ETV Bharat / city

ଟ୍ବିନସିଟିରେ ସଟଡାଉନ: ମୋ ବସ ସେବା ବନ୍ଦ, 68ଟି ସ୍ଥାନରେ ଚେକ୍ ପଏଣ୍ଟ

author img

By

Published : Apr 23, 2021, 6:00 PM IST

Updated : Apr 23, 2021, 7:23 PM IST

ଟ୍ବିନ ସିଟିରେ ସଟଡାଉନ ସମୟରେ ନିୟମ ପାଳନକୁ ନେଇ ସିପିଙ୍କ ପ୍ରେସମିଟ୍ । ଅମାନିଆଙ୍କ ପାଇଁ ହେଲେ କଠୋର । ଅଧିକ ପଢନ୍ତୁ....

ଟ୍ବିନ ସିଟିରେ ସଟଡାଉନ: ମୋ ବସ ସେବା ବନ୍ଦ, 68 ସ୍ଥାନରେ ଚେକ୍ ପଏଣ୍ଟ

ଭୁବନେଶ୍ବର: ଦୁଇ ଦିନିଆ ସଟଡାଉନ ସମୟରେ କଟକଣା କୋହଳ କଲେ କମିଶନରେଟ ପୋଲିସ । ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ପାସର କୌଣସି ଆବଶ୍ୟକତା ନାହିଁ । ଟ୍ୱିନସିଟିରେ ସଟଡାଉନ ପାଳନ ପାଇଁ ପୋଲିସ ପ୍ରସ୍ତୁତ ଅଛି ବୋଲି କହିଲେ ସିପି । ସେହିପରି ଅମାନିଆଙ୍କୁ ସାବାଡ୍ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ।

ଟ୍ବିନ ସିଟିରେ ସଟଡାଉନ: ମୋ ବସ ସେବା ବନ୍ଦ, 68ଟି ସ୍ଥାନରେ ଚେକ୍ ପଏଣ୍ଟ

ଆଗ ଅପେକ୍ଷା ଏଥର କଟକଣା ଯେତିକି କୋହଳ, ଅମାନିଆଙ୍କୁ ସାବାଡ ପାଇଁ ମଧ୍ୟ ସେତିକି କଡାକଡି ହେବ ନିୟମ । ସଂକ୍ରମଣର ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଅମାନିଆଙ୍କ ପାଇଁ କଡା ହେଲା କମିଶନରେଟ ପୋଲିସ । ସଟଡାଉନ ସମୟରେ ଭୁବନେଶ୍ବରରେ 43 ଓ କଟକରେ 25 ସ୍ଥାନରେ ନାକା କରାଯିବ । ସେହିପରି ରାଜଧାନୀରେ 20 ପ୍ଲାଟୁନ ପୋଲିସ ଫୋର୍ସ ସହ 150 ଅଫିସର ଓ କଟକରେ 12 ପ୍ଲାଟୁନ ପୋଲିସ ଫୋର୍ସ ସହ 100 ଅଫିସର ରହିବେ ବୋଲି କମିଶନରେଟ ପୋଲିସ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏହି ସମୟରେ ମଧ୍ୟ କେବଳ ବିମାନ ବନ୍ଦର ଏବଂ ରେଳ ଷ୍ଟେସନକୁ ଛାଡିଦେଲେ ଅନ୍ୟ ସବୁ ସ୍ଥାନକୁ ବନ୍ଦ ରହିବ 'ମୋ ବସ' ସେବା । ଏନେଇ କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା ଓ ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 23, 2021, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.