ETV Bharat / city

'ଉଜ୍ବଳାମ୍ୟାନ'ଙ୍କ କାନ୍ଧରେ ଶିକ୍ଷା ଭାର, ଦେଶର ଭବିଷ୍ୟତ କରିବେ ଉଜ୍ବଳ ! - ନୂଆ ଶିକ୍ଷାମନ୍ତ୍ରୀ

ତେଲ ଟେନସନରୁ ଆସି ସେଫ୍ ଜୋନରେ ରହିଲେ କି ଧର୍ମେନ୍ଦ୍ର ? ମୋଦିଙ୍କ ଗୁଡବୁକ୍‌ରେ ଥିବା ଧର୍ମେନ୍ଦ୍ରଙ୍କ ପ୍ରମୋସନ ହେଲା ନା ଡିମୋସନ । ମୋଦି 2.0 କ୍ୟାବିନେଟ ବିସ୍ତାରରେ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ସବୁଠୁ ନିକଟତର ଧର୍ମେନ୍ଦ୍ରଙ୍କ ବିଭାଗ ବଦଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ସମ୍ଭାଳି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ ହୋଇଛନ୍ତି ଦେଶର ନୂଆ ଶିକ୍ଷାମନ୍ତ୍ରୀ । ନୂଆ ବିଭାଗର ଦାୟିତ୍ବ ଧର୍ମେନ୍ଦ୍ରଙ୍କ ପାଇଁ ରହିବ କେତେ ଚ୍ୟାଲେଞ୍ଜପୂର୍ଣ୍ଣ ? ସଙ୍କଟକୁ ସୁଯୋଗରେ ପରିଣତ କରିପାରିବେ କି ଓଡିଆ ପୁଅ ? ଅଧିକ ପଢନ୍ତୁ...

'ଉଜ୍ଜ୍ବଳାମ୍ୟାନ'ଙ୍କ କାନ୍ଧରେ ଶିକ୍ଷା ଭାର, ଦେଶର ଭବିଷ୍ୟତକୁ କରିବେ ଉଜ୍ଜ୍ବଳ !

author img

By

Published : Jul 8, 2021, 7:46 PM IST

Updated : Jul 8, 2021, 8:32 PM IST

ଭୁବନେଶ୍ବର: ଦେଶର ତେଲରେ ଲାଗିଛି ନିଆଁ । ହୁହୁ ହୋଇ ବଢୁଛି ପେଟ୍ରୋଲ ଡିଜେଲ ଦର । ବିରୋଧୀଙ୍କ ଘନଘନ ଟାର୍ଗେଟରେ ସରକାର । ଆଉ ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିୟମ ବିଭାଗ ପଦ ଛଡାଇ ନେଇ ଦିଆଯାଇଛି ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ବିସ୍ତାରରେ ହୋଇଛି ମେଗା ପରିବର୍ତ୍ତନ । ମୋଟ 43 ମନ୍ତ୍ରୀ ନେଇଛନ୍ତି ଶପଥ । ବିଭାଗ ମଧ୍ୟ ହୋଇସାରିଛି ଭାଗବଣ୍ଟା । କିଛି ଜଣଙ୍କର ଭାଗ୍ୟ ପେଡି ଖୋଲିଛି ତ କିଏ ପାଇଛି ପ୍ରମୋସନ ଏବଂ ଆଉ କାହାର ବଦଳିଛି ବିଭାଗ ।

ମୋଦି 2.0 କ୍ୟାବିନେଟ ବିସ୍ତାରର ଜରିଆରେ ସରପ୍ରାଇଜ୍ କାର୍ଡ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହାପରେ ବଦଳିଛି ମୋଦିଙ୍କ ସବୁଠୁ ନିକଟତର ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ । ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ସମ୍ଭାଳିଆସୁଥିବା ଧର୍ମେନ୍ଦ୍ର ପ୍ରଧାନ ହୋଇଛନ୍ତି ଦେଶର ନୂଆ ଶିକ୍ଷାମନ୍ତ୍ରୀ ।

