ETV Bharat / city

Odisha Assmbly Update: ଶୁକ୍ରବାର ଯାଏଁ ଗୃହ ମୁଲତବୀ

author img

By

Published : Dec 2, 2021, 4:53 PM IST

ଶୀତ ଅଧିବେଶନ ଦ୍ବିତୀୟ ଦିନ ମଧ୍ୟ ବିରୋଧୀଙ୍କ ହୋହଲ୍ଲାରେ ବଳି ପଡ଼ି ଯାଇଛି । ଶୁକ୍ରବାର ୧୦.୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅଧିକ ପଢ଼ନ୍ତୁ

Odisha Assmbly Update: ଶୁକ୍ରବାର ଯାଏଁ ଗୃହ ମୁଲତବୀ
Odisha Assmbly Update: ଶୁକ୍ରବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଶୀତ ଅଧିବେଶନ ଦ୍ବିତୀୟ ଦିନ ମଧ୍ୟ ବିରୋଧୀଙ୍କ ହୋ ହଲ୍ଲାରେ ବଳି ପଡ଼ି ଯାଇଛି । ସକାଳୁ ଗୃହ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଗୃହ ମୁଲତବୀ କରାଯାଇଥିଲା ।

ତେବେ ୪ଟା ପରେ ଗୃହ ଆରମ୍ଭ ହେବାପରେ ମାତ୍ର ୧୩ ମିନିଟ ହିଁ ଚାଲି ପାରିଥିଲା ଗୃହ । ଏଥିପାଇଁ ଶୁକ୍ରବାର ୧୦.୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର ଓ CBI ତଦନ୍ତ ଦାବିରେ ବିରୋଧୀ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲେ ।

ବିରୋଧୀଙ୍କ ପ୍ରତିବାଦ ଭିତରେ ବିଭିନ୍ନ କାଗଜ ଉପସ୍ଥାପନ କରିଛନ୍ତି ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପରେ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ କାଗଜ ଉପସ୍ଥାପନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.