ETV Bharat / city

ରାଜନୈତିକ ପଶାପାଲିରେ ପଶ୍ଚିମ ଓଡିଶା; ନବୀନ ଖେଳିବେ ମାଷ୍ଟର ଷ୍ଟ୍ରୋକ ! - ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଖବର

ପଶ୍ଚିମ ଓଡ଼ିଶାର ବିକାଶ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ କରିବା ନେଇ ମାମଲା କୋର୍ଟରେ ଥିବାବେଳେ ସମାନ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମାଷ୍ଟ୍ରର ଷ୍ଟ୍ରୋକ ଖେଳି ବିକାଶ ପରିଷଦକୁ ଆକ୍ଟିଭ କରାଯିବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

Westrn Odisha development council
ରାଜନୈତିକ ପଶାପାଲିରେ ପଶ୍ଚିମ ଓଡିଶା; ନବୀନ ଖେଳିବେ ମାଷ୍ଟର ଷ୍ଟ୍ରୋକ !
author img

By

Published : Aug 11, 2021, 7:04 PM IST

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ବିକାଶ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ କରିବା ନେଇ ମାମଲା କୋର୍ଟରେ ଥିବାବେଳେ ସମାନ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲେଇଛି ବିଜେପି । ସେପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ବଡ଼ ଗୋଟି ଚଳେଇବାକୁ ଯାଉଛନ୍ତି । ଯାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ନବୀନ ଖେଳିବେ ଏହି ମାଷ୍ଟର ଷ୍ଟ୍ରୋକ ! ଯାହା ବିରୋଧୀଙ୍କୁ ଚକମା ଦେବା ସହ ନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଆଣିବାରେ ସଫଳ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜନୈତିକ ପଶାପାଲିରେ ପଶ୍ଚିମ ଓଡିଶା; ନବୀନ ଖେଳିବେ ମାଷ୍ଟର ଷ୍ଟ୍ରୋକ !

ପଶ୍ଚିମ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗ ଏକ ରାଜନୈତିକ ନାରାରେ ପରିଣତ ହୋଇଛି । ଏହି ପ୍ରସଙ୍ଗରେ ବିଭିନ୍ନ ସମୟରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଉ କେତେବେଳେ ଶାସକ ଦଳ ସମାନ ନାରା ଧରି କେନ୍ଦ୍ରରେ ବିଭିନ୍ନ ସମୟରେ କ୍ଷମତାରେ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ହେଉ ଅବା ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା । ରାଜ୍ୟ ସରକାର ଓ ଶାସକ ଦଳ ବିଜେଡି ଏହି ପ୍ରସଙ୍ଗରେ ବିରୋଧୀଙ୍କ ନିଶାନାରେ ରହି ଆସିଛି । ସେପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ସାଂସଦଙ୍କୁ ମନ୍ତ୍ରୀ ପଦ ନମିଳିବା ନେଇ ବିଜେପିକୁ କଟାକ୍ଷ କରିବା ସୁଯୋଗ ହାତଛଡା କରିନି ବିଜେଡି ।

