ETV Bharat / city

ରାଜଧାନୀରେ ସ୍ତ୍ରୀକୁ ସ୍ବାମୀର ଛୁରାମାଡ, ପଡୋଶୀ ଦେଲେ ପୋଲିସକୁ ଖବର

author img

By

Published : Jan 17, 2022, 1:01 PM IST

Updated : Jan 17, 2022, 2:29 PM IST

ରକ୍ତାକ୍ତ ହେବାକୁ ଲାଗିଲାଣି ସମ୍ପର୍କ । କେଉଁଠି ଭାଇ ଭାଇରେ ମାରପିଟ କେଉଁଠି ବାପ ପୁଅରେ ତ ପୁଣି ସ୍ବାମୀ ସ୍ତ୍ରୀ ମଧ୍ୟରେ ଘଟୁଛି ତୁମୁଳକାଣ୍ଡ । ଲକ୍ଷ୍ମୀସାଗର ବୁଦ୍ଧେଶ୍ବରି କଲୋନିରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

ସ୍ତ୍ରୀକୁ ସ୍ବାମୀର ଛୁରାମାଡ
ସ୍ତ୍ରୀକୁ ସ୍ବାମୀର ଛୁରାମାଡ

ଭୁବନେଶ୍ବର: ସମ୍ପର୍କରେ ରକ୍ତଛିଟା । ରକ୍ତାକ୍ତ ହେବାକୁ ଲାଗିଲାଣି ସମ୍ପର୍କ । କେଉଁଠି ଭାଇ ଭାଇରେ ମାରପିଟ କେଉଁଠି ବାପ ପୁଅରେ ତ ପୁଣି କେଉଁଠି ସ୍ବାମୀ ସ୍ତ୍ରୀ ମଧ୍ୟରେ ଘଟୁଛି ତୁମୁଳକାଣ୍ଡ । ଲକ୍ଷ୍ମୀସାଗର ବୁଦ୍ଧେଶ୍ବରି କଲୋନିରେ ଘଟିଛି ଅଘଟଣ । ସ୍ତ୍ରୀକୁ ରାତି ଅଧରେ ଛୁରାମାଡ କରିଛି ସ୍ବାମୀ ।

ରାଜଧାନୀରେ ସ୍ତ୍ରୀକୁ ସ୍ବାମୀର ଛୁରାମାଡ

ବୁଧେଶ୍ବରୀ କଲୋନୀ ପ୍ଲଟ ନମ୍ବର ୨ରେ ରହୁଥିବା ଦୁର୍ଗାଶଙ୍କର‌ ମହାପାତ୍ର ଭିଆଇଛନ୍ତି ଏଭଳି କାଣ୍ଡ । ପାରିବାରିକ କଳହକୁ ନେଇ ପତ୍ନୀ କଳ୍ପନା ମହାପାତ୍ରଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି ଆକ୍ରମଣ । ଫଳରେ ଗୁରୁତର ଭାବେ ଛଟପଟ ହୋଇ ଚିତ୍କାର କରୁଥିବା ବେଳେ‌ ପଡୋଶୀ ସହାୟତା କରିଛନ୍ତି । ଘଟଣା ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ ପଡୋଶୀ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କଳ୍ପନାଙ୍କୁ ଉଦ୍ଧାର କରି କ୍ଯାପିଟାଲ ହସ୍ପଟାଲରେ ଭର୍ତ୍ତି କରିଛି । ଘଟଣାରେ ସ୍ବାମୀ ଦୁର୍ଗାଶଙ୍କର ମହାପାତ୍ରକୁ ଥାନାରେ ଅଟକ ରଖିଛି ପୋଲିସ । ତେବେ କଣ ଏମିତି ଘଟଣା ଘଟିଲା ଯେ ସ୍ତ୍ରୀକୁ ଆକ୍ରମଣ କରିବାକୁ ପଛାଇଲାନି ସ୍ବାମୀ । ଘଟଣାର ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 17, 2022, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.