ETV Bharat / city

ନୂଆ ମୋଟର ଯାନ ଆଇନ ପାଇଁ ତରବର ରାଜ୍ୟ ସରକାର ! - ଟ୍ରାଫିକ ନିୟମ

ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଯାନ ବାହନ ଆଇନ। ଯାହା ଆଧାରରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ଗାଡି ଚାଳକଙ୍କୁ ଦେବାକୁ ହେଉଛି ମୋଟା ଅଙ୍କର ରାଶି । ତେବେ ରାଜ୍ୟ ସରକାରଙ୍କର ଏହି ତରବରିଆ ନିଷ୍ପତ୍ତିକୁ ଏବେ ବିରୋଧ କରିଛନ୍ତି ରାଜ୍ୟବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 8, 2019, 9:25 PM IST

Updated : Sep 8, 2019, 11:19 PM IST

ଭୁବନେଶ୍ବର: ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଯାନ ବାହନ ଆଇନ। ଯାହା ଆଧାରରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ଗାଡି ଚାଳକଙ୍କୁ ଦେବାକୁ ହେଉଛି ମୋଟା ଅଙ୍କର ରାଶି । ତେବେ ରାଜ୍ୟ ସରକାରଙ୍କ ଏହି ତରବରିଆ ନିଷ୍ପତ୍ତିକୁ ଏବେ ବିରୋଧ କରିଛନ୍ତି ରାଜ୍ୟବାସୀ । ଦେଶର 6 ଟି ରାଜ୍ୟ ଏହି ନୂଆ ନିୟମକୁ ଅଗ୍ରାହ୍ୟ କରିଥିବା ବେଳେ ବିନା କୌଣସି ବିଚାର ବିମର୍ଶରେ ରାଜ୍ୟ ସରକାର କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାଧାରଣ ଲୋକଙ୍କ ଅଭିଯୋଗ ମୁତାବକ ସରକାର ରାଜ୍ୟରେ ପଲ୍ୟୁସନ ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କରିନାହାନ୍ତି କି ଲୋକଙ୍କୁ ସଚେତନ ମଧ୍ୟ କରାଇ ନାହାନ୍ତି । ତେଣେ ଏହି ନୂଆ ଆଇନ ଲାଗୁ କରି ମୋଟା ଅଙ୍କର ଫାଇନ ଆଦାୟ ସହ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ଶନିବାର ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଶନିବାର ପୋଲିସ ଓ ଜନତାଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଥମିଛି ସତ ହେଲେ ପ୍ରଭାବରେ ରବିବାର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତେଣେ ନୂଆ ଆଇନକୁ ନେଇ ଧିରେ ଧିରେ ଜନଅସନ୍ତୋଷ ବଢିବାରେ ଲାଗୁଥିବା ଦେଖିବାକୁ ମିଳୁଛି । ଯାହାକୁ ଆଖିରେ ରଖି ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସରକାର। କିନ୍ତୁ ସରକାରୀ ଦଳର ଯୁକ୍ତି କି ସାରା ଦେଶ ପାଇଁ ଏହି ଆଇନ ଲାଗୁ ହୋଇଛି । ଏହାକୁ କିଏ ଲାଗୁ କଲା କି ନ କଲା ତାହା ଫରକ ପଡେ ନାହିଁ ।