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରମେଶ ଫୋଖରିଆଲ ନିଶଙ୍କଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ସମ୍ଭାଳିଛନ୍ତି ଧର୍ମେନ୍ଦ୍ର । ମୋଦି କ୍ୟାବିନେଟର ବିସ୍ତାର ପୂର୍ବରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଶିକ୍ଷାମନ୍ତ୍ରୀ ପଦର ଇସ୍ତଫା ଦେଇଥିଲେ ନିଶଙ୍କ । ପ୍ରଧାନଙ୍କ ପାଖରେ ଶିକ୍ଷା ସହ ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗର ଦାୟିତ୍ବ ମଧ୍ୟ ରହିବ । ସ୍ବାଧୀନ ଭାରତର ଇତିହାସରେ ସବୁଠୁ ଦୀର୍ଘକାଳୀନ ପେଟ୍ରୋଲିୟମ ମନ୍ତ୍ରଣାଳୟର ମନ୍ତ୍ରୀ ରହିଥିଲେ ଧର୍ମେନ୍ଦ୍ର । ତାଙ୍କୁ ଉଜ୍ବଳା ଯୋଜନାରର ସଫଳତାର ସୂତ୍ରଧର ବୋଲି ମଧ୍ୟ ବିବେଚନା କରାଯାଏ ।

ଦୀର୍ଘ 7 ବର୍ଷ ଧରି ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ଭାଳି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କର କଣ ପାଇଁ କରାଗଲା ବିଭାଗ ବଦଳି ? କାହିଁକି ତାଙ୍କ କାନ୍ଧରେ ଲଦିଦିଆଗଲା ଶିକ୍ଷାର ଭାର ? ଧର୍ମେନ୍ଦ୍ରଙ୍କ ବିଭାଗ ବଦଳିବା ପରେ ଉଠିଛି ଏଭଳି ତମାମ ପ୍ରଶ୍ନ ।

ଦେଶରେ କ୍ରମାଗତ ତୈଳଦର ବୃଦ୍ଧି ମଧ୍ୟରେ ଖାଉଟିଙ୍କ ଅସନ୍ତୋଷର ସାମ୍ନା କରିଆସୁଥିବା ସରକାରଙ୍କୁ ସିଧାସଳଖ ବିରୋଧୀଙ୍କ ଟାର୍ଗେଟକୁ ନେଇଆସାଛି । ତେଲ ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଫଳ ହୋଇଥିବା ବିରୋଧୀ କରୁଛନ୍ତି ଅଭିଯୋଗ । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ତୈଳଦର ବୃଦ୍ଧିକୁ ନେଇ ସବୁଠୁ ବିବାଦରେ ରହିଛି ପେଟ୍ରୋଲିୟମ ବିଭାଗ । ତେବେ ତେଲ ତାତିରୁ ବାହାର କରି ଶିକ୍ଷା ବିଭାଗର ଦାୟିତ୍ବ ଦେଇ ଧର୍ମେନ୍ଦ୍ରଙ୍କୁ ସେଫ ଜୋନକୁ ଆଣିବାକୁ ପ୍ରୟାସ କରିଛନ୍ତି ସରକାର ।

ଅନ୍ୟପକ୍ଷେ ଯଦି କ୍ୟାବିନେଟ ଅଦଳବଦଳ ପଛରେ ସଂଘ ପରିବାର ହାତ ଥିବା ଚର୍ଚ୍ଚାକୁ ଆଧାର କରାଯାଏ, ତାହେଲେ କେଉଁଠି ନାଁ କେଉଁଠି ଧର୍ମେନ୍ଦ୍ରଙ୍କୁ ନେଇ ରାଜ୍ୟ ସଂଗଠନରେ ଏକ ପ୍ରକାର ଅସନ୍ତୋଷ ସ୍ଥିତି ରହିଥିବା ଚର୍ଚ୍ଚା ହୋଇଆସୁଛି । ଏନେଇ କୌଣସି ଠୋସ ପ୍ରମାଣ ନଥିଲେ ବି ଧର୍ମେନ୍ଦ୍ରଙ୍କ ବିଭାଗ ବଦଳି ପଛର ଏହା ଏକ କାରଣ ବୋଲି ଅନୁମାନକୁ ଏଡାଇ ଦିଆଯାଇନପାରେ ।

