ETV Bharat / city

ଗୃହରେ ଉପସ୍ଥାପିତ ହେଲା ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ

author img

By

Published : Nov 25, 2020, 10:37 AM IST

Updated : Nov 25, 2020, 5:34 PM IST

ଆଜି ଗୃହରେ ମୁଲତବୀ ନୋଟିସ ଆଣିଲେ ବିରୋଧୀ
ଆଜି ଗୃହରେ ମୁଲତବୀ ନୋଟିସ ଆଣିଲେ ବିରୋଧୀ

17:33 November 25

ଗୃହରେ ଉପସ୍ଥାପିତ ହେଲା ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ

ବିଧାନସଭାରେ ଉପସ୍ଥାପନ ହେଲା ଓଡ଼ିଶା କୃଷିଜାତ ଦ୍ରବ୍ୟ ବିପଣନ ବିଲ । ବିଲ ଆଣ୍ଟି ଫାର୍ମର ଓ ପ୍ରୋ କର୍ପୋରେଟ କହି କଂଗ୍ରେସ ବିରୋଧ କରିଛି । ଏହି ବିଲ ଲାଗୁ ହେଲେ କୃଷି ବଜାରରେ ବିପର୍ଯ୍ୟୟ ଆସିବ । ସେପଟେ କେନ୍ଦ୍ର ସରକାରଙ୍କ ବିଲ ସହ ଏହାର କିଛି ସାମଞ୍ଜସ୍ୟ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । 

15:21 November 25

ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ, ଗୃହରେ ବିବୃତିରେ ରଖିଲେ ଗୃହରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ନୟାଗଡ ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଲେ ମନ୍ତ୍ରୀ । ଏହି ଘଟଣାରେ ଏପର୍ଯ୍ୟନ୍ତ 34 ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । 

13:03 November 25

ମୁଲତବୀ ଆଲୋଚନା ବେଳେ କକ୍ଷତ୍ୟାଗ କଲେ କଂଗ୍ରେସ ବିଧାୟକଦଳ ନେତା

ଭୁବନେଶ୍ବର: ମୁଲତବୀ ଆଲୋଚନା ବେଳେ କକ୍ଷତ୍ୟାଗ କଲେ କଂଗ୍ରେସ ବିଧାୟକଦଳ ନେତା । ସଂକ୍ଷିପ୍ତ ସମୟରେ ସାରିବାକୁ ବାଚସ୍ପତି କହିବାରୁ କକ୍ଷତ୍ୟାଗ କଲେ ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ ସଦସ୍ୟ । ବିଜେପି ସଦସ୍ଯଙ୍କୁ କାହିଁକି ଅଧିକ ଓ କଂଗ୍ରେସକୁ କମ ସମୟ ଦିଆଗଲା ସେନେଇ ପ୍ରଶ୍ନ କଲେ ନରସିଂହ ମିଶ୍ର ।

12:21 November 25

ଦାଦନ ଶ୍ରମିକଙ୍କ ତଥ୍ୟକୁ ନେଇ ସରକାରଙ୍କୁ ବିଜେଡି ବିଧାୟକଙ୍କ ପ୍ରଶ୍ନ । ତାଳମେଳ ରହୁନି ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ ।

ଭୁବନେଶ୍ବର: ଦାଦନ ଶ୍ରମିକଙ୍କ ତଥ୍ୟକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । କୋରୋନା ସମୟରେ 8 ଲକ୍ଷ 53 ହଜାର 777 ଜଣ ପ୍ରବାସୀ ଶ୍ରମିକ ଓଡିଶା ଫେରିଥିବା ସରକାର କହୁଛନ୍ତି । ହେଲେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତରରେ ଅଲଗା କଥା କହୁଛନ୍ତି ।

