ETV Bharat / city

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ କାହିଁକି ?

author img

By

Published : Aug 11, 2021, 6:03 PM IST

Updated : Aug 11, 2021, 6:46 PM IST

ଆନ୍ଧ୍ର ଓ ଓଡିଶା ମଧ୍ୟରେ ଲାଗି ରହିଛି ସୀମା ବିବାଦ । ମାଲଲା ସୁପ୍ରିମକୋର୍ଟରେ ରହିଛି କିନ୍ତୁ ଗ୍ରାଉଣ୍ଡରେ ଉଭୟ ରାଜ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । କୋଟିଆ ଅଞ୍ଚଳରେ ରାଜନୈତିକ ନେତାଙ୍କ ପ୍ରବେଶ ପରେ ବଢିଛି କୋଟିଆ ବିବାଦ । ଏଭଳି ସ୍ଥିତିରେ ରାଜ୍ୟ ସରକାର ଚୁପ ରହିବାକୁ ନେଇ ବିରୋଧୀ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ....

Congress reaction on Inter state dispute Kotia issue
କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ କାହିଁକି ?

ଭୁବନେଶ୍ବର: ଓଡିଶାରେ ସୀମା ବିବାଦ ଲାଗି ରହିଛି। ପଡୋଶୀ ଓଡିଶା ସୀମା ମଧ୍ୟକୁ ପ୍ରବେଶ କରି ନିଜର ହକ ସାବ୍ୟସ୍ତ କରିବାକୁ ଚାହୁଁଛି। କୋରାପୁଟ ଜିଲ୍ଲାର କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି। ସ୍ଥିତି ଏମିତି ହେଲାଣି ଯେ ଆନ୍ଧ୍ର ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ କରୁଛି। ରାସ୍ତା ,ଘାଟ, ବିଜୁଳି ,ସଡକ ଭଳି ଉନ୍ନୟନ କାର୍ଯ୍ୟ ଆନ୍ଧ୍ର ସରକାର କରୁଛନ୍ତି, ଏଭଳି ଅନୁପ୍ରବେଶକୁ ସାଧାରଣରେ ବିରୋଧ କରାଯାଉଛି।

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଏକ ସର୍ବଦଳୀୟ କମିଟି କରିଛନ୍ତି ହେଲେ ଦୀର୍ଘ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଏକ ବୈଠକ କରିବା ପାଇଁ ସକ୍ଷମ ହେଲେ ନାହିଁ ରାଜ୍ୟ ସରକାର। ଏପରିକି ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ। କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଓଡିଶାକୁ ଅନାଧିକାର ପ୍ରବେଶ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପଡୋଶୀ ଆନ୍ଧ୍ର ପକ୍ଷରୁ ବାରମ୍ବାର ଫଳକ ଲଗାଯାଉଛି। ସେ ଅଞ୍ଚଳରେ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିଲାଣି। କୋରାପୁଟ ଜିଲ୍ଲାବାସୀଙ୍କ ମନ ଭିତରେ ଏକ ଅଶାନ୍ତ ପରିବେଶ ସୃଷ୍ଟି ହେଲାଣି। ତେଣୁ ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ ରାଜ୍ୟ ସରକାର।

କଂଗ୍ରେସ ନେତା ସୁର ରାଉତରାୟ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅଭିଯୋଗ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା ମଧ୍ୟ ହେଉନାହିଁ। ପଡୋଶୀ ଏଭଳି ମନମାନୀ କରିପାରିବ ନାହିଁ, ଉଚିତ ଜବାବ ଦିଆଯିବ ବୋଲି ସୁର କହିଛନ୍ତି ।

ସୂଚନାଥାଉକି ନିକଟରେ ଆନ୍ଧ୍ରପ୍ରଦେଶର ରାଜନୈତିକ ଦଳ ଜନସତ୍ତା ପାର୍ଟି ସଭାପତି ଆସି କୋଟିଆରେ ପ୍ରବେଶ କରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । କୋଟିଆ ପଞ୍ଚାୟତର ପ୍ରାୟ ୨୧ ଟି ଗ୍ରାମରେ ତେଲୁଗୁ ଭାଷାରେ ନାମଫଳକ ଲଗାଇବା ପାଇଁ କହିଛନ୍ତି । ଏହାକୁ ନେଇ କୋରାପୁଟ ରାଜନୈତିକ ମୋହଲରେ ବେଶ ସରଗରମ ହୋଇଛନ୍ତି । ଆନ୍ଧ୍ର ନେତାଙ୍କୁ ମୁହଁତୋଡ ଜବାବ ଦେଇ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋଟିଆରେ ଆନ୍ଧ୍ର ଲୋକେ ପ୍ରବେଶ କଲେ ଆମେ ଛାଡିବୁ ନାହିଁ ବୋଲି କହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Last Updated : Aug 11, 2021, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.