ଆଉ ଏସବୁ ପ୍ରଶ୍ନର ଉତ୍ତର ଯଦି ସକାରାତ୍ମକ ଦୃଷ୍ଟିକୋଣରୁ ଖୋଜାଯାଏ, ତେବେ ବୁଝିବାକୁପଡିବ ଯେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ହାତରେ ଶିକ୍ଷା ଭଳି ବଡ ବିଭାଗ ଦେବା ବୋଝ ନୁହେଁ ବରଂ ଏକ ଗୁରୁ ଦାୟିତ୍ବ ।

ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଦେଶରେ ଲାଗୁ ହୋଇସାରିଛି ନୂତନ ଶିକ୍ଷା ନୀତି । ଶିକ୍ଷାରେ ଉନ୍ନତି ଆଶା ସହିତ ଏହାର ବିକାଶ ସରକାରଙ୍କ ଲକ୍ଷ୍ୟ ରହିଛି । ମାହାମାରୀର ମାଡରେ ଦୋହଲୁଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣି ବ୍ୟବସ୍ଥିତ ଢଙ୍ଗରେ ସଜାଡି ଆଗେଇ ନେବାକୁ କେନ୍ଦ୍ର ସରକାର ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ବାସ ପ୍ରକଟ କରିଛନ୍ତି ।

ମହାମାରୀ କୋରୋନା ଯୋଗୁଁ ଦେଶର ଶିକ୍ଷା ବିଭାଗ ଉପରେ ପଡିଛି ଅଧିକ ପ୍ରଭାବ । ପାଖାପାଖି ଦେଢ ବର୍ଷରୁ ଅନଲାଇନ ମୋଡରେ ରହିଛି ଶିକ୍ଷା ବ୍ୟବସ୍ଥା । ବାତିଲ ହୋଇସାରିଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ଅନ୍ୟ ପରୀକ୍ଷା ମଧ୍ୟ ହୋଇଛି ସ୍ଥଗିତ । ଏଭଳିସ୍ଥିତିରେ ଶିକ୍ଷା ବିଭାଗର ମନ୍ତ୍ରୀ ପଦରେ ଦାୟିତ୍ବ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ଛିଡା ହୋଇଛି ଅନେକ ଚ୍ୟାଲେଞ୍ଜ ।

ଧର୍ମେନ୍ଦ୍ରଙ୍କ ଆଗରେ ଚ୍ୟାଲେଞ୍ଜ

ନୂଆ ଫର୍ମୁଲାରେ CBSE ରେଜଲ୍ଟ ଘୋଷଣା

ପରୀକ୍ଷା ବାତିଲ ପରେ ନୂଆ ଫର୍ମୁଲାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ରେଜଲ୍ଟ ନିର୍ଦ୍ଧାରିତ ସମୟରେ ଘୋଷଣା କରିବାକୁ ପଡିବ । ରେଜଲ୍ଟ ଘୋଷଣାରେ ବିଳମ୍ବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଆଡମିଶନ ପାଇଁ ଅଡୁଆରେ ପକାଇପାରେ । ସେପଟେ 2021-22 ଶିକ୍ଷା ବର୍ଷର ପାଠ୍ୟ ଖସଡାରେ ଅଣାଯାଇଛି ବଡ ପରିବର୍ତ୍ତନ । 50-50 ପ୍ରତିଶତକୁ ନେଇ ଦୁଇଟି ଭାଗରେ ବିଭକ୍ତ ହୋଇଛି ଶିକ୍ଷା ବର୍ଷ । ବର୍ଷକୁ ହେବ 2ଟି ପରୀକ୍ଷା । ତେବେ କୋରୋନା ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ପରୀକ୍ଷାର ସଠିକ ଭାବରେ ପରିଚାଳନା ଏକ ପ୍ରକାର ବଡ ଚ୍ୟାଲେଞ୍ଜ କୁହାଯାଇପାରେ ।

ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠରୁ ଅଫଲାଇନ ସ୍କୁଲକୁ ଆଣିବାର ଚ୍ୟାଲେଞ୍ଜ

ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନରୁ ଅନଲାଇନ ମାଧ୍ୟରେ ଚାଲିଛି ପାଠପଢା । ଅନେକଙ୍କ ପାଖରେ ମୋବାଇଲ ଓ ଇଣ୍ଟରନେଟର ସୁବିଧା ଉପଲବ୍ଧ ନଥିବାରୁ ପାଠପଢାରେ ବାଧା ଉପୁଜୁଛି । ତେବେ କୋରୋନା ମଧ୍ୟରେ ହିଁ କିଭଳି ସ୍କୁଲ କଲେଜ ପୁଣି ଖୋଲାଯାଇପାରିବ ଏହା ଉପରେ ମଧ୍ୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାମ କରିବାକୁ ପଡିବ ।

JEE ଆଡଭାନ୍ସ ପରୀକ୍ଷା ପରିଚାଳନା

ଜେଇଇ ମେନ 2021 ପରେ ଜେଇଇ ଆଡଭାନ୍ସ ଆୟୋଜନ କରିବା ମଧ୍ୟ ଧର୍ମେନ୍ଦ୍ର ଆଗରେ ଏକ ଚ୍ୟାଲେଞ୍ଜ । ଜେଇଇ ମେନର 4 ପର୍ଯ୍ୟାୟ ପରୀକ୍ଷା ରେଜଲ୍ଟ ଘୋଷଣା ପରେ କୋଭିଡ ସଂକ୍ରମଣ ମଧ୍ୟରେ ଆଡଭାନ୍ସ ପରୀକ୍ଷା ଆୟୋଜନ କରିବା ଶିକ୍ଷାମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।

ପୂର୍ବରୁ ପେଟ୍ରୋଲିୟମ ବିଭାଗର ଥିବା ଧର୍ମେନ୍ଦ୍ର କୋରୋନା ସଙ୍କଟ କାଳରେ ଅନେକ ଚ୍ୟାଲେଞ୍ଜ ନିଜ ହାତକୁ ନେଇ ଜଣେ ଦକ୍ଷ ମନ୍ତ୍ରୀ ଭାବରେ ନିଜ ଦାୟିତ୍ବକୁ ସମ୍ପାଦନ କରିଛନ୍ତି ।

2014ରେ ଯେବେ ଦେଶରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେଲା, ସେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଥିଲା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ । ଏହାପରେ ମୋଦି ସରକାରଙ୍କ ଦ୍ବିତୀୟ ପାଳି, ଅର୍ଥାତ 2017ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେହି ବିଭାଗର କ୍ୟାବିନେଟ ମନ୍ତ୍ରୀ ନିଯୁକ୍ତ କରାଯାଇଥିଲା । ସ୍ବାଧୀନ ଭାରତର ଇତିହାସରେ ସେ ସବୁଠୁ ଦୀର୍ଘକାଳୀନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରହିଛନ୍ତି । 2017ରୁ 2019 ମଧ୍ୟରେ ସେ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ମଧ୍ୟ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଜ୍ବଳା ଯୋଜନାକୁ ସଫଳ କରିବା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ‘ଉଜ୍ବଳାମ୍ୟାନ’ ନାଁରେ ମଧ୍ୟ ଜଣାଯାଏ । ଏହି ଯୋଜନା ଆଧାରରେ ଦାରିଦ୍ର ସୀମାରେଖା ଦଳେ ଆସୁଥିବା ଲକ୍ଷଲକ୍ଷ ପରିବାରକୁ ଏଲପିଜି ଗ୍ୟାସ କନେକ୍ସନ ଦିଆଯାଇଛି ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ଆରମ୍ଭ ହେବାପରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ବଳା ଗ୍ୟାସ ଯୋଜନା ମହାମାରୀ ସଙ୍କଟ ସମୟରେ ମହିଳାଙ୍କ ପାଇଁ ପାଲଟିଥିଲା ବରଦାନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ସମୟରେ ରିଲିଫ ପ୍ୟାକେଜ ସହିତ ଗରିବ ମହିଳାଙ୍କୁ 3 ମାସ ପର୍ଯ୍ୟନ୍ତ ମାଗଣା ଉଜ୍ବଳା ଗ୍ୟାସ ସିଲିଣ୍ଡର ଘୋଷଣା ପରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ ଧର୍ମେନ୍ଦ୍ର । 3 ମାସରେ 8.3 କୋଟି ଗରିବ ମହିଳାଙ୍କୁ ବିନି ବାଧାରେ ମାଗଣା ଗ୍ୟାସ ସିଲିଣ୍ଡର ପହଞ୍ଚାଇବାର ଲକ୍ଷ ଥିଲା ଧର୍ମେନ୍ଦ୍ରଙ୍କ ଆଗରେ ବଡ ଚ୍ୟାଲେଞ୍ଜ । ଆଉ ଏହାର ଦାୟିତ୍ବକୁ ବିନା ସଙ୍କୋଚରେ ନିଜ ହାତରେ ନେଇଥିଲେ ପ୍ରଧାନ ।

କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କାମ କରୁଥିବା ବଡ ତେଲ କମ୍ପାନୀଗୁଡିକ ସହ କରିଥିଲେ ଆଲୋଚନା । ବିଭିନ୍ନ ରାଜ୍ୟର ପ୍ରଭାରୀ ଅଧିକାରୀଙ୍କ ପେଟ୍ରୋଲ, ଡିଜେଲ ଓ ଏଲପିଜିର ରିଲିଜ ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ ।

ପ୍ରଧାନ ପ୍ରତ୍ୟେକ ଦିନ ସିଲିଣ୍ଡର ଯୋଗାଣର କରୁଥିଲେ ତଦାରଖ । ଉଜ୍ବଳା ସେଲ୍‌ ତମାମ କମ୍ପାନୀଗୁଡିକୁ ଜିଲ୍ଲା ନୋଡାଲ ଅଫିସରଙ୍କୁ କରିଥିଲା ସକ୍ରିୟ । ଏହାସହ ଗ୍ରାମୀଣ ଏଜେନ୍ସି, ବ୍ଲକସ୍ତରରେ କର୍ମଚାରୀଙ୍କୁ ମଧ୍ୟ ଆଲର୍ଟରେ ରଖାଯାଇଥିଲା ।

କୋରୋନା ସଙ୍କଟ ସମୟରେ 8 କୋଟିରୁ ଉର୍ଦ୍ଧ୍ବ ଉଜ୍ବଳା ଗ୍ୟାସ କନେକ୍ସନ ବିତରଣ କରାଯାଇଥିଲା । ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ମଧ୍ୟ କରିସାରିଛନ୍ତି ଏହାର ସଫଳତାର ପ୍ରଶଂସା । ଏହି ଯୋଜନାର ସାମାଜିକ ଓ ଆର୍ଥିକ ପରିସର ଅନୁମାନ ଏହି କଥାରୁ ହିଁ ଲଗାଯାଇପାରେ । ଏହି କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ବଳାକୁ ଏକ ସମ୍ବେଦନଶୀଳ ସରକାର ପକ୍ଷରୁ ମାନବହୀତରେ ନିଆଯାଇଥିବା ନିଷ୍ପତ୍ତିର ସଫଳରୂପାୟନର ସୂତ୍ରଧର କୁହାଯାଇପାରେ ।

ସେହିପରି ନୂଆ ଚ୍ୟାଲେଞ୍ଜକୁ ଆପଣାଇ ଶିକ୍ଷା ବିଭାଗରେ ଥିବା ସଙ୍କଟକୁ ମଧ୍ୟ ସୁଯୋଗରେ ପରିଣତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ପ୍ରୟାସ କରିବେ ବୋଲି ମତ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2021, 8:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.