ETV Bharat / city

କାହିଁକି ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ମତାମତ ରଖିଲେ ବିଧାୟକ ଜୟ ନାରାୟଣ ମିଶ୍ର - କାହିଁକି ପୋପଙ୍କି ଭେଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ବଡ ଅଭିଯୋଗ ଆଣିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି ଓଡିଶାକୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କଲେ ଆମେ ବିରୋଧ କରିବୁ । ଅଧିକ ପଢନ୍ତୁ

ବିଧାୟକ ଜୟ ନାରାୟଣ ମିଶ୍ର
ବିଧାୟକ ଜୟ ନାରାୟଣ ମିଶ୍ର
author img

By

Published : Jun 27, 2022, 9:51 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି ଓଡିଶାକୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କଲେ ଆମେ ବିରୋଧ କରିବୁ । ଏହି ପ୍ରସଙ୍ଗକୁ ଆମେ ବିଧାନସଭାରେ ଉଠାଇବୁ ।

କାହିଁକି ପୋପଙ୍କି ଭେଟିଲେ ମୁଖ୍ୟମନ୍ତ୍ରୀ : ବିଧାୟକ ଜୟ ନାରାୟଣ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତବେଳେ ପୋପଙ୍କୁ ସାକ୍ଷାତ କରିବା ନେଇ ଜୟ କହିଛନ୍ତି ନବୀନ କାହିଁକି ଧାଡିରେ ଠିଆ ହୋଇ ପୋପଙ୍କୁ ଭେଟିଲେ? କେଉଁ ପଇସାରେ ଇଟାଲୀ ଗସ୍ତ କରିଥିଲେ ନବୀନ? ଯଦି ସରକାରୀ ପଇସାରେ ଯାଇଥିଲେ କଣ କରିବାକୁ ଯାଇଥିଲେ ? କଣ ଉପଲବ୍ଧି କଲେ? ପୋପଙ୍କୁ ଭେଟିବାର କଣ ଆବଶ୍ୟକତା ଥିଲା ? ସେ ଜଣେ ନେସନାଲ ଲିଡର ନୁହନ୍ତି ଲାଇନରେ ଛିଡା ହୋଇ କାହିଁକି ଭେଟିଲେ ପୋପଙ୍କୁ? ନିଜ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ନାହାଁନ୍ତି କେବେ ।

ଓଡିଶାକୁ ଯଦି ଖ୍ରୀଷ୍ଟିଆନ ରାଜ୍ୟ କାରିବାକୁ ଚାହୁଁଛନ୍ତି ତେବେ ଆମେ ଘୋର ବିରୋଧ କରିବୁ । କୌଣସି ପ୍ରକାରରେ ଆମ ସଂସ୍କୃତି ଆମ ଧର୍ମରେ ବ୍ୟାହତ କରିବାକୁ ଚେଷ୍ଟା କଲେ ଏହାର ପ୍ରବଳ ବିରୋଧ କରିବୁ । ଓଡିଶାବାସୀ ଏବଂ ବିରୋଧୀ ଦଳର ଜଣେ ବିଧାୟକ ହିସାବରେ ଜାଣିବାକୁ ଚାହୁଁଛୁ କଣ ପାଇଁ ସେ ପୋପକୁ ଭେଟିଲେ? ଆମର ଅଧିକାର ଅଛି, ସରକାରୀ ପଇସାରେ ଇଟାଲୀ ଯାଇଥିଲେ, ଆମେ ବିଧାନସଭାରେ ଉଠାଇବୁ ବୋଲି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.