ETV Bharat / city

ପଶ୍ଚିମ ଓଡିଶା ଲୋକନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ଭଞ୍ଜକଳା ମଣ୍ଡପ - Cultural program Inagurated

ପଶ୍ଚିମ ଓଡିଶାର ସଂସ୍କୃତିକୁ ରାଜଧାନୀରେ ପରିଚିତ କରିବା ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶାର ନୃତ୍ୟ ଓ ସଙ୍ଗୀତକୁ ନେଇ ଭଞ୍ଜକଳା ମଣ୍ଡପରେ ଦୁଇ ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ,ଭୁବନେଶ୍ବର
author img

By

Published : Oct 12, 2019, 4:38 AM IST

ଭୁବନେଶ୍ବର: ପଶ୍ଚିମ ଓଡିଶାର ଲୋକସଙ୍ଗୀତ ଓ ଲୋକ ନୃତ୍ୟରେ ଦୁଲୁକିଲା ଭଞ୍ଜକଳା ମଣ୍ଡପ । ଉଭୟ ଭଜନ , ଲୋକସଙ୍ଗୀତ ଓ ନୃତ୍ୟରେ ମଣ୍ଡପରେ ଉପସ୍ଥିତ ଦର୍ଶକ ବିଭୋର ହୋଇଛନ୍ତି ।ଭଞ୍ଜକଳା ମଣ୍ଡପରେ ପଶ୍ଚିମ ଓଡିଶାର ନୃତ୍ୟ ଓ ସଙ୍ଗୀତକୁ ନେଇ ଦୁଇ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଯାହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦଘାଟନ କରିଛନ୍ତି । ପଶ୍ଚିମ ଓଡିଶାର ସଂସ୍କୃତିକୁ ରାଜଧାନୀରେ ପରିଚିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ ହୋଇଥିବା ସଂସ୍କୃତି ସଚିବ କହିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରଥମ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଓ ସାଥୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ପରେ ଅଭୟ ଆର୍ଟ ଏକାଡେମୀ କୁଚିଣ୍ଡା ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ବଜାସାଲ ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ଦର୍ଶକ ବେଶ ଉପଭୋଗ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପଶ୍ଚିମ ଓଡିଶାର ଲୋକସଙ୍ଗୀତ ଓ ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ।ଉଭୟ ଭଜନ ଓ ଲୋକସଙ୍ଗୀତ ଓ ନୃତ୍ୟରେ ମଣ୍ଡପରେ ଉପସ୍ଥିତ ଦର୍ଶକ ବିଭୋର ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି।

Body:ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ପଶ୍ଚିମ ଓଡିଶାର ନୃତ୍ୟ ଓ ସଙ୍ଗୀତକୁ ନେଇ ଦୁଇ ଦିନିଆ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି।ଯାହାକୁ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସାଶନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ରଙ୍ଗବତୀ ଭଳି ପଶ୍ଚିମ ଓଡିଶାର ସଂସ୍କୃତିକୁ ସମସ୍ତଙ୍କ ନିକଟରେ ବିଶେଷ କରି ରାଜଧାନୀରେ ପରିଚିତ କରାଯିବା ଉଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିବା କହିଛନ୍ତି।
ଆଜିର ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।ପରେ ପରେ ଅଭୟ ଆର୍ଟ ଏକାଡେମୀ କୁଚିଣ୍ଡା ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ବଜାସାଲ ପରିବେଷଣ କରାଯାଇଥିଲା।ଯାହାକୁ ଉପସ୍ଥିତ ଦର୍ଶକମାନେ ବେଶ ଉପଭୋଗ କରିଥିଲେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.