ETV Bharat / city

ବିଧାନସଭା ସମ୍ମୁଖରେ ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘର ବିକ୍ଷୋଭ

ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ NHM ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ...

ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ

author img

By

Published : Apr 5, 2021, 3:04 PM IST

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ NHM ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାଷ୍ଟରକ୍ୟାଣ୍ଟିନରେ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରିୟ ଆବାହକ ପ୍ରଶାନ୍ତ ପାଢୀଙ୍କ ନେତୃତ୍ବରେ ବାହାରି ଲୋୟର ପି.ଏମ୍.ଜି.ରେ ପହଞ୍ଚି ବିକ୍ଷୋଭ ଧାରଣା ପ୍ରଦର୍ଶନ କରାଯାଇଥିଲା ।

ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ତେବେ NHMକୁ ସ୍ଥାୟୀ, ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା , ମାସିକ ବେତନ ୨୧ ହଜାର ଟଙ୍କା ଦେବା , କୁଶଳୀ ଶ୍ରମିକ ମାନ୍ୟତା, ବୀମା ଓ ପେନ୍ସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା , ପ୍ରତ୍ୟେକ ଡାକ୍ତରଖାନାରେ ବିଶ୍ରାମ ଓ ଆଶାଗୃହ, ଗାଁ କଲ୍ୟାଣ ସମିତିର ଟଙ୍କା ଦ୍ବିଗୁଣିତ କରାଯିବା, ଅବସର କାଳୀନ ୩ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ସହିତ ୩ ହଜାର ଟଙ୍କା ପେନ୍ସନ୍ ଯୋଗାଇଦେବା, ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା କରାଯିବା ପ୍ରଭୃତି ଦାବୀ ଉପସ୍ଥାପନ କରିଥିଲେ ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଆଶାକର୍ମୀମାନେ ଏହି ଧାରଣାରେ ଯୋଗଦାନ କରିଥିଲେ । ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.