ETV Bharat / city

ଅସହ୍ୟ ଶୀତରେ ଥରିବ ସାରା ଓଡିଶା, 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

author img

By

Published : Dec 20, 2020, 9:46 PM IST

ଅସହ୍ୟ ଶୀତରେ ଥରିବ ସାରା ଓଡିଶା । ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ତେଣୁ ରାତ୍ରି ସମୟରେ ଘରେ ରହିବା, ରାତ୍ରି ସମୟରେ ଦୁଇ ଚକିଆ ଯାନ ନ ଚଳେଇବାକୁ ପରାମର୍ଶ ଦିଆଯାଇଛି ।

ଅସହ୍ୟ ଶୀତରେ ଥରିବ ସାରା ଓଡିଶା, 5 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ

ଭୁବନେଶ୍ବର: ଖସୁଛି ପାରଦ । ବଢୁଛି ଶୀତ ଲହରୀ । ଘରୁ ପାଦ କାଢିବାକୁ 10 ଥର ଭାବିବାକୁ ପଡୁଛି । ପୁଣି ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ଦୈନନ୍ଦିନ ଜୀବନ ପ୍ର୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା, ତୀବ୍ର ଶୀତ ଲହରୀ ପାଇଁ ୨୧ ଡିସେମ୍ବର ସୋମବାର ମଧ୍ୟରେ ୫ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା 3 ଦିନ ପାଇଁ ଅସହ୍ୟ ଶୀତରେ ଥରିବ ସାରା ଓଡିଶା

ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ। ଏହାର ପ୍ରଭାବରେ ଥଣ୍ଡା, ନାକରୁ ଅବିଶ୍ରାନ୍ତ ପାଣି ଦେବା ଭଳି ସ୍ଥିତି ଉପୁଜିବ। ତେଣୁ ରାତ୍ରି ସମୟରେ ଘରେ ରହିବା, ରାତ୍ରି ସମୟରେ ଦୁଇ ଚକିଆ ଯାନ ନ ଚଳେଇବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଶୀତ ଲହରୀ ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କୋରାପୁଟ, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଏବଂ ଦେବଗଡ଼ରେ ଥଣ୍ଡା ଲହରୀ ଅନୁଭୂତ ହେବ । ଏହାର ପ୍ରଭାବରେ ଥଣ୍ଡା ଜନିତ ଅସୁସ୍ଥତା ମଧ୍ୟ ଦେଖା ଦେଇପାରେ । ତେଣୁ ରାତ୍ରି ସମୟରେ ଘରେ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳବର୍ତ୍ତୀ ଜିଲ୍ଲାରେ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବ। ଗତ ୨୪ ଘଣ୍ଟାରେ ୯ ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରହିଛି । ଝାରସୁଗୁଡା ଠାରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.