ETV Bharat / city

ପ୍ରତି 1000 ଲୋକରେ ଲାଗିବ ଗୋଟିଏ ଟାୱାର - Telecom Network

ରାଜ୍ୟର ଅଧିକ ମାତ୍ରାରେ ପ୍ରତିଷ୍ଠା ହେବ ମୋବାଇଲ ଟାୱାର । ଏନେଇ ୱେବିନାର ମାଧ୍ୟମରେ ଲୋକମାନଙ୍କୁ କରାଯିବ ସଚେତନ । ଅଧିକ ପଢନ୍ତୁ...

ଜନସଚେତନତା ପାଇଁ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ୱେବନାର, ପ୍ରତି 1ହଜାର ଜନସଂଖ୍ୟାରେ ବସିବ ଟାୱାର

author img

By

Published : Oct 12, 2021, 6:23 AM IST

ଭୁବନେଶ୍ବର: ଟେଲି ଯୋଗାଯୋଗ ବିଭାଗ ଦ୍ବାରା ଆୟୋଜିତ ହୋଇଛି ସଚେତନତା ୱେବିନାର । ଆଉ ଏହା ଦ୍ବାରା କଳା ପ୍ରଯୁକ୍ତିବିଦ୍ୟା ଏବଂ ସର୍ବୋତ୍ତମ ସେବା ସହିତ ଏକ ଦୃଢ ଟେଲିକମ୍ ନେଟୱାର୍କ ସୁନିଶ୍ଚିତ କରି ଏକ ନୂତନ ଟେଲିକମ ଭାରତ ନିର୍ମାଣ କରିବାକୁ ହେବାକୁ ଯାଉଛି । ତେବେ ଏହି ମୋବାଇଲ୍ ଟାୱାରର ଆବଶ୍ୟକତା ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନେଇ ଲକ୍ଷ ରଖାଯାଇଛି । ଏହାକୁ ବିଶ୍ବସ୍ତରୀୟ ବୈଜ୍ଞାନିକ ମାନେ ଏହାକୁ ପ୍ରମାଣ କରିଛନ୍ତି ଯେ ନାଗରିକଙ୍କ ଭିତ୍ତିହୀନ ଭୟକୁ ଦୂର କରିବା ପାଇଁ ମୋବାଇଲ୍ ଟାୱାରରୁ ବାହାରୁଥିବା ବିକିରଣ କ୍ଷତିକାରକ ନୁହେଁ ।

ଜନସଚେତନତା ପାଇଁ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ୱେବନାର, ପ୍ରତି 1ହଜାର ଜନସଂଖ୍ୟାରେ ବସିବ ଟାୱାର

ଏନେଇ ଡେପୁଟି ଜେନେରାଲ ଡ଼ାଇରେକ୍ଟର ବି.କେ ନାୟକ କହିଛନ୍ତି ଯେ ଟେଲି ଯୋଗାଯୋଗ ହେଉଛି ନାଗରିକଙ୍କ ସଶକ୍ତିକରଣର ଏକ ପ୍ରମୁଖ ଉତ୍ସ ଏବଂ ଏକ ଦେଶର ସାମାଜିକ- ଅର୍ଥନୈତିକ ବିକାଶ ପାଇଁ ଏକ ପ୍ରଭାବଶାଳୀ ଉପକରଣ। ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଏବଂ ଆଧୁନିକୀକରଣ ପାଇଁ ମୂଳ ଭିତ୍ତିଭୂମି ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଟେଲିକମ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ । ଲୋକମାନଙ୍କୁ ବିଭିନ୍ନ ସମୟରେ ଅବଗତ କରାଇବା। ପାଖରେ ଟାୱାର ହେଲେ ସ୍ୱସ୍ଥ୍ୟ ପ୍ରତି ବିପଦ ଆସୁଛି ତାକୁ ନେଇ ଲୋକଙ୍କୁ ସଚେତନତା କରିବା ଲକ୍ଷ ରଖାଯାଇଛି । ତେବେ ଟାର୍ଗେଟ ରହିଛି ପ୍ରତି ଏକ ହଜାର ଜନସଂଖ୍ୟାରେ ଗୋଟିଏ ଟାୱାର ବସିବ। ଓଡ଼ିଶାରେ । ସେ କହିଛନ୍ତି କି ପ୍ରତି ୧ହଜାର ଲୋକଙ୍କ ମଧ୍ୟରେ ରହିଛି 4 ଟାୱାର ।

ଏହା ସହ ଆହୁରି ଅଢେଇ ଗୁଣା ଟାୱାର ବଢ଼ାଯିବ ଓଡ଼ିଶାରେ। ବିଶେଷ ଭାବରେ କନ୍ଧମାଳ କଳାହାଣ୍ଡି ନୂଆପଡା ଭଳି ଜିଲ୍ଲା ଓ ସହର ଗୁଡିକରେ ଅଧିକରୁ ଅଧିକ ମୋବାଇଲ ଟାୱାର ବସାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.