ETV Bharat / city

ଆସନ୍ତା ୨୯ ରେ ଆଉ ଏକ ଲଘୁଚାପ

author img

By

Published : Nov 27, 2020, 9:09 PM IST

୨୯ରେ ଆଉ ଏକ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

wheather update by imd bhubaneswar
୨୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ୨୯ରେ ଆଉ ଏକ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

୨୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ

ଆସନ୍ତା ୨୪ ଘଣ୍ଟା, ଶନିବାର ମଧ୍ୟରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ବଳ୍ପ ବର୍ଷା ସମ୍ଭାବନା । ଗଞ୍ଜାମ, ଗଜପତିରେ ସ୍ବଳ୍ପ ବର୍ଷା ସମ୍ଭାବନା । କିଛି ସ୍ଥାନରେ ସାମାନ୍ୟ କୁହୁଡି ଦେଖା ଦେଇପାରେ । ଆସନ୍ତାକାଲି ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବ । ଭୁବନେଶ୍ୱରରେ ଆକାଶ ଆଂଶିକ ମେଘାଛନ୍ନ ରହିବ ।

wheather update by imd bhubaneswar
୨୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ

ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ପାର୍ଲେଖମୁଣ୍ଡି ରେ ସର୍ବାଧିକ ୧୭.୪ ମିମି,ବାଙ୍କୀ ରେ ୧୧.୦ମିମି, ମାଲକାନଗିରିରେ ୫.୨ମିମି ବର୍ଷା ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ସୋନପୁର ରେ ୧୩.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡି ରେ ୧୦.୦ ଓ ଅନୁଗୁଳରେ ୧୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.