ବିକାଶ ହେଉ ବା ନହେଉ କିନ୍ତୁ ବିଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଆସିଛି ପଶ୍ଚିମ ଓଡ଼ିଶା । ତେବେ ପଶ୍ଚିମ ଓଡିଶାକୁ ଅଣଦେଖା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଉପରେ ଆସୁଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମ୍ଭୀରତା ସହ ନେଇଛନ୍ତି । ନେବା ବି ସ୍ୱାଭାବିକ । ରାଜନୈତିକ ଦୃଷ୍ଟି କୋଣରୁ ହେଉ ଅବା ଅଞ୍ଚଳର ବିକାଶର ଦାୟିତ୍ୱ ରାଜ୍ୟର ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ରହିଛି । ଗତ ନିର୍ବାଚନ ହେଉ ଅବା 2019 ସାଧାରଣ ନିର୍ବାଚନ ବିଜେଡି ଲାଗି ପଶ୍ଚିମ ଓଡିଶା ବଡ଼ ଚ୍ୟାଲେଞ୍ଜ ହୋଇ ଛଡା ହୋଇଥିଲା । ଉଭୟ ନିର୍ବାଚନର ଫଳାଫଳ ବିରୋଧୀଙ୍କ ସପକ୍ଷରେ ଯାଇଛି । ବିଶେଷ କରି ବିଜେପିକୁ ଅଧିକ ଫାଇଦା ମିଳିଛି । ତେଣୁ ଏବେ ଏହାକୁ ଦୃଷ୍ଟିରେ ରଖି ନବୀନ ପ୍ରସ୍ତୁତ କରିଛନ୍ତି ପ୍ଲଟ । ଯେଉଁଥିରେ ବିରୋଧୀଙ୍କୁ କଡା ଜବାବ ଦେଇ ହେବ । ତା ସାଙ୍ଗରେ ପଶ୍ଚିମ ଗଡ଼ ବିଜେଡି ହାତକୁ ଆସିବ ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପାଖରେ ଅଛି ଦୁଇଟି ବିକଳ୍ପ । ଗୋଟିଏ ହେଉଛି ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାର କୌଣସି ଏକ ଜିଲ୍ଲାରେ କରିବା ଲାଗି ଘୋଷଣା । ଯେହେତୁ ଏହି ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି ଏହାର ରାୟ ଉପରେ ସରକାର ନଜର ରଖିଛନ୍ତି । ତେଣୁ ସରକାରଙ୍କ ଏହି ଘୋଷଣା ଟିକେ ବିଳମ୍ବ ହୋଇପାରେ । ଯଦି କୌଣସି ଏକ ନିର୍ଦ୍ଦିଷ୍ଟ ଏକ ଜିଲ୍ଲାରେ କାର୍ଯ୍ୟାଳୟ କରିବା ନେଇ ସରକାର ଘୋଷଣା କରନ୍ତି, ତେବେ ସରକାର ଫସି ପାରନ୍ତି । କାରଣ ଏହାକୁ ନେଇ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାରେ ବିରୋଧ ଦେଖିବାକୁ ମିଳିପାରେ । ତେବେ ଏବେ ଆଉ ଏକ ବଡ଼ ଚର୍ଚ୍ଚା ହେଉଛି, ତାହା ହେଲା ପଶ୍ଚିମ ଓଡ଼ିଶା ବିକାଶ ପାଇଁ ସରକାର ଖୋଲି ପାରନ୍ତି ନୂଆ ବିଭାଗ ! ଖୁବଶୀଘ୍ର ପଶ୍ଚିମ ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାର ନୂଆ ବିଭାଗ ଖୋଲିବା ନେଇ ଚର୍ଚ୍ଚା ଜୋର ହେଉଛି । ଯାହା ନାଁ ପଶ୍ଚିମାଞ୍ଚଳ ଜିଲ୍ଲା ଉନ୍ନୟନ ପରିଷଦ ବିଭାଗ ରହିବ ବୋଲି କୁହାଯାଉଛି ।

