ETV Bharat / city

ରାଉରକେଲାରେ ଶିଳ୍ପପତିଙ୍କ ସହ ଆଲୋଚନା କଲେ ଅସିତ

author img

By

Published : Feb 24, 2021, 7:35 AM IST

ରାଉରକେଲାରେ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

ଅସିତ ତ୍ରିପାଠୀ
ଅସିତ ତ୍ରିପାଠୀ

ଭୁବନେଶ୍ବର: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଉପରେ ରାଜ୍ୟ ସରକାରଙ୍କ ଫୋକସ । ଏନେଇ ରାଉରକେଲା ଗସ୍ତରେ ଯାଇ ସ୍ଥାନୀୟ ଶିଳ୍ପପତି ଏବଂ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ମଙ୍ଗଳବାର ଦିନ ରାଉରକେଲା ମହାନଗର ନିଗମର ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ରାଉରକେଲା ଚାମ୍ବର ଅଫ୍‌ କମର୍ସ ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି ଅସିତ । ଶିଳ୍ପ କ୍ଷେତ୍ରରେ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିଦ୍ୟୁତ୍, ଜଳ ପରି ବିଭିନ୍ନ ଆବଶ୍ୟକତା, ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ସେ ।

ରାଉରକେଲାରେ କ୍ଷୁଦ୍ର, ମଧ୍ୟମ ଏବଂ ପ୍ରକ୍ରିୟାକରଣ ଉଦ୍ୟୋଗର ବିକାଶ ପାଇଁ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଅସିତ ।

ଅସିତ କହିଛନ୍ତି ଯେ,‘ରାଉରକେଲାରେ କୃଷି ସହ ଜଡିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଶିକ୍ଷିତ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଯୁବ ଉଦ୍ୟୋଗୀ ଯେଉଁମାନେ ଉଦ୍ୟୋଗ ଖୋଲିବାକୁ ଇଚ୍ଛୁକ । ସେମାନଙ୍କ ପାଇଁ ଆମେ ବର୍ତ୍ତମାନ ଶିଳ୍ପର ଚାହିଦା ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରିବୁ ।’

ଏହା ସହ ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଅସିତ ଜିଲ୍ଲାରେ ଚାଲୁ ରହିଥିବା ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ଟସର ଚାଷ ଆଦି ଯୋଜନାର କାର୍ଯ୍ୟାନ୍ବୟନ ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ ।

ଏସବୁ କ୍ଷେତ୍ରରେ ଅଧିକ ଘରୋଇ ପୁଞ୍ଜି ନିବେଶକୁ ଆକର୍ଷିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଣେ, ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଆରଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡା, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଚାମର ଅଫ୍‌ କମର୍ସର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.