ETV Bharat / city

NBW ଅଛି ହେଲେ ପୋଲିସ ଧରୁନି, ନ୍ୟାୟ ପାଇଁ ପୋଲିସକୁ ମହିଳାଙ୍କ ନେହୁରା - ନ୍ୟାୟ ପାଇଁ ପୋଲିସକୁ ମହିଳାଙ୍କ ନେହୁରା

NBW(non-bailable warrant) ଥିବା ଆସାମୀକୁ ବାନ୍ଧିବାକୁ ପୋଲିସ ପଛଘୁଞ୍ଚା ଦେବାରୁ ନ୍ୟାୟ ଅପେକ୍ଷାରେ ଆସାମୀଙ୍କ ସ୍ତ୍ରୀ । ଅଧିକ ପଢନ୍ତୁ

NBW ଅଛି ହେଲେ ପୋଲିସ ଧରୁନି, ନ୍ୟାୟ ପାଇଁ ପୋଲିସକୁ ମହିଳାଙ୍କ ନେହୁରା

author img

By

Published : Jun 15, 2022, 9:18 PM IST

ଭୁବନେଶ୍ବର: କୋର୍ଟରୁ ଧରିବା ପାଇଁ ନିର୍ଦ୍ଦେଶ ରହିଛି ଅଥଚ ଧରୁନାହାନ୍ତି ଥାନାବାବୁ । NBW(non-bailable warrant) ଥିବା ଆସାମୀକୁ ବାନ୍ଧିବାକୁ ପୋଲିସ ପଛଘୁଞ୍ଚା ଦେବାରୁ ନ୍ୟାୟ ଅପେକ୍ଷାରେ ମହିଳା । କାରଣ କୋର୍ଟରେ ହାଜର ହେଉନାହାନ୍ତି ଡୁମୁଡୁମାର ମିରଜ ହୁସେନ । ଯାହାଙ୍କ ନାଁରେ ରହିଛି ପତ୍ନୀଙ୍କୁ ଘରୋଇ ହିଂସା ଓ ନିର୍ଯାତନା ଦେବା ଭଳି ସଙ୍ଗୀନ ଅଭିଯୋଗ । ଏନେଇ କୋର୍ଟରେ ବିଚାରାଧିନ ଥିବା ବେଳେ କୋର୍ଟକୁ ଯାଉନଥିବାରୁ ତାଙ୍କ ନାଁରେ ଇସ୍ୟୁ ହୋଇଛି ଏନବିଡବ୍ଲୁ । ଏନେଇ ଖଣ୍ଡଗିରି ଥାନାକୁ ନିର୍ଦ୍ଦେଶ ରହିଛି ଏନବିଡବ୍ଲୁ ଥିବା ବ୍ୟକ୍ତିଙ୍କୁ କୋର୍ଟରେ ନେଇ ହାଜର କରାଇବା । ହେଲେ ରାଜନୈତିକ ଚାପ ଯୋଗୁଁ ସ୍ଥାନୀୟ ପୋଲିସ ଚୁପ ।

NBW ଅଛି ହେଲେ ପୋଲିସ ଧରୁନି, ନ୍ୟାୟ ପାଇଁ ପୋଲିସକୁ ମହିଳାଙ୍କ ନେହୁରା

ବାରମ୍ବାର ଏନବିଡବ୍ଲୁ ବାହାରୁଥିଲେ ମଧ୍ୟ ଖଣ୍ଡଗିରି ପୋଲିସ ମିରଜ ହୁସେନଙ୍କୁ ଧରିପାରୁନି ପୋଲିସ । ଖୁଲମଖୁଲା ବୁଲୁଥିଲେ ମଧ୍ୟ ଧରିବାରେ ବିଫଳ ପୋଲିସ । ଏନେଇ ଖଣ୍ଡଗିରି ପୋଲିସ ବିରୋଧରେ ଡିସିପି ଅଫିସରେ ନିଜର ଅଭିଯୋଗ ଜଣାଇଛନ୍ତି ଡୁମୁଡୁମାର ନଗମା ବେଗମ । ଏପରିକି ପୂର୍ବରୁ ଜଣାଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କଠୁ ଚାପ ଥିବା ସତ୍ତ୍ବେ ଲୋକାଲ ପଲଟିକାଲ ପ୍ରେସରରେ ପୋଲିସ ତାକୁ ଗିରଫ କରୁନଥିବା ଅଭିଯୋଗ ଆଣିଛନ୍ତି ମିରଜ ହୁସେନଙ୍କ ପତ୍ନୀ ନଗମା । ସେ କହିଛନ୍ତି, ତାଙ୍କ ଜା’ ବର୍ତ୍ତମାନର କର୍ପୋରେଟର, ତାଙ୍କ ଦେଢଶୁର ଏକ୍ସ କର୍ପୋରେଟର, ପୋଲିସ ସହ ତାଙ୍କର ଭଲ ସମ୍ପର୍କ । ଏନେଇ ଘର ସାମ୍ନାରୁ ଫେରୁଛି ପୋଲିସ ଅଥଚ ମିରଜ‌ ହୁସେନଙ୍କୁ ଧରିବାରେ ବିଫଳ ।

ଏନେଇ ପୋଲିସ ଜାଣିଶୁଣି ଗୋଟେ ଏନବିଡବ୍ଲୁ ଆସାମୀକୁ ଧରିବାକୁ ପଛଘୁଞ୍ଚା ଦେଉଛି ‌। ଏନେଇ ଦୀର୍ଘ ୫ ବର୍ଷ ଧରି ନିଜ ଝିଅ ଓ ମା’କୁ ଧରି ନ୍ୟାୟ ପାଇଁ କୋର୍ଟର ‌ଦ୍ବାରସ୍ଥ ହୋଇଥିଲେ । କୋର୍ଟରେ ସ୍ବାମୀ ମେଣ୍ଟେନାନ୍ସ ବାବଦ ଖର୍ଚ୍ଚ ଦେବା କହିଥିଲେ । ହେଲେ, କୋର୍ଟରେ ନା ସେ ହାଜର‌ ହେଉଛନ୍ତି ନା ପତ୍ନୀଙ୍କୁ ମେଣ୍ଟନାନ୍ସ ଦେଉଛନ୍ତି । ହାଜର ନହେବାରୁ ତାଙ୍କୁ ଧରିବାକୁ କୋର୍ଟ ଏନବିଡବ୍ଲୁ ଇସ୍ୟୁ ରଖିଲେ, ‌ହେଲେ ପୋଲିସ ତାଙ୍କୁ ସୁରକ୍ଷା ଦେଉଛି ।

ତେବେ ଦୀର୍ଘ ୫ ବର୍ଷ ଧରି ସ୍ବାମୀଠୁ ନିର୍ଯାତନା ସହିନପାରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଘରୋଇ ନିର୍ଯାତନାର‌ ଅଭିଯୋଗ ଆଣିଥିବାବେଳେ ସ୍ବାମୀ ଏବେ ଦ୍ବିତୀୟ ବିବାହ କରି ଖୁସିରେ‌ ରହୁଛନ୍ତି କିନ୍ତୁ, ସେ ନ୍ୟାୟ ପାଇଁ ଏଠୁ ସେଠୁ ହଇରାଣ ସହ ନିଜର‌ ଦୈନନ୍ଦିନ‌ ଜୀବନ ଜୀଇଁବା ତାଙ୍କ ପାଇଁ କଷ୍ଟକର ହୋଇପଡିଥିବା ଅଭିଯୋଗ ବାଢିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.