ETV Bharat / city

ଅଭୟଙ୍କ ପରେ କିଏ ହେବେ ପୋଲିସ ମୁଖ୍ୟ ? କେନ୍ଦ୍ରକୁ ବରିଷ୍ଠ IPSଙ୍କ ନାଁ ପଠାଇଲା ରାଜ୍ୟ - ଓଡିଶା ପୋଲିସ

ଡିସେମ୍ବର ୩୧ରେ ଶେଷ ହେଉଛି ଡିଜିପି ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ କିଏ ହେବେ ପରବର୍ତ୍ତୀ ପୋଲିସ ମୁଖ୍ୟ ? ସେ ନେଇ ଆରମ୍ଭ ହୋଇଛି କଳ୍ପନା କଳ୍ପନା । ଅଧିକ ପଢନ୍ତୁ...

ଅଭୟଙ୍କ ପରେ କିଏ ହେବେ ପୋଲିସ ମୁଖ୍ୟ ? କେନ୍ଦ୍ରକୁ ବରିଷ୍ଠ ଆଇପିଏସଙ୍କ ନାଁ ପଠାଇଲା ରାଜ୍ୟ

author img

By

Published : Oct 31, 2021, 7:06 AM IST

Updated : Oct 31, 2021, 12:07 PM IST

ଭୁବନେଶ୍ବର: ଡିସେମ୍ବର ୩୧ରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ କିଏ ହେବେ ପରବର୍ତ୍ତୀ ପୋଲିସ ମୁଖ୍ୟ ? ସେ ନେଇ ଆରମ୍ଭ ହୋଇଛି କଳ୍ପନା କଳ୍ପନା । ନୂଆ ପୋଲିସ ମୁଖ୍ୟଙ୍କୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ରାଜ୍ୟ ସରକାର 14 ବରିଷ୍ଠ ଅଧିକାରୀଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଛନ୍ତି । ସେହି ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୁଡାନ୍ତ ଚୟନ ଲାଗି କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)କୁ ପଠାଇବ । ନଭେମ୍ବର ଶେଷ ବା ଡିସେମ୍ବର ପ୍ରାରମ୍ଭରେ ୟୁପିଏସସି ଏ ବାବଦରେ ବୈଠକ କରିବାର ସମ୍ଭାବନା ରହିଛି ।

ନୂଆ ଡିଜିପି ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ରକୁ ପଠାଯାଇଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ତାଲିକା ମଧ୍ୟରେ ୧୯୮୬ ବ୍ୟାଚ୍ ଆଇପିଏସ ଅଧିକାରୀ ପ୍ରଦୀପ କପୁର, ବି.କେ ଶର୍ମା, ୧୯୮୭ ବ୍ୟାଚ୍‌ର ସୁନୀଲ କୁମାର ବଂଶଲଙ୍କ ନାଁ ରହିଛି । ସେହିପରି ୧୯୮୮ ବ୍ୟାଚ୍‌ର ଏମ.କେ ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା, ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍‌ର ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏମ.ଏ ପ୍ରସାଦ, ବି. ରାଧିକା ଓ ଏସ.ଏମ ନରୱଣେଙ୍କ ନାଁ ରହିଛି । ଏହାସହ ୧୯୯୦ ବ୍ୟାଚର୍ ଆଇପିଏସ ଅଧିକାରୀ ୱାଇ.ବି ଖୁରାନିଆ, ସୁଧାଂଶୁ ଷଡଙ୍ଗୀ ଓ ଅରୁଣ କୁମାର ଷଡଙ୍ଗୀଙ୍କ ନାଁ ବି ତାଲିକାରେ ସାମିଲ ଅଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Oct 31, 2021, 12:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.