୁବନେଶ୍ବର ବିଧାୟକ ଓ ଟ୍ରାଫିକ ଡିସିପି ଯୋଗଦେଇ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