ETV Bharat / city

ରାଜଧାନୀର ବସ୍ତିରେ ବିଭତ୍ସକାଣ୍ଡ, ହତ୍ୟା ପରେ ସ୍ବାମୀ ସହ ୨ ରାତି କାଟିଲା ସ୍ତ୍ରୀ

ଭୁବନେଶ୍ବର ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ । ସ୍ବାମୀ ମୃତଦେହ ନିକଟରେ ରାତି କାଟିଲା ପତ୍ନୀ । ଅତ୍ୟଧିକ ନିଶାରେ ଭାଇକୁ ଭାଉଜ ମାରିଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ରାଜଧାନୀ ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ, ସ୍ବାମୀ ମୃତଦେହ ନିକଟରେ କଟିଲା ରାତି

author img

By

Published : Sep 21, 2021, 1:17 PM IST

Updated : Sep 21, 2021, 2:26 PM IST

ଭୁବନେଶ୍ବର: ସ୍ବାମୀ ମୃତଦେହ ସହ ବିତିଲା ରାତି । ମୃତଦେହ ସାମ୍ନାରେ କାନ୍ଦୁଥିଲା ସ୍ତ୍ରୀ । ପାରିବାରିକ କଳହ ଓ ନିଶାର ଭୟାନକ କାଣ୍ଡରୁ ସ୍ବାମୀର ଜୀବନ ଯାଇଛି । ଚନ୍ଦ୍ରଶେଖରପୁର ଥାନା ମଣ୍ଡପ ବସ୍ତିରେ ଘଟିଛି ଏଭଳି ଘଟଣା । ବସ୍ତିର ଶ୍ୟାମ ମୁଣ୍ଡରି(୫୫)ଙ୍କ ମୃତଦେହକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।

ରାଜଧାନୀର ବସ୍ତିରେ ବିଭତ୍ସକାଣ୍ଡ, ହତ୍ୟା ପରେ ସ୍ବାମୀ ସହ ୨ ରାତି କାଟିଲା ସ୍ତ୍ରୀ

ମୁଣ୍ଡରେ ଓ ଅଣ୍ଟାରେ କ୍ଷତାକ୍ତ ଚିହ୍ନ ରହିଥିବା ବେଳେ ମୃତକଙ୍କ ରବିବାରଠାରୁ ଜୀବନ ଯାଇଥିବା ବୋଲି ପୋଲିସ ସନ୍ଦେହ କରିଛି । ତେବେ ସ୍ବାମୀ ମୃତଦେହ ନିକଟରୁ ସ୍ତ୍ରୀକୁ ଝିଙ୍ଗି ମୁଣ୍ଡରି ଆଣି ଥାନାରେ ଅଟକ ରଖିଛି ପୋଲିସ । ମୃତକଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଘଟଣାକୁ ନେଇ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତନାଘନା କରିଛି । ସେପଟେ ମୃତକଙ୍କ ସ୍ତ୍ରୀ ନିଶାରେ ଥାଇ ହତ୍ୟା କରିବା ପରେ ଘରେ କବଟା କିଳି ରହିଥିଲେ ବୋଲି ମୃତକ ଶ୍ୟାମ ମୁଣ୍ଡରିର ଭାଇ କହିଛନ୍ତି ।

ତେବେ ମୃତ୍ୟୁକୁ ୪୮ ଘଣ୍ଟା ବିତିଯିବା ଫଳରେ ମୃତଦେହଟି ଡିକମ୍ପୋଜ(ପଚିବା) ଆରମ୍ଭ ହେବା ଯୋଗୁଁ ଦୁର୍ଗନ୍ଧ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଆଜି(ମଙ୍ଗଳବାର) ଜାଣିଵାକୁ ପାଇ ପୋଲିସକୁ ଖବର ଦେଇଥିଲେ । ତେଵେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ଉଭୟ ସ୍ବାମୀସ୍ତ୍ରୀ ବିଏମସିର ଠିକା ଝାଡୁଦାର ଭାବେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ନିଶା ଓ ପଇସା ପତ୍ରକୁ ନେଇ ଝଗଡ଼ା ହେଉଥିଲା । ତେବେ ମୃତକ ଶ୍ୟାମ ମୁଣ୍ଡରି ପଣସପାର କରଜିଆ ମୟୂରଭଞ୍ଜ ଅଞ୍ଚଳର ବୋଲି ଜଣାପଡି଼ଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 21, 2021, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.