ETV Bharat / city

WODC ର ୫୮ତମ ପରିଷଦ ବୈଠକ: ପ୍ରସ୍ତାବ ଦେଲେ ବିଧାୟକ, ପ୍ରସ୍ତୁତ ହେଉଛି ଭିଜନ ୨୦୨୫ - wodc meeting news

ଆଜି ରାଜୀବ ଭବନରେ ଆରମ୍ଭ ହୋଇଯାଇଛି ପଶ୍ଚିମ ଓଡିଶା ବିକାଶ ପରିଷଦ(Western Odisha Development Council )ର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ । WODCର ଅଧକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

author img

By

Published : Dec 27, 2021, 1:28 PM IST

Updated : Dec 27, 2021, 10:49 PM IST

ଭୁବନେଶ୍ବର: ଆଜି ରାଜୀବ ଭବନରେ ବସିଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ(Western Odisha Development Council )ର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ତେବେ ପରିଷଦ ଗଠନ ପରେ ଏହା ପ୍ରଥମ ବୈଠକ ବସିଥିଲା ।

ଏହା ଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ(WODC)ର ୫୮ତମ ପରିଷଦ ବୈଠକ । WODC ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫୭ ତମ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଛି । ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ ଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି । ଏହି କାର୍ଯ୍ୟାଳୟ ଗୁଡିକୁ କିଭଳି ମାନବସମ୍ବଳ ଯୋଗାଇ ତା’ର କାର୍ଯ୍ୟଧାରାକୁ ଅଧିକ ଗତିଶୀଳ କରାଯିବ ସେ ନେଇ ଆଲୋଚନା କରାଯାଇଛି । ଯେଉଁ ଜିଲ୍ଲାପାଳମାନେ ଆଞ୍ଚଳିକ କାର୍ଯ୍ୟାଳୟ ଦାୟିତ୍ୱରେ ରହିଛନ୍ତି ସେମାନେ ଅନ୍ତତଃ ପ୍ରତି ସପ୍ତାହରେ ଥରେ କାର୍ଯ୍ୟାଳୟକୁ ଯିବାକୁ ପ୍ରସ୍ତାବ ରଖାଯାଇଛି । ପଶ୍ଚିମାଞ୍ଚଳର ଜିଲ୍ଲା ଗୁଡିକରେ ସଂପୂର୍ଣ୍ଣ ହୋଇନଥିବା ପ୍ରକଳ୍ପର ତାଲିକା ସଂପୃକ୍ତ ସାଂସଦ ଓ ବିଧାୟକମାନଙ୍କୁ ଦେବାକୁ ବୈଠକରେ କୁହାଯାଇଛି । କେତେକ ପ୍ରମୁଖ ସହରରେ ପରିଷଦର ପାଣ୍ଠିରୁ ଆଧୁନିକ ପ୍ରେକ୍ଷାଳୟ ନିର୍ମାଣ ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସୁଥିବା ପ୍ରକଳ୍ପ ପ୍ରସ୍ତାବ ଗୁଡିକର ଫିଜିବଲ ରିପୋର୍ଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ କୁହାଯାଇଛି ।

ଝାରସୁଗୁଡ଼ା ବିଧାୟକ ହୀରାକୁଦରେ ଏକ ଚିଲିଂ ପ୍ଲାଣ୍ଟ ନିର୍ମାଣ ସକାଶେ ପ୍ରସ୍ତାବ ଦେଇଛନ୍ତି । ସେହିପରି ଦେବଗଡ ବିଧାୟକ ଦେବଗଡରେ ଇକୋ-ଟୁରିଜିମକୁ ପ୍ରାଧାନ୍ୟ ଦେବାକୁ ପ୍ରସ୍ତାବ ଦେିଛନ୍ତି । ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ କଲଚର ଯୋଗେ ମାଛଚାଷ କରିବାକୁ ଲାଞ୍ଜିଗଡ ବିଧାୟକ ପ୍ରସ୍ତାବ ରଖିଛନ୍ତି । ଖରିଆର ବିଧାୟକ ମହେନ୍ଦ୍ରତନୟାରେ ପର୍ଯ୍ୟଟନର ବିକାଶ କରିବାକୁ ଅନୁରୋଧ କରିଛନ୍ତି । ବରଗଡ ସାଂସଦ ବରଗଡରେ କ୍ରୀଡା ଭିତ୍ତିଭୂମିର ବିକାଶ ନିମନ୍ତେ ଖେଲୋ ଇଣ୍ଡିଆ (Khelo India) ର ପାଣ୍ଠିକୁ ବିନିଯୋଗ ପାଇଁ ପ୍ରସ୍ତାବ ରଖିଛନ୍ତି ।

ପୂର୍ବାପେକ୍ଷା ଏଣିକି ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ ଭିତ୍ତିଭୂମି ସୃଷ୍ଟି ଭଳି କେତେକ ଜଟିଳ ମାନଦଣ୍ଡର ପ୍ରକୃତ ମୂଲ୍ୟାଙ୍କନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ବୈଠକରେ ପ୍ରକାଶ କରାଯାଇଛି । ଏହାକୁ ନେଇ ଏକ ଭିଜନ ଡକ୍ୟୁୟମେଣ୍ଟ ୨୦୨୫ ପ୍ରସ୍ତୁତ କରାଯାଉଛି । ଯାହାକୁ ଆସନ୍ତା ୨/୩ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନାବରଣ କରାଯିବ । ପରେ WODC ଅଧ୍ୟକ୍ଷଙ୍କ ଦ୍ୱାରା ପରିଷଦର ଅର୍ଥ ମଞ୍ଜୁରୀ, ବ୍ୟୟ ଓ ଭିଜନ ଡକ୍ୟୁୟମେଣ୍ଟର କେତେକ ପ୍ରମୁଖ ତଥ୍ୟାବଳୀ ଉପସ୍ଥାପନ କରାଯାଇଛି ।

WODC ଅଧ୍ୟକ୍ଷ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ପରିଷଦର ବଜେଟ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । କୋଭିଡ୍ ମହାମାରୀର ମୁକାବିଲା ସକାଶେ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ପାଇଁ ଅତିରିକ୍ତ ଭାବେ ୨୫ କୋଟି ଟଙ୍କା ସରକାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପ୍ରକାରେ ପରିଷଦ ଲୋୟର ଶୁକତେଲ ଭଳି ପ୍ରକଳ୍ପର ପୁନରୁଦ୍ଧାର କରିଥିବା ସେ କହିଛନ୍ତି । ବରଗଡ଼ ସାଂସଦ ଭିଜନ ଡକ୍ୟୁୟମେଣ୍ଟ-୨୦୨୫ ଏକ ଅଭିନବ ଏବଂ ଆବଶ୍ୟକୀୟ ଦସ୍ତାବିଜ୍‌ ବୋଲି କହିଛନ୍ତି । ଏହା ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସହଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଅଚ୍ୟୁତା ସାମନ୍ତ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଦେଓଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ପଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଲଂଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, WODCର ବିଶେଷଜ୍ଞ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ସଦସ୍ୟ ସଚିବ, WODCର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସଦସ୍ୟ ସଚିବ ଡକ୍ଟର ଅଜିତ କୁମାର ମିଶ୍ର ଏବଂ ଆରଡିସି ସମ୍ବଲପୁର, ଡକ୍ଟର ସୁରେଶ ଚନ୍ଦ୍ର ଦଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 27, 2021, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.