ତେଣେ ଘଟଣାରେ ସମସ୍ତ ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଜଣାଇଦିଆଯିବ ବୋଲି ପ୍ରତିକ୍ରିୟା ରଖଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ନୂଆ ମୋଟର ଯାନ ନିୟମକୁ ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ଛତିଶଗଡ ତର୍ଜମା ପରେ ଲାଗୁ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ରାଜ୍ୟ ସରକାର ଏନେଇ ବିନା କୌଣସି ବିଚାର ବିମର୍ଶରେ ଚଳିତ ମାସ ପ୍ରଥମ ସପ୍ତାହରୁ ଲାଗୁ କରିଛନ୍ତି ନୂଆ ନିୟମ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ଭିତ୍ତଭୂମି ନାହିଁ କି ସଚେତନତା । ନୁଜ ପତିଆରା ଦେଖାଇବାକୁ ଯାଇ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ହଁରେ ହଁ ମାରିଲେ। ଅନ୍ୟ ରାଜ୍ୟ ଭଳି ସମୟ ନେଲେ ନାହିଁ କି ଲୋକଙ୍କ ସ୍ୱାର୍ଥ ଦେଖିଲେ ନାହିଁ। ୬ଟି ରାଜ୍ୟସରକାର ଏହି ନୂଆ ଆଇନକୁ ଲାଗୁ କରିନାହାନ୍ତି । ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାମ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ଛତିଶଗଡ ସରାକର ଫାଇନ ପରିମାଣ ଅଧିକା ହୋଇଥିବାରୁ ତର୍ଜମା କରିବା ପରେ ଏହି ଲାଗୁ କରିବେ ବୋଲି କହିଛନ୍ତି। । କିନ୍ତୁ ରାଜ୍ୟ ସରାକର କାହିଁକି ତରତର ହୋଇ ଏହି ଲାଗୁ କଲେ । ଫଲ୍ୟୁସନ ସାଟିଫିକେଟ, ଡ୍ରଇଭିଂ ଲାଇସେନସ ଦେବାକୁ ଭିତ୍ତିଭୂମି କରିନାହାନ୍ତି କି ଲୋକଙ୍କୁ ସଚେତନତା କରିନାହାନ୍ତି। ଏହି ଆଇନ୍ ଲାଗୁ କରି ମୋଟା ଅଙ୍କର ଫାଇନ ଆଦାୟ କରି ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଫାଇନ୍ ଆଦାୟକୁ ନେଇ ଗତ କାଲି ପୋଲିସ ଓ ପବ୍ଲିକ ଭିତରେ ଖଣ୍ତଯୁଦ୍ଧ ହୋଇଥିବାବେଳେ ଆଜି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଧିରେ ଧିରେ ଜନଅସନ୍ତୋଷ ବଢ଼ିବବରେ ଲାଗିଛି। ଯାହାକୁ ଆଖରେ ରଖି ଆଇନକୁ ଟିକେ କୋହଳ କରିଛନ୍ତି ସରକାର। କିନ୍ତୁ ସରକାରୀ ଦଳର ଯୁକ୍ତି ସାରାଦେଶ ପାଇଁ ପାଇଁ ଏହି ଆଇନ୍ ଲାଗୁ ହୋଇଛି। କିଏ ଲାଗୁ କଲା ନକଲା ସେଥିରେ କିଛି ନାହିଁ। କିନ୍ତୁ ଏହି ଆଇନ୍ ଲାଗୁ କରିବା ଦ୍ବାରା ଯାହା ସମସ୍ୟା ଉପୁଯୁଛି ତାହା କେମିତି ସମାଧାନ ସେଥିପାଇଁ ସରକାର ଉଦ୍ୟମ କରୁଛନ୍ତି । ଯାହା ସବୁ ସମସ୍ୟ ଉପୁଯୁଛି ଏ ସବୁ ଲିଖିତ ଭାବେ କେନ୍ଦ୍ର ସରକାରଙ୍କୁ ଜଣାଇଦିଆଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।
Body:ବାଇଟ- ପ୍ରତାପ ଦେବ, ବିଜେଡି ମୁଖପାତ୍ର
ବାଇଟ- ସୁର ରାଉତରାୟ, କଂଗ୍ରେସ ବିଧାୟକ
ବଇଟ- ପୃଥ୍ବୀରାଜ ହରିଚନ୍ଦନ, ସାଧରଣ ସମ୍ପାଦକ ବିଜେପି
Conclusion:
Last Updated : Sep 8, 2019, 11:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.