ETV Bharat / city

ଶିଶୁ ପର୍ଣ୍ଣୋଗ୍ରାଫୀ ଘଟଣା; ବିଭାଗୀୟ ମନ୍ତ୍ରୀଙ୍କ ମନ୍ତବ୍ୟ - Women And Child Development Minister Tukuni Sahu

ମଙ୍ଗଳବାର ଶିଶୁ ପର୍ଣ୍ଣୋଗ୍ରାଫୀ ଅଭିଯୋଗକୁ ନେଇ ସାରା ଦେଶରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଚଢାଉ କରି ଛାନଭିନ ଜାରି ରଖିଛି । ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ଏବେ ହଇଚଇ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଟୁକୁନି ସାହୁ
ଟୁକୁନି ସାହୁ
author img

By

Published : Nov 17, 2021, 5:51 PM IST

Updated : Nov 17, 2021, 9:15 PM IST

ଭୁବନେଶ୍ବର: ଗତକାଲି (ମଙ୍ଗଳବାର) ଶିଶୁ ପର୍ଣ୍ଣୋଗ୍ରାଫୀ ଅଭିଯୋଗକୁ ନେଇ ସାରା ଦେଶରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଚଢାଉ କରି ଛାନଭିନ ଜାରି ରଖିଛି । ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ଏବେ ହଇଚଇ ସୃଷ୍ଟି ହୋଇଛି ।

ଶିଶୁ ପର୍ଣ୍ଣୋଗ୍ରାଫୀ ଘଟଣା; ବିଭାଗୀୟ ମନ୍ତ୍ରୀଙ୍କ ମନ୍ତବ୍ୟ

ତେବେ ଘଟଣାକୁ ନେଇ ଆଜି ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଏହା ଏକ ଘୃଣ୍ୟ କାମ । ଏଭଳି ଘଟଣା ଆଶା କରାଯାଇ ନପାରେ । ଆଇନ ତା ବାଟରେ ଯିବ । ସିବିଆଇ ଆମକୁ କୌଣସି ରିପୋର୍ଟ ଦେଇନାହିଁ । ଆମେ ସିବିଆଇ ସହ ଆଲୋଚନା କରିବୁ । ତଦନ୍ତ ଏବେ ଚାଲିଛି , ସରିବା ପରେ ଜଣାପଡିବ କଣ ହୋଇଛି । ବର୍ତ୍ତମାନ କିଛି କହିବା ଠିକ ହେବ ନାହିଁ ।

ସେହିପରି ମନ୍ତ୍ରୀ କହିଛନ୍ତି ଶିଶୁ ସୁରକ୍ଷା ନେଇ ଆମ ବିଭାଗ କାମ କରୁଛି । କାରଣ ସେମାନେ ଆମ ଭବିଷ୍ୟତ। ଶିଶୁଙ୍କ ସୁରକ୍ଷା, ଶିକ୍ଷା ସ୍ବାସ୍ଥ୍ୟ ପାଇଁ ଆମର ସବୁ ଯୋଜନା ଚାଲିଛି। ଶିଶୁଙ୍କ ପାଇଁ ବିଭାଗ ପୁରା ତତ୍ପର ରହିଛି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 17, 2021, 9:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.