ETV Bharat / city

ରାଜ୍ୟରେ ମୌସୁମୀ ଦୁର୍ବଳ, କମିଲା ବର୍ଷା

ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଛି । ୧୯ ଜୁଲାଇରେ ଆଭ୍ୟନ୍ତରୀଣ ଜିଲ୍ଲାରରେ ଘଡଘଡି ବର୍ଷା ବୃଦ୍ଧି ହେବ ଏହା ସହ ଉପକୂଳ ଓଡିଶାରେ ମଧ୍ୟ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଅଧିକ ପଢନ୍ତୁ...

ରାଜ୍ୟରେ ମୌସୁମୀ ଦୁର୍ବଳ, କମିଲା ବର୍ଷା
ରାଜ୍ୟରେ ମୌସୁମୀ ଦୁର୍ବଳ, କମିଲା ବର୍ଷା
author img

By

Published : Jul 18, 2020, 9:52 PM IST

ଭୁବନେଶ୍ବର: ମୌସୁମୀ ଦୁର୍ବଳ, କମିଲା ବର୍ଷା । ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି । ରାଜସ୍ଥାନ ଠାରୁ ବିହାର, ତ୍ରିପୁରା ମଧ୍ୟରେ ମୌସୁମୀ ଟ୍ରପ ଲାଇନ ରହିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ରବିବାର,୧୯ ଜୁଲାଇରେ ଆଭ୍ୟନ୍ତରୀଣ ଜିଲ୍ଲାରରେ ଘଡଘଡି ବର୍ଷା ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ମଧ୍ୟ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ରାଜ୍ୟରେ ମୌସୁମୀ ଦୁର୍ବଳ, କମିଲା ବର୍ଷା

ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ସୋମବାର ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ସେହିପରି ନୂଆପଡା,ବଲାଙ୍ଗୀର, ସୋନପୁର,ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଟକ,ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ, ଦେବଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି, ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ରେ ଓଡ଼ିଶାର ବିଭିନ୍ନ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ରେ ସର୍ବାଧିକ ୮୭.୬ମିମି, ଦାରିଙ୍ଗିବାଡିରେ ୬୪.୦ମିମି,ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ୫୩.୦ ମିମି,କନ୍ଧମାଳ ଜିଲ୍ଲାର ବଡ଼ଗାଁ ରେ ୩୩.୨ମିମି,ବରଗଡ଼ ଜିଲ୍ଲା ଭଟଲି ରେ ୩୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୦ ଡିଗ୍ରୀ ରେକର୍ଡ କରାଯାଇଛି । ଓଡ଼ିଶାରେ ଜୁନ ୧ ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ମୋଟ ୪୦୦.୧ମିମି ବର୍ଷା ରେକର୍ଡ କରାଯାଇଛି । ୨ପ୍ରତିଶତ କମ ବର୍ଷା ହୋଇଛି । ୪ ଜିଲ୍ଲାରେ ଅଧିକ କିମ୍ବା ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଝାରସୁଗୁଡା, ନୂଆପଡା, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାର ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଉପକୂଳ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି, ପୁରୀ,ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା,ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ କମ ବର୍ଷା ହୋଇଛି । ପୁରୀରେ ୧୭୭ ମିମି ଠାରୁ କମ ବର୍ଷା ରେକର୍ଡ ହୋଇଛି,ଯାହା ୪୪ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡା ଓ ଜଗତସିଂହପୁରରେ ଜୁଲାଇରେ ବର୍ଷା ବଢିଛି । ଗତ ବର୍ଷ ଜୁନ ୧ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ୨୬ ପ୍ରତିଶତ କମ ବର୍ଷା ଥିଲା କିନ୍ତୁ ଚଳିତ ବର୍ଷ ୪୦୧ ମିମି ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.