ETV Bharat / city

କିଏ ହେବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ? ଆଜି ବସିବ ଚୟନ କମିଟି

author img

By

Published : Sep 21, 2021, 12:00 PM IST

ଖାଲି ପଡିଥିବା ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ପଦ ପୂରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଚୟନ କମିଟି ବୈଠକ । ଅଧିକ ପଢନ୍ତୁ...

କିଏ ହେବେ ମୁଖ୍ୟ ସୂଚନା କମିଶନର, ଆଜି ବସିବ ଚୟନ କମିଟି

ଭୁବନେଶ୍ବର: ଖାଲି ପଡିଛି ରାଜ୍ୟ ସୂଚନା କମିଶନର ପଦବୀ । ପୂରଣ ପାଇଁ ଆଜି(ମଙ୍ଗଳବାର) ଅପରାହ୍ନରେ ବସିବ ଚୟନ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ ।

ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସାମିଲ ରହିବେ । ବୈଠକରେ କୌଣସି ଜଣେ ବ୍ୟକ୍ତିଙ୍କ ନାମ ମନୋନୀତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ କିଏ ରାଜ୍ୟର ପରବର୍ତ୍ତୀ ସୂଚନା କମିଶନର ହେବେ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

ସୂଚନା ଅନୁଯାୟୀ ମୁଖ୍ୟ ସୂଚନା କମିଶନର ସୁନିଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ଗ୍ରହଣ କରିଥିଲେ । ଏହା ପୂର୍ବରୁ ଜୁନ୍ ମାସରେ ଏହି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଜୁଲାଇ ୩୧ ତାରିଖ ସୁଦ୍ଧା ଆଗ୍ରହୀ ବ୍ୟକ୍ତିମାନେ ଆବେଦନ କରିଥିଲେ ମଧ୍ୟ ବୈଠକ ବସିନଥିଲା । ଆଜି ଏହି ଚୟନ କମିଟି ବସିବା ପରେ କିଏ ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ ସେନେଇ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.