12:15 November 25

ସୀମା ବିବାଦରେ ସର୍ବଦଳୀୟ କମିଟି କରିବାକୁ ବିଜେପିର ଦାବି

ଭୁବନେଶ୍ବର: ସୀମା ବିବାଦରେ ସର୍ବଦଳୀୟ କମିଟି କରିବାକୁ ବିଜେପିର ଦାବି । ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ସହିତ ରହିଛି ଓଡିଶାର ସୀମା ବିବାଦ । କୋରାପୁଟରେ 21, ଗଜପତିରେ 16 ଗାଁ ସହିତ ରହିଛି ବିବାଦ । ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲେ ମଧ୍ୟ ସମାଧାନ ହେଉନି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିବ ।  ଗୃହରେ ସୀମା ବିବାଦ ପ୍ରସଙ୍ଗରେ ଭାଗ ଏଭଳି ବିବୃତ୍ତି ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବାଲେଶ୍ବର ଓ ଭଦ୍ରକରେ ଅନୁପ୍ରବେଶ  କରୁଛନ୍ତି । ଏହି ପ୍ରସଙ୍ଗର ସମାଧାନ ପାଇଁ ସର୍ବଦଳୀୟ କମିଟି କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

12:02 November 25

ଗୃହରେ ସୀମା ପ୍ରସଙ୍ଗରେ ଆଲୋଚନା ଜାରି । ମୁଲତବୀ ନୋଟିସରେ ଉତ୍ତର ରଖୁଛନ୍ତି ସୁଦାମ ମାରାଣ୍ଡି ।

ଭୁବନେଶ୍ବର: ଆରମ୍ଭ ହେଲା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା । ସୀମା ବିବାଦ ପ୍ରସଙ୍ଗରେ ଉତ୍ତର ରଖୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ରହିଛି ସୀମା ବିବାଦ । ଆପୋଷ ବୁଝାମଣା ଓ ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ବାବଧାନରେ  କରାଯାଉଛି ସମାଧାନ  । 21ଟି ଗାଁରେ ସମସ୍ୟା ରହିଛି । ବାଲେଶ୍ବର ଓ ପଶ୍ଚିମବଙ୍ଗର 9ଟି ଗାଁରେ ଲାଗିଛି ବିବାଦ ।ପ୍ରଶାସନିକ ସ୍ତରରେ ଏକ କମିଟି ମାଧ୍ୟମରେ କରାଯାଉଛି ସମାଧାନ ।ଝାଡଖଣ୍ଡ ସହିତ ମଧ୍ୟ ଓଡିଶାର କିଛି ସହ ଜିଲ୍ଲାର ବିବାଦ ରହିଛି। ତେବେ ସମୟପଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି।

11:12 November 25

ଗୃହରେ ଉଠିଲା ନୀଳାଚଳ ଇସ୍ପାତ ନିଗମ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାର ଷଷ୍ଠ ଦିବସ ଗୃହ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଗୃହରେ ଉଠିଲା ନୀଳାଚଳ ଇସ୍ପାତ ନିଗମ ପ୍ରସଙ୍ଗ। କଂଗ୍ରେସ ଜଟଣୀ ବିଧାୟକ ସୁରେଶ ରାଉତରାୟ ଉଠାଇଲେ ପ୍ରସଙ୍ଗ। କହିଲେ ତୁରନ୍ତ ଏହାକୁ ଚଲେଇବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ଶିଳ୍ପାୟନକୁ ନେଇ ବିଜୁ ବାବୁ ଦେଖିଥିବା ସ୍ୱପ୍ନକୁ ନବୀନ ବାବୁ ପୂରଣ କରନ୍ତୁ ବୋଲି କହିଲେ ସୁର।

10:30 November 25

ଆଜି ଗୃହରେ ମୁଲତବୀ ନୋଟିସ ଆଣିଲେ ବିରୋଧୀ

ଭୁବନେଶ୍ବର : ବିଧାନସଭାର ଆଜି ମୁଲତବୀ ନୋଟିସ ଆଣିଲେ ବିରୋଧୀ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ମୁଲତବୀ ନୋଟିସ । ‘ବଢୁଛି ସୀମା ବିବାଦ’, ’ସୀମା ଲଙ୍ଘୁଛନ୍ତି ପଡୋଶୀ’ , ’ରାଜ୍ୟ ସରକାର ନିରବ’, ଏହା ଉପରେ ଉତ୍ତର ରଖିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ।

Last Updated : Nov 25, 2020, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.