ପଶ୍ଚିମ ଓଡିଶାର ଏହି 11 ଟି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଗଠନ ହୋଇପାରେ ପଶ୍ଚିମାଞ୍ଚଳ ଜିଲ୍ଲା ଉନ୍ନୟନ ପରିଷଦ ବିଭାଗ । ଏହି ବିଭାଗରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ମଧ୍ୟ ସାମିଲ କରାଯିବା ନେଇ ଚର୍ଚ୍ଚା ଚାଲିଛି । ଆସନ୍ତା ବିଧାନସଭା ଅଧବେଶନରେ ପଶ୍ଚିମାଞ୍ଚଳ ଜିଲ୍ଲା ଉନ୍ନୟନ ପରିଷଦ ଗଠନ ପାରିତ କରିବାକୁ ସମସ୍ତ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି । ପଶ୍ଚିମ ଓଡିଶାର ବିକାଶ ନେଇ ବିଜେଡିର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ଏଭଳି କିଛି ଆଭାସ ଦେଉଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହୁଅନ୍ତୁ ଅବା ବରିଷ୍ଠ ବିଧାୟକ ଦେବୀ ମିଶ୍ର । ସମସ୍ତଙ୍କର ମୁହଁରେ ଗୋଟିଏ କଥା, ପଶ୍ଚିମ ଓଡିଶା ପ୍ରତି ଅବହେଳା ହୋଇନାହିଁ । ଆବଶ୍ୟକ ଅନୁସାରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ଓ ଆଗକୁ ମଧ୍ୟ ନିଆଯିବ । ପଶ୍ଚିମ ଓଡିଶାକୁ ଦଖଲ କରବା ନେଇ ନବୀନଙ୍କ ନୂଆ ଚାଲ ବାବଦରେ ଶାସକ ଦଳର ନେତାଙ୍କ ବାର୍ତାରୁ କେଉଁଠି ନା କେଉଁଠି ସ୍ପଷ୍ଟ ହେବାରେ ଲାଗିଛି ।

ସରକାରଙ୍କ ଚାଲ୍ ବାବଦରେ ବିରୋଧୀ ବିଜେପି ମଧ୍ୟ ଆଭାସ ପାଇସାରିଛି । ତେଣୁ ନିଜର ରାଜନୈତିକ କାୟା ଅକ୍ଷୁର୍ଣ୍ଣ ରଖିବା ଲାଗି ରାଜରାସ୍ତାକୁ ଆସିଛି ବିଜେପି । ବିଶେଷ କରି ପଶ୍ଚିମ ଓଡ଼ିଶାର ନେତା ଓ ନିର୍ବାଚିତ ପ୍ରତିନିଧି ମାନେ ସାମିଲ ହୋଇଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପାରିଷଦ ଅଛି ମାତ୍ର ଏହାର କାର୍ଯ୍ୟାଳୟ ଭୁବନେଶ୍ବରରେ ଅଛି । ତାକୁ ପଶ୍ଚିମ ଓଡ଼ିଶାକୁ ଉଠାଇ ନେବାକୁ ବିଜେପି ଦାବି କରିଛି । ଏହା ସହ ଏହାର କାର୍ଯ୍ୟକାରିତା ଓ ଏଥିରେ ଲୋକ ପ୍ରତିନିଧିଙ୍କୁ ସାମିଲ କରିବା ନେଇ ବିଜେପି ଦାବି କରିଛି । ସେହିପରି କେ.ବି.କେ ଉନ୍ନତି ପାଇଁ ଜଣେ ମୁଖ୍ୟ ସଚିବ ପାହ୍ୟାର ଆଡ଼ମିଷ୍ଟ୍ରେଟର ଅଛନ୍ତି । କିନ୍ତୁ ଏହାର କାର୍ଯ୍ୟ କଣ ହେଉଛି, ତାହା ଜଣାନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅବହେଳା କରୁଥିବା କାର୍ଡ ଖେଳି ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ବରଗଡ, ସୁନ୍ଦରଗଡ଼ ଦାଖଲ କରିଥିଲା ବିଜେପି । ମାତ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଓଡ଼ିଶାକୁ ଅଣଦେଖା ଅଭିଯୋଗ କରି ବିଜେପିକୁ କଟାକ୍ଷ କରୁଛି ବିଜେଡି । ବିଗିଡ଼ି ଥିବା ସ୍ଥିତିକୁ ସଜାଡ଼ିବା ପାଇଁ ପଞ୍ଚାୟତ ନିର୍ବାଚନ ବିଜେଡ଼ିକୁ ପୁନର୍ବାର ଏକ ସୁଯୋଗ ଦେଇଛି । ଏହାକୁ ହାତଛଡ଼ା କରିବାକୁ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ପ୍ରସ୍ତୁତ ନୁହଁନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.