ଭୁବନେଶ୍ବର: ଚଳିତ ମାସ 13 ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହି ଅଧିବେଶନରେ 30ଟି କାର୍ଯ୍ୟଦିବସ ରହିଛି। ସେଥି ମଧ୍ଯରୁ 21ଟି ସରକାରୀ ହୋଇଥିବା ବେଳେ 5ଟି ବେସରକାରୀ କାର୍ଯ୍ୟଦିବସ ରହିଛି।
ବିଧାନସଭାର ପ୍ରଥମ ଦିନରେ 2019-20 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ। ଏହା ଉପରେ 3 ଦିନ ଧରି ଆଲୋଚନା ହେବ। ବିରୋଧୀଙ୍କ ପକ୍ଷରୁ ଆଗତ ହେବାକୁ ଥିବା ସମସ୍ତ ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ମନ୍ତ୍ରୀ ଆରୁଖ। ଏହି ଅଧିବେଶନ ଡ଼ିସେମ୍ବର 19 ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