ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡି ସମ୍ଭାବନା ରହିଛି । ରାଜ୍ୟର 5 ଟି ଜିଲ୍ଲା ଯଥା କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଓ କେରାପୁଟ ଆଦି ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଗତ 24 ଘଣ୍ଟା ଭିତରେ ଗଜପତି ଜିଲ୍ଲାରେ ସବାଧିକ 41 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡରେ ସର୍ବାଧିକ 41 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛିଲ । ଆଗକୁ ଆଉ ଦୁଇ ଦିନ ଏଭଳି କୋହଲା ପାଗ ରହିବା ସହ ଆସନ୍ତା 26 ତାରିଖ ପରଠାରୁ ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ସତରୁପା ସାମନ୍ତରାୟ, ଇଟିଭି ଭାରତ