ETV Bharat / city

ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକ ମେଲ୍, ଗିରଫ କଲା ପୋଲିସ୍

author img

By

Published : Oct 7, 2022, 3:54 PM IST

ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକ ମେଲ୍ କରୁଥିଲେ ମହିଳା । ଏନେଇ ମହିଳାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ଅଧିକ ପଢନ୍ତୁ

ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକ ମେଲ୍, ଗିରଫ କଲା ପୋଲିସ୍
ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକ ମେଲ୍, ଗିରଫ କଲା ପୋଲିସ୍

ଭୁବନେଶ୍ବର: ନେତାଙ୍କ ସହ ବସା ଉଠା । ହାଇପ୍ରୋଫାଇଲ ନେତାଙ୍କୁ କରୁଥିଲେ ବ୍ଲାକମେଲ । ଟଙ୍କା ମାଗି ହରଡ ଘଣାରେ ପଡିଲେ ମହିଳା । ତେବେ ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଗିରଫ ହୋଇଥିବା ମହିଳା ଜଣକ ହେଉଛନ୍ତି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ସତ୍ୟ ବିହାରର ଅର୍ଚ୍ଚନା ନାଗ ଚାନ୍ଦ । ଏହି ମହିଳା ଜଣଙ୍କ ହାଇପ୍ରୋଫାଇଲ ନେତାଙ୍କ ଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ନିଜ ଜାଲରେ ଫସାଇବା ପରେ ବ୍ଲକ୍ ମେଲ କରୁଥିଲେ । ଏହାପରେ ସେମାନଙ୍କ ଠାରୁ ମୋଟା ଅଙ୍କରେ ଟଙ୍କା ଆଦାୟ କରୁଥିଲେ । ନିଜ ମାନ ସମ୍ମାନକୁ ଦୃଷ୍ଟିରେ ରଖି ସଂପୃକ୍ତ ମହିଳାଙ୍କ ଖସିବା ନିମନ୍ତେ ଅନେକ ଲୋକ ତାଙ୍କୁ ମୋଟା ଅଙ୍କର ଟଙ୍କା ଦେଉଥିଲେ । ଆଉ ଏହି ଟଙ୍କାରେ ଅୟସ କରିବା ସହ ସମ୍ଭ୍ରାନ୍ତ ଜୀବନ ବିତାଉଥିଲେ । ଏନେଇ ଖଣ୍ଡଗିରି ଅଞ୍ଚଳର ଜନୈକ ବ୍ୟକ୍ତି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପରେ ଖଣ୍ଡଗିରି ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଥିଲା ।

ମହିଳା ଜଣଙ୍କ ନାଁ ରେ ହାଇପ୍ରୋଫାଇଲ ଲୋକଙ୍କୁ ବ୍ଲାକମେଲ କରିବା ନେଇ ଏକାଧିକ ଅଭିଯୋଗ ରହିଛି । ଏହି ଘଟଣାର ଅଧିକ ଖୋଳତାଡ଼ କରୁଛି ପୋଲିସ । ମହିଳା ଜଣଙ୍କ ବର୍ତ୍ତମାନ ସୁଦ୍ଧା କେଉଁମାନଙ୍କୁ ନିଜ ଜାଲରେ ଫସାଇଛନ୍ତି । କିପରି ହାଇପ୍ରୋଫାଇଲ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି । ଏଯାବତ କେତେ ଜଣଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି । ତାଙ୍କ ସହ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ । ସଂପୃକ୍ତ ମହିଳାଙ୍କ ନାଁରେ ବ୍ଲାକମେଲ ନେଇ ଅନ୍ୟ କେଉଁ ଥାନାର ଅଭିଯୋଗ ହୋଇଛି କି । ସଂପୃକ୍ତ ମହିଳା କେବଳ ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକମେଲ କରୁଥିଲେ । ଟଙ୍କା ନେବା ପରେ କଣ କରନ୍ତି ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ । ଏନେଇ ଖଣ୍ଡଗିରି ପୋଲିସ ତଦନ୍ତ ଜାରି ରଖିବା ସହିତ ସଂପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆବଶ୍ୟକ ହେଲେ ସଂପୃକ୍ତ ମହିଳାଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.